Videos
|
Entertainment

Actress Twin Baby / ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ
Divyanka Tripathi

Key Points

୪୧ ବର୍ଷ ବୟସରେ ମାଆ ହେଲେ ଦିବ୍ୟଙ୍କା
ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି ଅଭିନେତ୍ରୀ
ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ତଥା 'ୟେ ହୈ ମୋହବତେଁ'ର ଇଶି ମା' ଶେଷରେ ରିଅଲ୍ ଲାଇଫରେ ମାତୃତ୍ଵ ଲାଭ କରିଛନ୍ତି । ଦିବ୍ୟଙ୍କା ତ୍ରିପାଠୀ ଓ ସ୍ଵାମୀ ବିବେକ ଦହିୟା ଆଜି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । କପଲ୍ ଏକ ମିଳିତ ସୋସିଆଲ ମିଡିଆ ପୋଷ୍ଟରେ ଏ ନେଇ ପୋଷ୍ଟ କରିଥିବାବେଳେ ଫ୍ୟାନ୍ସଙ୍କ ସହ ନିଜର ଖୁସି ମୁହୂର୍ତ୍ତକୁ ସେୟାର କରିଛନ୍ତି । କପଲ୍ ପୋଷ୍ଟରେ ଲେଖିଛନ୍ତି ଯେ, ଆମେ ଭଗବାନଙ୍କୁ ଖୁସି ମାଗିଥିଲୁ, କିନ୍ତୁ ଭଗବାନ ଆମକୁ ଡବଲ୍ ଖୁସି ଦେଇଛନ୍ତି ।

  • ଯାଆଁଳା ଶିଶୁଙ୍କ ମାଆ ହେଲେ ଦିବ୍ୟଙ୍କା
ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଦୁଇଟି ଯାଆଁଳା ଶିଶୁପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ଏ ନେଇ ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, "ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ଦୁଇଟି ଶିଶୁପୁତ୍ର ଆମ ଘରକୁ ଆସିଛନ୍ତି । ଏବେଠୁ ଜୀବନଟା ଅତି ସୁନ୍ଦର ଲାଗିଲାଣି, ଯାହାକୁ ଆମେ କେବେ ବି କଳ୍ପନା ବି କରିନଥିଲୁ ।" ଏହାସହିତ 'ମେରେ କରନ୍ ଅର୍ଜୁନ ଆ ଗୟେ' ବୋଲି ଦିବ୍ୟଙ୍କା ଲେଖିଛନ୍ତି । ଏହାସହିତ ସେ କୁନିଶିଶୁଙ୍କ ଉପରେ ସମସ୍ତଙ୍କ ଆଶୀର୍ବାଦ ରହୁ ବୋଲି କାମନା କରିବା ସହ ଏବେ ସ୍ଵାମୀଙ୍କ ସହ ପିତାମାତା ହେବାର ନୂଆ ଅଧ୍ୟାୟ ଆରମ୍ଭ କରିଥିବା କହିଛନ୍ତି ।

  • ୬ମାସ ଯାଏଁ ଲୁଚାଇରଖିଥିଲେ ପ୍ରେଗ୍ନେସି
ଦିବ୍ୟଙ୍କା ଓ ସ୍ଵାମୀ ବିବେକ ଫ୍ୟାନ୍ସଙ୍କଠାରୁ ଗର୍ଭଧାରଣ ଖବରକୁ ପ୍ରାୟ ୬ ମାସ ଲୁଚାଇ ରଖିଥିଲେ । ଏହାପରେ ଶେଷରେ ଏହି ଖୁସି ଖବରକୁ ସେ ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ଦିବ୍ୟଙ୍କା ସେତେବେଳେ ଏକ ପୋଷ୍ଟରେ କହିଥିଲେ ଯେ ଏବେ ସେମାନେ ନିଜ ଜୀବନରେ କୁନି ଅତିଥିକୁ ଚାହୁଁଛନ୍ତି । ଗର୍ଭବତୀ ହେବା ଲାଗି ସେ ପ୍ରୟାସ କରିଥିଲେ ଓ ସମସ୍ତଙ୍କ ଆଶୀର୍ବାଦରୁ ଗର୍ଭଧାରଣ କରିଛନ୍ତି । ଏହି ଖବର ପାଇବା ପରେ ଦିବ୍ୟଙ୍କା ଓ ବିବେକଙ୍କ ପରିବାର ଉଭୟ ବେଶ ଖୁସିବ୍ୟକ୍ତ କରିଥିବା ସେମାନେ ଫ୍ୟାନ୍ସଙ୍କୁ ଜଣାଇଥିଲେ ।


