Videos
|
Entertainment

Harshad Chopda / Lock UPP-2ରୁ ବାହାରିଲେ ହର୍ଷଦ ଚୋପଡା; ଏଲିମିନେସନ ପଛରେ ବଡ଼ ଟ୍ଵିଷ୍ଟ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
Lock UPP-2ରୁ ବାହାରିଲେ ହର୍ଷଦ ଚୋପଡା; ଏଲିମିନେସନ ପଛରେ ବଡ଼ ଟ୍ଵିଷ୍ଟ
Harshad Chopda

Key Points

ଲକ୍ ଅପ୍-୨ରୁ ଆଉଟ୍ ହର୍ଷଦ ଚୋପଡ଼ା
ତାଙ୍କ ଏଲିମିନେସନକୁ ନେଇ ଫ୍ୟାନ୍ସଙ୍କୁ ଝଟକା
ମୁମ୍ବାଇ: ଲକ୍ ଅପ୍-୨ରେ ଡ୍ରାମା ଜାରି ରହିଛି । ଅନ୍ୟତମ ଚର୍ଚ୍ଚିତ ଚେହେରା ହର୍ଷଦ ଚୋପ୍ରା ରିଆଲିଟି ଶୋ'ରୁ ବାହାର ହୋଇଯାଇଛନ୍ତି । ଯେଉଁମାନେ ତାଙ୍କୁ ଖେଳରେ ଆହୁରି ଆଗକୁ ଯିବାକୁ ଆଶା କରିଥିଲେ, ସେମାନଙ୍କୁ ତାଙ୍କର ଏଲିମିନେସନ ଆଶ୍ଚର୍ଯ୍ୟ କରିଛି । ଜେଲ ଭିତରେ ହର୍ଷଦ ଜଣେ ଶାନ୍ତ ପ୍ରତିଯୋଗୀ ପରି ଦେଖାଯାଉଥିଲେ । ତାଙ୍କ ନାମକୁ ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ସହ ଯୋଡ଼ାଯାଉଥିଲା । ଏବେ ସେ ଶୋ'ରୁ ବାହାର ହୋଇଛନ୍ତି ।

ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କ ପ୍ରସ୍ଥାନକୁ ନେଇ ବେଶ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି । ତାଙ୍କର ଏହି ଶୀଘ୍ର ପ୍ରସ୍ଥାନରେ ଅନେକ ଦର୍ଶକ ଆଘାତ ଏବଂ ନିରାଶାଭାବ ପ୍ରକାଶ କରିଛନ୍ତି । କେତେକ ଏହାକୁ ଅନ୍ୟାୟ ବୋଲି କହି କହିବା ସହ ସେ ଖେଳରେ ଅଧିକ ସମୟ ପାଇବାକୁ ଯୋଗ୍ୟ ଥିଲେ । ତେବେ ସେ ସତରେ ଶୋ'ରୁ ବାହାର ହୋଇଛନ୍ତି ନା ଏହା ପଛରେ ଆଉ କିଛି ଗେମ୍ ଅଛି ତାକୁ ନେଇ ବେଶ ଚର୍ଚ୍ଚା ହେଉଛି ।

  • ଶୋ’କୁ ଫେରିବେ କି ହର୍ଷଦ ଚୋପ୍ରା ?
ଫ୍ୟାନ୍ସଙ୍କୁ ଏହି ଝଟକା ଲାଗିଛି ସତ, ମାତ୍ର କୁହାଯାଉଛି ଆଗାମୀ ଏପିସୋଡରେ ପ୍ରଶଂସକ ଜାଣିବାକୁ ପାଇବେ ଯେ ହର୍ଷଦ ଶୋ’କୁ ଫେରି ଆସୁଛନ୍ତି । କିଛି ରିପୋର୍ଟ ଅନୁସାରେ ହର୍ଷଦଙ୍କୁ ପୁଣି ଏକ ଟାସ୍କ ଦିଆଯିବ, ଯେଉଁଥିରେ ସେ ପ୍ରଦର୍ଶନ କରିବେ ଏବଂ ଶୋ’ରେ ପୁନଃ ପ୍ରବେଶ କରିବେ । ଏହି ଏପିସୋଡ୍ ପୂର୍ବରୁ ସୁଟିଂ ହୋଇସାରିଛି ଏବଂ ସେ ଶୋ'କୁ ଫେରିବେ । ହର୍ଷଦ ଚୋପ୍ରାଙ୍କ ଏକ ବଡ଼ ପ୍ରଶଂସକ ଚେନ୍ ରହିଛି । ଶୋ'ରେ ହର୍ଷଦଙ୍କ ସହିତ ଶିବାଙ୍ଗୀଙ୍କ ଯୋଡ଼ି ବେଶ ଚର୍ଚ୍ଚାରେ ରହିଆସିଛି । ଉଭୟଙ୍କ ବନ୍ଧୁତାକୁ ଅନ୍ୟ ପ୍ରତିଯୋଗୀମାନେ ପ୍ରେମର ନାମ ଦେଇଛନ୍ତି ।

ପଢନ୍ତୁ ଏହି ଖବର: 'ମୁଁ ଭର୍ଜିନ...' କହି ଏହି ଅଭିନେତ୍ରୀଙ୍କୁ କଟାକ୍ଷ କଲେ ଶିଳ୍ପା ସିନ୍ଦେ

  • 'ଲକ୍ ଅପ୍-୨' ବିଷୟରେ
ଏହି ଶୋ’ ବିଷୟରେ କହିବାକୁ ଗଲେ, ଶିବାଙ୍ଗୀ ଯୋଶୀ , ଶିଳ୍ପା ସିନ୍ଦେ, ସୁଫି ମୋତିୱାଲା ଏବଂ ଅନ୍ୟ ପ୍ରତିଯୋଗୀମାନେ ଏବେ ବି ବିଜୟୀ ପ୍ରତିଯୋଗୀ ଦୌଡ଼ରେ ଅଛନ୍ତି । "ଲକ୍ ଅପ୍-୨" ପ୍ରତ୍ୟେକ ଏପିସୋଡ୍ ସହିତ ଅଧିକ ରୋମାଞ୍ଚକର ହେଉଛି । ଏହି ଶୋ'ରେ ପ୍ରତିଯୋଗୀଙ୍କ ସିକ୍ରେଟର ପର୍ଦ୍ଦାଫାଶ ହେଉଥିବାରୁ ଦର୍ଶକ ଏହାକୁ ବେଶ ପସନ୍ଦ କରୁଛନ୍ତି । ନିକଟରେ ଶୋ'ର ଅନ୍ୟ ଜଣେ ପ୍ରତିଯୋଗୀ ପାମେଲା ମଧ୍ୟ କ୍ରିକେଟ ବେଟିଂକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored