Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ରିଲିଜ ହେଲା ‘ଫାଇଟର’ର ପ୍ରଥମ ଗୀତ ରିଲିଜ, ଆମାଗୀ ବର୍ଷ ହେବ ଫିଲ୍ମ ରିଲିଜ

Jitendra Dash
Browse all articles by Jitendra Dash
·2 years ago·1 min read
ରିଲିଜ ହେଲା ‘ଫାଇଟର’ର ପ୍ରଥମ ଗୀତ ରିଲିଜ, ଆମାଗୀ ବର୍ଷ ହେବ ଫିଲ୍ମ ରିଲିଜ

ଅର୍ଗସ ବ୍ୟୁରୋ : ଅନେକ ଦିନ ପରେ ବଡ଼ ପରଦାକୁ ଫେରୁଛନ୍ତି ବଲିଉଡ ଷ୍ଟାର ହ୍ରିତିକ ରୋଶନ । ପୁଣି ଥରେ ବଡ଼ ପରଦାରେ ମଚାଇବେ ଧୁମ୍ । ତାଙ୍କ ଅଭିନିତ ସିନେମା ‘ଫାଇଟର’ର ପ୍ରଥମ ଗୀତ ରିଲିଜ ହୋଇଛି । ଟି-ସିରିଜ ପକ୍ଷରୁ ଜାରି ହୋଇଥିବା ଗୀତର ଟାଇଟଲ ରହିଛି ‘ସେର୍ ଖୁଲଗଏ’ । ଗୀତ ରିଲିଜ ହେବାର ମାତ୍ର କେଇଘଂଟା ମଧ୍ୟରେ ଏହାକୁ ୧ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜରେ ଆସିବେ ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ । ଏହି ଦୁଇ ଜଣଙ୍କ ବ୍ୟତୀତ ଅନୀଲ କାପୁର ମଧ୍ୟ ‘ଫାଇଟର’ରେ ସ୍ୱତନ୍ତ୍ର ଭୂମିକାରେ ନଜର ଆସିଛନ୍ତି । 

ଅଧିକ ପଢନ୍ତୁ ମନୋରଞ୍ଜ ଖବର

ଏହି ଫିଲ୍ମରେ ମନୋରଂଜନର ଖୋରାକ ପାଇଁ ରୋମାନ୍ସ, ଆକ୍ସନ ଓ ଡ୍ରାମାକୁ ଗୁରୁତ୍ବ ଦିଆଯାଇଛି । ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ବାୟୁସେନା ସ୍କ୍ୱାର୍ଡନ ଲିଡର ଶମସେର ପଠାନିଆ ଭୂମିକାରେ ନଜର ଆସିଥିବା ବେଳେ ସହଯୋଗୀ ମିନଲ ଭୂମିକାରେ ନଜର ଆସିଛନ୍ତି ଦୀପିକା । ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉକ୍ରଣ୍ଠା ଦେଖିବାକୁ ମିଳିଛି । ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଧୁମ ମଚାଇବ ବୋଲି ଆଶା ବ୍ୟକ୍ତ କରିଛି ପ୍ରଯୋଜନା ସଂସ୍ଥା । ଜାନୁଆରୀ ୨୫ରେ ରିଲିଜ ହେବ ଫିଲ୍ମ ‘ଫାଇଟର’ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored