Videos
|
Entertainment

Govinda Second Marriage / ଦ୍ଵିତୀୟ ବିବାହ କରିଥାନ୍ତେ ଗୋବିନ୍ଦା ! ପତ୍ନୀଙ୍କ ଅଭିଯୋଗ ପରେ ମ୍ୟାନେଜରଙ୍କ ଖୁଲାସା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଦ୍ଵିତୀୟ ବିବାହ କରିଥାନ୍ତେ ଗୋବିନ୍ଦା ! ପତ୍ନୀଙ୍କ ଅଭିଯୋଗ ପରେ ମ୍ୟାନେଜରଙ୍କ ଖୁଲାସା
Govinda Second Marriage

Key Points

ଚର୍ଚ୍ଚାରେ ଗୋବିନ୍ଦା ଓ ସୁନୀତା ଆହୁଜାଙ୍କ ସମ୍ପର୍କ
ଅଭିନେତା ଦ୍ଵିତୀୟ ବିବାହ କରିଥାନ୍ତେ ବୋଲି ଅଭିଯୋଗ
ଏବେ ସତ କଥା କହିଦେଲେ ମ୍ୟାନେଜର
ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଓ ପତ୍ନୀ ସୁନୀତା ଆହୁଜା ନିଜର ବୈବାହିକ ଜୀବନକୁ ନେଇ ଗତ କିଛି ଦିନ ଧରି ବେଶ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆଠାରୁ ଆରମ୍ଭ କରି ସବୁଠି ଏହି କପଲ୍‌ଙ୍କୁ ନେଇ ବିଭିନ୍ନ ପ୍ରକାର କଥା କୁହାଯାଉଛି । ନିକଟରେ ସୁନୀତା ଦାବି କରିଥିଲେ ଯେ ଗୋବିନ୍ଦା ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ଏବେ ଅଭିନେତାଙ୍କ ମ୍ୟାନେଜର ଶଶି ସିହ୍ନା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ।

  • ମ୍ୟାନେଜରଙ୍କ ଖୁଲାସା
ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, "ଯଦି ଗୋବିନ୍ଦା ସତରେ ଛାଡ଼ପତ୍ର କିମ୍ବା ଅନ୍ୟ ଏକ ସମ୍ପର୍କ ଚାହୁଁଥିଲେ, ତେବେ ସେ ନିଜ ଆଡୁ କହିଥାନ୍ତେ । ମାତ୍ର ଏପରି କିଛି ହୋଇନାହିଁ । ଏବେ ଯେଉଁ ବିବାଦ ଚାଲିଛି ତାହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିବ ବୋଲି ଗୋବିନ୍ଦା କହିଛନ୍ତି ।" ଗଣମାଧ୍ୟମ ପ୍ରତିନିଧିଙ୍କୁ ଶଶି କହିଛନ୍ତି, "ଗୋବିନ୍ଦାଙ୍କ ଦ୍ଵିତୀୟ ବିବାହ କଥା ଆପଣଙ୍କଠାରୁ ଶୁଣୁଛି । ଏପରି କିଛି ନାହିଁ । କୌଣସି ଦ୍ଵିତୀୟ ବିବାହ ହେଉନାହିଁ । ମୋତେ ଲାଗୁଛି ତାଙ୍କ ପତ୍ନୀ ସୁନୀତାଙ୍କ ମନରେ ଏପରି କିଛି ଚାଲୁଛି । କାରଣ ସୁନୀତା ଛାଡ଼ପତ୍ର ଆବେଦନ କରିଥିଲେ ।"

  • 'ଉଭୟ ପରିପକ୍ଵ'
ଶଶି ଆହୁରି କହିଛନ୍ତି ଯେ ସୁନୀତା ଛାଡ଼ପତ୍ର ଆବେଦନକୁ ଫେରାଇ ନେବାକୁ ଯାଉଛନ୍ତି । ସେ କହିଛନ୍ତି, "ଉଭୟ ପରିପକ୍ଵ । ଗୋବିନ୍ଦା କେବେ ହେଲେ ସମସ୍ତଙ୍କ ସାମ୍ନାରେ ସୁନୀତାଙ୍କ ବିରୁଦ୍ଧରେ ଗୋଟିଏ ବି ଶବ୍ଦ କହିନାହାନ୍ତି । ମାତ୍ର ସୁନୀତା ବ୍ୟକ୍ତିଗତ ଜୀବନର କଥାକୁ ସାର୍ବଜନୀନ କରିଛନ୍ତି । ମାତ୍ର ସବୁରି ପରେ ମୋର ବିଶ୍ଵାସ ଏହି କପଲ୍ ନିଜ ସନ୍ତାନଙ୍କ ପାଇଁ ଭଲ ଚାହାଁନ୍ତି ।"

  • ଗୋବିନ୍ଦାଙ୍କ ସପକ୍ଷରେ ବାହାରିଲେ ମ୍ୟାନେଜର
ସୁନୀତା ଛାଡ଼ପତ୍ର ଆବେଦନ ଫେରାଇ ନେବା ଉପରେ ଗୋବିନ୍ଦାଙ୍କ ମ୍ୟାନେଜର ଶଶି କହିଛନ୍ତି, "ଏପରି କଣ ହେଲା ଯେ ସୁନୀତା ତାଙ୍କ ଛାଡ଼ପତ୍ର ଫେରାଇ ନେଲେ ଜଣାନାହିଁ । ହେଲେ ଆମର ଆଶା ସବୁକିଛି ଠିକ୍ ହୋଇଯିବ ଏବଂ ଏହା ସେମାନଙ୍କ ସନ୍ତାନଙ୍କ ପାଇଁ ମଧ୍ୟ ଭଲ ହେବ । କାରଣ ଏସବୁର ନକରାତ୍ମକ ପ୍ରଭାବ ପିଲାଙ୍କ ଉପରେ ପଡ଼ିଥାଏ । ଗୋବିନ୍ଦା ଏପରି କୌଣସି କାମ କରିବେ ନାହିଁ, ଯାହାଦ୍ଵାରା ତାଙ୍କର ବ୍ଯକ୍ତିତ୍ଵ ମଳିନ ପଡ଼ିବ ।"


ପଢନ୍ତୁ ଏହି ଖବର: ୪୫ବର୍ଷରେ ତୃତୀୟ ଛୁଆର ମାଆ ହେବେ କି କରୀନା କପୁର ? ସତକଥା କହିଲେ ନଣନ୍ଦ

  • 'କ୍ୟାରିଅର ଉପରେ ଫୋକସ୍ କରୁଛନ୍ତି ଗୋବିନ୍ଦା'
ଗୋବିନ୍ଦାଙ୍କ ମ୍ୟାନେଜର ଶଶି ଆହୁରି କହିଛନ୍ତି ଯେ ଅଭିନେତା ଏବେ କେବଳ ନିଜ କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି । ଏହାସହିତ ଶଶି ଗୋବିନ୍ଦାଙ୍କ ଦ୍ଵିତୀୟ ବିବାହକୁ ନେଇ କରାଯାଉଥିବା ସବୁ ଚର୍ଚ୍ଚାକୁ ଅସ୍ଵୀକାର କରିଛନ୍ତି । ଅନ୍ୟପଟେ ଗୋବିନ୍ଦା ଓ ସୁନୀତାଙ୍କ ବୈବାହିକ ଜୀବନରେ ଆନନ୍ଦ ଭରିଯାଉ ବୋଲି ଫ୍ୟାନ୍ସ ଆଶା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: