Videos
|
Entertainment

Dhurandhar Oscar / ବଲିଉଡର ସବୁଠୁ ବଡ଼ ହିଟ୍ ଧୁରନ୍ଧର; ତଥାପି କାହିଁକି ଓସ୍କାର ଦୌଡ଼ରୁ ବାହାରିଲା ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବଲିଉଡର ସବୁଠୁ ବଡ଼ ହିଟ୍ ଧୁରନ୍ଧର; ତଥାପି କାହିଁକି ଓସ୍କାର ଦୌଡ଼ରୁ ବାହାରିଲା ?
Dhurandhar Oscar

Key Points

ଧୁରନ୍ଧରକୁ ନେଇ ହୋଇଥିଲା ବହୁ ଚର୍ଚ୍ଚା
୩୦୦୦ କୋଟିର ବ୍ୟବସାୟ ବି କରିଥିଲା
ହେଲେ କାହିଁକି ଓସ୍କାର ଦୌଡ଼ରୁ ବାହାରିଲା ?
ମୁମ୍ବାଇ: ହିନ୍ଦୀ ଫିଲ୍ମର ସବୁଠୁ ବଡ଼ ଫିଲ୍ମଗୁଡ଼ିକ କଥା କହିଲେ, ସେଥିରେ ରଣଭୀର ସିଂଙ୍କ ଅଭିନୀତ 'ଧୁରନ୍ଧର'ର ନାଁ ସାମ୍ନାକୁ ଆସେ । ଏହି ଫିଲ୍ମର ଉଭୟ ଭାଗ ବକ୍ସ ଅଫିସ୍‌ରେ ଧୂଆଁଧାର କଲେକ୍ସନ କରିଥିଲା । ସାରା ଦୁନିଆରେ ଏହି ଫିଲ୍ମକୁ ନେଇ ବେଶ ଚର୍ଚ୍ଚା ହୋଇଥିବାବେଳେ ଏହା ୩୦୦୦ କୋଟିରୁ ଅଧିକ ବ୍ୟବସାୟ ମଧ୍ୟ କରିଥିଲା, ଯାହାକି ଆଜି ସୁଦ୍ଧା ଇଣ୍ଡିଆନ ଫିଲ୍ମରେ କେବେ ବି ହୋଇନଥିଲା । ଏହାବାଦ୍ ବି କାହିଁକି ଓସ୍କାର ଦୌଡ଼ରୁ ବାହାରିଲା ଏହି ଫିଲ୍ମ ତାକୁ ନେଇ ଚର୍ଚ୍ଚା ହେଉଛି ।

ଫିଲ୍ମଟି ଦର୍ଶକଙ୍କୁ ପୂରା ବାନ୍ଧି ରଖିଥିଲା । ନିର୍ଦ୍ଦେଶକ ଆଦିତ୍ୟ ଧର ହଲ୍‌ରେ ଦର୍ଶକଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିଥିଲେ । ଏହି ଫିଲ୍ମର ତୁଳନା ଏବେ କାହା ସହ ବି କରାଯାଉନାହିଁ । ଆଶ୍ଚର୍ଯ୍ୟକର କଥା ହେଉଛି ଏତେ ବଡ଼ ଫିଲ୍ମ ହେବା ପରେ ମଧ୍ୟ ଭାରତ ପକ୍ଷରୁ ଏହା ଓସ୍କାରକୁ ଯାଇପାରିଲା ନାହିଁ।

  • ଓସ୍କାର ପାଇଁ ଧୁରନ୍ଧରକୁ ପଠାଗଲା ନାହିଁ କି ?
ଶୁକ୍ରବାର ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର) ଲାଗି ମରାଠୀ ଫିଲ୍ମ 'ଗୋନ୍ଧଲା' ମନୋନୀତ କରାଯାଇଥିଲା । ୨୦୨୫ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । କିନ୍ତୁ ଭାରତୀୟ ଚଳଚ୍ଚିତ୍ର ମହାସଂଘ ଏହି ଚଳଚ୍ଚିତ୍ରକୁ ଏକାଡେମୀ ପୁରସ୍କାର ପାଇଁ କାହିଁକି ବାଛିଲା ତାକୁ ନେଇ ବେଶ ଚର୍ଚ୍ଚା ହେଉଛି । କାରଣ ସେମାନଙ୍କ ପାଖରେ ଧୁରନ୍ଧରର ବିକଳ୍ପ ଥିଲା, ଯାହା ପୂର୍ବରୁ ବିଶ୍ୱବ୍ୟାପୀ ସଫଳତା ହାସଲ କରିସାରିଛି ।

ପଢନ୍ତୁ ଏହି ଖବର: ଓସ୍କାର ୨୦୨୭ ଦୌଡ଼ରେ ମରାଠୀ ଫିଲ୍ମ “ଗୋନ୍ଧଲ”ର ଏଣ୍ଟ୍ରି,୩୩ଟି ଚଳଚ୍ଚିତ୍ରକୁ ପଛରେ ପକାଇ ଭାରତର ପ୍ରଥମ ପସନ୍ଦ ପାଲଟିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫେଡେରେସନର ଜଣେ ଜୁରି ସଦସ୍ୟ ମଧ୍ୟ ଏହାର ପ୍ରତିକ୍ରିୟା ଦେଇଛନ୍ତି । ଏକ ଗଣମାଧ୍ୟମ ସଂସ୍ଥା ସହ କଥା ହେବା ସମୟରେ, ଜୁରି ସଦସ୍ୟ ବିବେକ ଭାସୱାନୀ କହିଛନ୍ତି ଯେ ଧୁରନ୍ଧର ୧୪ ଜଣିଆ ଜୁରି ମଧ୍ୟରୁ କେବଳ ଚାରିଟି ଭୋଟ ପାଇଥିଲା । ଏହା ବ୍ୟତୀତ ସେ କହିଥିଲେ ଯେ ଫିଲ୍ମଟି "ଓସ୍କାର ମେଟେରିଆଲ୍" ନୁହେଁ, ଯାହାକି ସେଠାକୁ ପଠାଯାଇପାରିବ । ଏହାପରେ ସେ କହିଥିଲେ, "କିଛି ଲୋକଙ୍କୁ ଫିଲ୍ମଟି ପସନ୍ଦ ଆସିଥିଲା, କିନ୍ତୁ ଆମେ ଏହାକୁ ଓସ୍କାର ଯୋଗ୍ୟ ଭାବି ନଥିଲୁ । ଭାରତର ସରକାରୀ ପ୍ରବେଶ ଚୟନ କରିବା ସମୟରେ ଜୁରିମାନେ ଏକ ଫିଲ୍ମରେ ଯେପରି ଦେଖିବାକୁ ଚାହୁଁଥିଲେ, ଧୁରନ୍ଧର ଭାରତୀୟ ସଂସ୍କୃତିକୁ ସେପରି ପ୍ରତିନିଧିତ୍ୱ କରିନଥିଲା ।"

  • ମରାଠୀ ଫିଲ୍ମ ଭାରତକୁ ଓସ୍କାର ଜିତାଇବ ?
ଗୋନ୍ଧଲକୁ ଓସ୍କାର ପାଇଁ କିପରି ଚୟନ କରାଯାଇଥିଲା ସେ ବିଷୟରେ ମଧ୍ୟ ସୂଚନା ମିଳିଛି । କିଛି ରିପୋର୍ଟ ଅନୁସାରେ, ଭାରତୀୟ ସିନେମାର ୩୩ଟି ଚଳଚ୍ଚିତ୍ରର ଏକ ସଂକ୍ଷିପ୍ତ ତାଲିକାରୁ ଗୋନ୍ଧଲକୁ ଚୟନ କରାଯାଇଥିଲା । ଏଥିରେ ୧୪ଟି ହିନ୍ଦୀ, ୪ଟି ମରାଠୀ, ୪ଟି ତେଲୁଗୁ, ୩ଟି ଗୁଜୁରାଟୀ, ୩ଟି ତାମିଲ, ଗୋଟିଏ ମାଲାୟଲମ, ଗୋଟିଏ ନେପାଳୀ ଏବଂ ଗୋଟିଏ ନାଗାଲାଣ୍ଡ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ଥିଲା । ଜୁରିଙ୍କ ଚୂଡ଼ାନ୍ତ ପସନ୍ଦ ୩ଟି ଚଳଚ୍ଚିତ୍ର ଥିଲା: ଗୋନ୍ଧଲ, ଅଂଘ ଏବଂ ମେଁ ୱାପସ୍ ଆଉଙ୍ଗା । ଶେଷରେ ମରାଠୀ ଫିଲ୍ମକୁ ୨୦୨୭ ଓସ୍କାର ଲାଗି ଭାରତ ପକ୍ଷରୁ ପଠାଯାଇଛି ।