Videos
|
Entertainment

Lock Upp 2 / 'ମୁଁ ଭର୍ଜିନ...' କହି ଏହି ଅଭିନେତ୍ରୀଙ୍କୁ କଟାକ୍ଷ କଲେ ଶିଳ୍ପା ସିନ୍ଦେ

Debashree Debasmita Sahoo
Browse all articles by Debashree Debasmita Sahoo
·2 weeks ago·2 min read
'ମୁଁ ଭର୍ଜିନ...' କହି ଏହି ଅଭିନେତ୍ରୀଙ୍କୁ କଟାକ୍ଷ କଲେ ଶିଳ୍ପା ସିନ୍ଦେ
Lock Upp 2

Key Points

'ଲକ୍ ଅପ୍ ୨'ର ନୂଆ ଏପିସୋଡକୁ ନେଇ ପୁଣି ବିବାଦ
ଟେଲିଭିଜନର ଚର୍ଚ୍ଚିତ ଅଭିନେତ୍ରୀଙ୍କୁ ଶିଳ୍ପା ସିନ୍ଦେଙ୍କ କଟାକ୍ଷ
ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା
ମୁମ୍ବାଇ: ରିଅଲିଟି ଶୋ'ରେ ସାଧାରଣତଃ ପ୍ରତିଯୋଗୀଙ୍କ ମଧ୍ୟରେ କଟାକ୍ଷ, ମୁହାଁମୁହିଁ ଓ କଳିଝଗଡ଼ା ଦେଖାଯାଏ । ଏବେ 'ଲକ୍ ଅପ୍ ସିଜିନ-୨'ରେ କୌଣସି ନା କୌଣସି ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କର ଖବର ଆସୁଛି । ଏବେ ଶୋ'ର ଏକ କ୍ଲିପ୍ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଠି ଅଭିନେତ୍ରୀ ଶିଳ୍ପା ସିନ୍ଦେ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶ୍ରେୟା କାଲରା, ଟିଭି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କ ନକଲ କରୁଛନ୍ତି । ଏହି ସମୟରେ ଶିଳ୍ପା ଭର୍ଜିନିଟିକୁ ନେଇ ମଧ୍ୟ ଟିପ୍ପଣୀ ଦେଇଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି ।

ରିଅଲିଟି ଶୋ'ର ଏକ ଏପିସୋଡରେ ଶିଳ୍ପା ସିନ୍ଦେ ଓ ଶ୍ରେୟା କାଲରା ଏକାଠି ବସି ଶିବାଙ୍ଗୀ ଯୋଶୀଙ୍କ ନକଲ କରୁଛନ୍ତି । ଭିଡିଓରେ ଶିଳ୍ପା ଶିବାଙ୍ଗୀଙ୍କ କହିବା ଶୈଳୀକୁ ନକଲ କରି କହୁଛନ୍ତି, "ଆରେ ୟାର...ମୋ ଲାଇଫରେ କୌଣସି ସିକ୍ରେଟ ନାହିଁ । ମୁଁ ଆଉ କେତେ ଅଭିନୟ କରିବି ? ମୁଁ ବହୁତ ସରଳ । ମୁଁ ଭର୍ଜିନ.. ।" ଶିଳ୍ପାଙ୍କ ନକଲ ଦେଖି ଶ୍ରେୟା ଖୁବ ଜୋରରେ ହସିବାକୁ ଲାଗିଥିଲେ ।

  • କାହିଁକି ଶିବାଙ୍ଗୀଙ୍କ ନକଲ କଲେ ଶିଳ୍ପା ?
ଏହି ବାର୍ତ୍ତାଳାପ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଶିଳ୍ପା ଓ ଶ୍ରେୟା କିଛି ଦୂରରେ ଠିଆ ହୋଇଥିବା ଶିବାଙ୍ଗୀ ଯୋଶୀ ଓ ହର୍ଷଦ ଚୋପଡ଼ାଙ୍କୁ କଥାବାର୍ତ୍ତା ହେଉଥିବାର ଦେଖିଥିଲେ । ସେମାନେ ସେହି କଥାବାର୍ତ୍ତାକୁ ନେଇ ନକଲ କରିବା ଆରମ୍ଭ କରିଥିଲେ । ଏହି ସମୟରେ ଶିବାଙ୍ଗୀ ସେମାନଙ୍କ ମିମିକ୍ରିକୁ ନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

  • ଶିଳ୍ପା-ଶିବାଙ୍ଗୀଙ୍କ ସମ୍ପର୍କ କିପରି ?
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଶିବାଙ୍ଗୀ ଯୋଶୀଙ୍କ ପ୍ରତି ଶିଳ୍ପା ସିନ୍ଦେଙ୍କ ବ୍ୟବହାରକୁ ନେଇ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଗୋଟିଏ ଏପିସୋଡରେ ଶିଳ୍ପା କଣ୍ଟ୍ରୋଲର ରୂପରେ ଶିବାଙ୍ଗୀଙ୍କୁ ହର୍ଷଦ ଚୋପଡ଼ାଙ୍କ ସହିତ କଥାବାର୍ତ୍ତା ହେବାକୁ ମନା କରିଥିଲେ । ଏହି ସମୟରେ ସୋସିଆଲ ମିଡିଆ ୟୁଜର ଶିଳ୍ପାଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ପଢନ୍ତୁ ଏହି ଖବର: 'ଚାଇନା ସେ ଆୟା ମେରା ଦୋସ୍ତ..; ପୁଣି ଆତଙ୍କିତ କଲା ପୁରୁଣା ମହାମାରୀ

ସୂଚନା ଥାଉ କି 'ଲକ୍ ଅପ୍ ସିଜିନ-୨'ରେ ପ୍ରଥମ ଦିନରୁ ହିଁ ପ୍ରତିଯୋଗୀଙ୍କ ମଧ୍ୟରେ ହେଉଥିବା ଯୁକ୍ତିତର୍କକୁ ନେଇ ଖବରର ଶିରୋନାମାରେ ରହୁଛି । ଏହି ଶୋ'ରେ ରାମ କପୁର, ଧୀରଜ ଧୁପର, ଶିଳ୍ପା ସିନ୍ଦେ, ଶିବାଙ୍ଗୀ ଯୋଶୀ, ଶ୍ରେୟା କାଲରା, ଆକାଂକ୍ଷା ଚମୋଲାଙ୍କ ସହିତ ଅନେକ ଜଣାଶୁଣା ଚେହେରା ଅଂଶଗ୍ରହଣ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Lock Upp 2: Shilpa Shinde's Remarks on Shivangi Joshi Spark Social Media Outrage | Argus News