ଏକ ସାକ୍ଷାତକାରରେ କଥା ହେବା ସମୟରେ ଦିବ୍ୟଙ୍କା କହିଥିଲେ ଯେ ସେ ୬ ମାସ ପର୍ଯ୍ୟନ୍ତ 'ଲୋ ପବ୍ଲିକ୍ ପ୍ରୋଫାଇଲ' ବଜାୟ ରଖିଥିଲେ । ଅନାବଶ୍ୟକ ଭାବେ ସେ ଘରୁ ବାହାରୁନଥିଲେ, ଯାହାଦ୍ଵାରା ସେମାନେ ପାପାରାଜିଠାରୁ ଦୂରେଇ ରହିଥିଲେ ଓ ତାଙ୍କ ଗର୍ଭଧାରଣ ଖବର ମିଡିଆରେ ପ୍ରକାଶ ପାଇପାରିନଥିଲା । ଯେତେବେଳେ ସ୍ଵାମୀ ବିବେକ ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ ଓ ସେମାନେ ଦିବ୍ୟଙ୍କାଙ୍କ କ୍ୟାମେରାଠାରୁ ବହୁ ଦିନ ଧରି ଦୂରେଇ ରହିଥିବାର ପ୍ରଶ୍ନ ପଚାରିଥିଲେ, ସେବେଠାରୁ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଏହାପରେ କପଲ୍ ନିଜ ଗର୍ଭଧାରଣ ଖବର ସର୍ବସମ୍ମୁଖରେ ପ୍ରକାଶ କରିଥିଲେ ।

ପଢନ୍ତୁ ଏହି ଖବର: ଅଭିନେତ୍ରୀ ହେଲେ ବି ଲୋକଙ୍କ ଗଞ୍ଜଣାରୁ ବର୍ତ୍ତିପାରିନଥିଲେ; ବିବାହର ୧୦ବର୍ଷ ପରେ ହେବେ ମାଆ

  • ୨୦୧୬ରେ ବିବେକଙ୍କୁ ବିବାହ କରିଥିଲେ ଦିବ୍ୟଙ୍କା
ଏଠାରେ କହିରଖୁଛୁ କି, ଟେଲିଭିଜନର ଏହି ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟଙ୍କା ୟେ ହୈ ମୋହବତେଁ ଟେଲି ଧାରାବାହିକ ସମୟରେ ବିବେକଙ୍କୁ ଭେଟିଥିଲେ । ସେହି ସିରିଏଲରେ ଦିବ୍ୟଙ୍କା ଲିଡ୍ ଅଭିନେତ୍ରୀ ଥିବାବେଳେ ବିବେକ ସାଇଡ୍ ଆକ୍ଟର ଭାବେ କାମ କରୁଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ଦୁହେଁ ୨୦୧୬ ଜୁଲାଇ ୮ ତାରିଖରେ ବିବାହ କରିଥିଲେ । ଦିବ୍ୟଙ୍କାଙ୍କ ବିଳମ୍ବ ଗର୍ଭଧାରଣକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା, ଯାହାକୁ ନେଇ ଅଭିନେତ୍ରୀ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Divyanka Tripathi And Vivek Dahiya Welcome Twin Baby Boys, Fans Shower Love | Argus News