TejRan Proposal / ତେଜସ୍ଵୀଙ୍କୁ ପ୍ରପୋଜ୍ କଲେ କରନ୍; ପିନ୍ଧାଇଲେ ହୀରା ମୁଦି
·41 mins ago·2 min read

Key Points
ଖୁବଶୀଘ୍ର ବିବାହ କରିବେ ତେଜରାନ୍
ଦୁବାଇରେ ତେଜସ୍ଵୀଙ୍କୁ ପ୍ରପୋଜ୍ କଲେ କରନ୍
ଖୋଲି କହିଦେଲେ ଦିଲର ସବୁ କଥା
ଦୁବାଇରେ ତେଜସ୍ଵୀଙ୍କୁ ପ୍ରପୋଜ୍ କଲେ କରନ୍
ଖୋଲି କହିଦେଲେ ଦିଲର ସବୁ କଥା
ଟେଲିଭିଜନ ଜଗତର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି କରନ୍ କୁନ୍ଦ୍ରା ଓ ତେଜସ୍ଵୀ ପ୍ରକାଶ ଶେଷରେ ନିଜ ସମ୍ପର୍କକୁ ନୂଆ ମୋଡ଼ ଦେଇଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ କପଲ୍ ବିବାହ କରିବାକୁ ଯାଉଛନ୍ତି । ତେଜସ୍ଵୀଙ୍କୁ ଦୁବାଇରେ ଏକ ରୋମାଣ୍ଟିକ୍ ଢଙ୍ଗରେ ପ୍ରପୋଜ୍ କରିଛନ୍ତି ବୟଫ୍ରେଣ୍ଡ କରନ୍, ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାବେଳେ ଫ୍ୟାନ୍ସଙ୍କ ଖୁସି ଦ୍ଵିଗୁଣିତ ହୋଇଛି । କରନ୍ ତେଜସ୍ଵୀଙ୍କୁ ଏକ ହୀରାର ମୁଦି ପିନ୍ଧାଇ ପ୍ରପୋଜ୍ କରିଥିବାବେଳେ ତେଜସ୍ଵୀ ଇମୋସନାଲ୍ ହୋଇପଡ଼ିଥିବ ଦେଖିବାକୁ ମିଳିଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ ତେଜସ୍ଵୀ ଏକ ଧଳା ରଙ୍ଗର ଗାଉନ୍ ପିନ୍ଧିଥିବାବେଳେ କରନ୍ ନୀଳ ରଙ୍ଗର ସୁଟ୍ ପିନ୍ଧିଛନ୍ତି ଓ ମୁଣ୍ଡରେ ନାଲି ରଙ୍ଗର ପଗଡ଼ି ବାନ୍ଧିଛନ୍ତି । ସେ ପୁରା ରୋମାଣ୍ଟିକ ଢଙ୍ଗରେ ଆଣ୍ଠୁରେ ବସି ତେଜସ୍ଵୀଙ୍କୁ ପ୍ରପୋଜ୍ କରିଛନ୍ତି । ଏହାପରେ ତେଜସ୍ଵୀ ଭାବବିହ୍ଵଳ ହୋଇପଡ଼ିଥିଲେ । ଉଭୟଙ୍କ ରୋମାଣ୍ଟିକ ମୁହୂର୍ତ୍ତ ଏବେ ଫ୍ୟାନ୍ସଙ୍କ ହୃଦୟ ଜିତିଛି ।
ପଢନ୍ତୁ ଏହି ଖବର: ତିଲକଙ୍କୁ ଡେଟ୍ କରୁଛନ୍ତି କି ଶ୍ରୀଲିଲା ? ଚର୍ଚ୍ଚା ପରେ ସତ କହିଦେଲେ ଅଭିନେତ୍ରୀଙ୍କ ମାଆ

- ଦୁବାଇ ମରୁଭୂମି ହେଲା ରୋମାଣ୍ଟିକ୍
ପଢନ୍ତୁ ଏହି ଖବର: ତିଲକଙ୍କୁ ଡେଟ୍ କରୁଛନ୍ତି କି ଶ୍ରୀଲିଲା ? ଚର୍ଚ୍ଚା ପରେ ସତ କହିଦେଲେ ଅଭିନେତ୍ରୀଙ୍କ ମାଆ
- ଭାବବିହ୍ଵଳ ହୋଇପଡ଼ିଲେ ତେଜସ୍ଵୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories