Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Sooryavansham Star / କେତେ ବଡ଼ ହେଲେଣି ଜୁନିଅର ଠାକୁର ଭାନୁପ୍ରତାପ ! ଆପଣ ବି ଚିହ୍ନିପାରିବେନି

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
କେତେ ବଡ଼ ହେଲେଣି ଜୁନିଅର ଠାକୁର ଭାନୁପ୍ରତାପ ! ଆପଣ ବି ଚିହ୍ନିପାରିବେନି
Sooryavansham Star

Key Points

ଅମିତାଭ ବଚ୍ଚନଙ୍କ ସୂର୍ଯ୍ୟବଂଶମ ଏକ ହିଟ୍ ଫିଲ୍ମ
ଏଥିରେ ଥିବା ଜୁନିଅର ଭାନୁପ୍ରତାପ ଏବେ କେଉଁଠି
କେତେ ବଡ଼ ହେଲେଣି ଜାଣନ୍ତୁ ସବୁକିଛି
ବିଗ ବି ଅମିତାଭ ବଚ୍ଚନଙ୍କ 'ସୂର୍ଯ୍ୟବଂଶମ' ଫିଲ୍ମ ଆପଣ ଚାହିଁଲେ ବି ଭୁଲିପାରିବେନି । ଏହାର କାରଣ କେବଳ ଏହା ନୁହେଁ ଯେ ଫିଲ୍ମଟିକୁ ଟିଭିରେ ବାରମ୍ବାର ଦେଖାଯାଇଛି, ବରଂ ଏଥିରେ ଥିବା ଚରିତ୍ର ବେଶ ଆଦୃତ ଲାଭ କରିଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାତି ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ମଧ୍ୟ ଦର୍ଶକଙ୍କଠାରୁ ବେଶ ଲୋକପ୍ରିୟତା ହାସଲ କରିଥିଲେ । ତେବେ ସେହି ଶିଶୁ କଳାକାର ଏବେ କେଉଁଠି, କେତେ ବଡ଼ ହେଲେଣି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେହି ଶିଶୁ କଳାକାର ଏବେ ୩୦ ବର୍ଷ ପାର କରିସାରିଥିବାବେଳେ ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ବଦଳିଗଲାଣି ।

୩ ବର୍ଷ ବୟସରେ ଆରମ୍ଭ କରିଥିଲେ ଅଭିନୟ
ଫିଲ୍ମରେ ଏହି ଶିଶୁ କଳାକାରଙ୍କ ପ୍ରକୃତ ନାମ ହେଉଛି ଆନନ୍ଦ ବର୍ଦ୍ଧନ । ବହୁତ କମ ଲୋକ ଜାଣନ୍ତି ଯେ ଆନନ୍ଦ ବର୍ଦ୍ଧନ ଖୁବ କମ ବୟସରେ ଅଭିନୟ ଜଗତରେ ପାଦ ଥାପିଥିଲେ । ଜଣେ ଶିଶୁ କଳାକାର ଭାବେ ସେ ପ୍ରାୟ ୨୫ଟି ଫିଲ୍ମରେ କାମ କରିଛନ୍ତି ଏବଂ ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଏଥିଲାଗି ତାଙ୍କୁ 'ନନ୍ଦୀ ଆୱାର୍ଡ ଫର୍ ବେଷ୍ଟ ଚାଇଲ୍ଡ ଆର୍ଟିଷ୍ଟ' ପୁରସ୍କାର ବି ମିଳିଛି ।

ପଢନ୍ତୁ ଏହି ଖବର: ଦିନେ ଅକ୍ଷୟ ଖାନ୍ନାଙ୍କ ସହ କାମ କରିବାକୁ ଚାହୁଁନଥିଲେ ଫାରାହ; ଏବେ କହିଲେ ସତ

ଏବେ ୩୩ ବର୍ଷରେ କରୁଛନ୍ତି କମବ୍ୟାକ୍
ସମୟ ସହିତ ଆନନ୍ଦ ବର୍ଦ୍ଧନ ଫିଲ୍ମଠାରୁ ଦୂରେଇ ଯାଇଥିଲେ ଏବଂ ନିଜ ପାଠପଢା ଉପରେ ଧ୍ୟାନ ଦେଇଥିଲେ । ଏବେ ପାଠପଢା ସାରି ସେ ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମବ୍ୟାକ୍ କରିବାକୁ ଯାଉଛନ୍ତି । ଆନନ୍ଦ ବର୍ଦ୍ଧନଙ୍କୁ ଏବେ ୩୫ ବର୍ଷ ବୟସ ଏବଂ ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସେ ମଝିରେ ମଝିରେ ନିଜର ଫଟୋ ଓ ଭିଡିଓ ସେୟାର କରନ୍ତି । ଗତବର୍ଷ ସେ 'ନିଦୁରିଞ୍ଚୁ ଜାହାପନା' ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ରୋମାଣ୍ଟିକ ଅଭିନୟରେ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରିଛନ୍ତି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sooryavansham stars then and now Heera Thakur son Junior Thakur Bhabu Pratap | Argus News