Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅଭିନେତ୍ରୀ ହେଲେ ବି ଲୋକଙ୍କ ଗଞ୍ଜଣାରୁ ବର୍ତ୍ତିପାରିନଥିଲେ; ବିବାହର ୧୦ବର୍ଷ ପରେ ହେବେ ମାଆ

Entertainment

Divyanka Tripathi / ଅଭିନେତ୍ରୀ ହେଲେ ବି ଲୋକଙ୍କ ଗଞ୍ଜଣାରୁ ବର୍ତ୍ତିପାରିନଥିଲେ; ବିବାହର ୧୦ବର୍ଷ ପରେ ହେବେ ମାଆ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ଅଭିନେତ୍ରୀ ହେଲେ ବି ଲୋକଙ୍କ ଗଞ୍ଜଣାରୁ ବର୍ତ୍ତିପାରିନଥିଲେ; ବିବାହର ୧୦ବର୍ଷ ପରେ ହେବେ ମାଆ
Divyanka Tripathi

Key Points

ବିବାହର ୧୦ ବର୍ଷ ପରେ ମାଆ ହେବେ ଦିବ୍ୟଙ୍କା
ସୋସିଆଲ ମିଡିଆରେ ଦେଲେ ଖୁସି ଖବର
IVF ନା ନାଚୁରାଲ୍ ପ୍ରେଗ୍ନେସି ଜାଣିବା...
ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ତଥା 'ୟେ ହେ ମୋହବତେଁ'ର ଲିଡ୍ ଆକ୍ଟ୍ରେସ୍ ଦିବ୍ୟଙ୍କା ତ୍ରିପାଠୀଙ୍କ ଘରକୁ ଆସିବ କୁନି ଅତିଥି । ବିବାହର ୧୦ ବର୍ଷ ପରେ ଏବଂ ୪୧ ବର୍ଷ ବୟସରେ ମାଆ ହେବେ ଅଭିନେତ୍ରୀ । ଗର୍ଭବତୀ ଥିବାର ଏକ ଫଟୋ ଦିବ୍ୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ସେ ସ୍ଵାମୀ ବିବେକ ଦହିୟାଙ୍କ ସହିତ ନଜର ଆସିଛନ୍ତି । ଦିବ୍ୟଙ୍କାଙ୍କ ପ୍ରେଗ୍ନେସିକୁ ନେଇ ବେଶ ଚର୍ଚ୍ଚା ହେଉଥିବାବେଳେ ଅଭିନେତ୍ରୀ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଦିବ୍ୟଙ୍କା ତ୍ରିପାଠୀ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ, ଯିଏକି ନିଜର ନିଚ୍ଛକ ଅଭିନୟ ସହିତ ଦର୍ଶକଙ୍କୁ ବାନ୍ଧି ରଖନ୍ତି । ଦିବ୍ୟଙ୍କା ଥିବା ଧାରାବାହିକ ବହୁ ବର୍ଷ ଧରି ଟେଲିଭିଜନରେ ପ୍ରସାରିତ ହୋଇଥାଏ ଏବଂ ଲୋକେ ତାକୁ ବେଶ ପସନ୍ଦ ମଧ୍ୟ କରନ୍ତି । ତେବେ ଦିବ୍ୟଙ୍କା ନିଜ ପ୍ରେଗ୍ନେସି ସମ୍ପର୍କରେ ନିଜ ଫ୍ୟାନ୍ସଙ୍କୁ ଜଣାଇବା ପରେ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ତାଙ୍କ ପ୍ରେଗ୍ନେସି ନାଚୁରାଲ୍ ନା IVF ତାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା, ଯାହା ଉପରେ ଅଭିନେତ୍ରୀ ଶେଷରେ ମୁହଁ ଖୋଲିଛନ୍ତି ।

ପଢନ୍ତୁ ଏହି ଖବର: ନେଟ୍‌ଫ୍ଲିକ୍ସରେ ନୁହେଁ , ଏହି OTT ଫ୍ଲାଟଫର୍ମରେ ରିଲିଜ ହେବ 'ଧୁରନ୍ଧର-୨'

ସେ କହିଛନ୍ତି, "ଏହି କଥା ସବୁଠି ଶୁଣିବାକୁ ମିଳେ ଯେ ମହିଳାଟିଏ ୩୦ ବର୍ଷ ପାର କରିବା ପରେ ସେ ଗର୍ଭବତୀ ହେବା ମୁସ୍କିଲ ହୋଇପଡ଼େ । ଏହାଦ୍ଵାରା ମହିଳାଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଯେଉଁ ମହିଳା ପୂର୍ବରୁ ମାନସିକ ଯନ୍ତ୍ରଣାରେ ଥାଆନ୍ତି, ସେମାନଙ୍କ ସ୍ଥିତି ଖରାପ ହୋଇଯାଏ । ମୋତେ ଲାଗେ ଖୁସିରେ ରହିବା, ଭଗବାନଙ୍କ ଉପରେ ଭରସା ରଖିବା ଏବଂ ସକାରାତ୍ମକ ଭାବନା ରଖିବା ବେଶ ଭଲ ପ୍ରଭାବ ପକାଏ । ମହିଳା ବିଳମ୍ବରେ ଗର୍ଭବତୀ ହେଲେ ଲୋକେ ତାକୁ ନେଇ ଅନେକ ଆଲୋଚନା ସମାଲୋଚନା କରନ୍ତି, ଯାହାକୁ ଦେଖିଲେ ଶୁଣିଲେ ବିରକ୍ତ ଲାଗେ ।"

  • ଅଭିନେତ୍ରୀଙ୍କୁ ବି ଶୁଣିବାକୁ ପଡ଼ିଥିଲା ଗଞ୍ଜଣା
ଦିବ୍ୟଙ୍କା କହିଛନ୍ତି ଯେ ତାଙ୍କୁ ଶୀଘ୍ର ଛୁଆ ଜନ୍ମ କରିବା ଲାଗି ମଧ୍ୟ କୁହାଯାଉଥିଲା । ବୟସ ବଢିଲେ ଗର୍ଭବତୀ ହେବାରେ ବହୁତ ବିଳମ୍ବ ହୋଇଯିବ ବୋଲି ମଧ୍ୟ କୁହାଯାଉଥିଲା । କିନ୍ତୁ ଆଜିକାଲିର ଯୁବପିଢି ଫିଟ୍ ରହୁଛନ୍ତି ଏବଂ ଏବେ ସମୟ ବଦଳିଛି । ଲୋକଙ୍କୁ ଏହା ବୁଝିବାକୁ ପଡ଼ିବ ବୋଲି ଦିବ୍ୟଙ୍କା କହିଛନ୍ତି । ଯେତେବେଳେ ଦମ୍ପତି ମାନସିକ ଭାବେ ପିତାମାତା ହେବାକୁ ସଠିକ୍ ସମୟ ଭାବନ୍ତି, ସେତେବେଳେ ସେମାନେ ଗର୍ଭବତୀ ହେବା ଉଚିତ ବୋଲି ଅଭିନେତ୍ରୀ କହିଛନ୍ତି ।



ସୂଚନା ଥାଉ କି, ଦିବ୍ୟଙ୍କା ତ୍ରିପାଠୀ ଓ ବିବେକ ଦହିୟା ସିରିଏଲ 'ୟେ ହେ ମୋହବତେଁ'ରେ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ବର୍ଷ ୨୦୧୬ରେ ଉଭୟ ବିବାହ କରିଥିଲେ ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Divyanka Tripathi announces pregnancy after 10 years marriage | Argus News