Videos
|
Entertainment

Kareena Kapoor Pregnancy / ତୃତୀୟ ଥର ଗର୍ଭବତୀ କରୀନା କପୁର ? ଶେଷରେ ନିଜେ ମୁହଁ ଖୋଲିଲେ ଅଭିନେତ୍ରୀ

Debashree Debasmita Sahoo
Browse all articles by Debashree Debasmita Sahoo
·45 mins ago·3 min read
ତୃତୀୟ ଥର ଗର୍ଭବତୀ କରୀନା କପୁର ? ଶେଷରେ ନିଜେ ମୁହଁ ଖୋଲିଲେ ଅଭିନେତ୍ରୀ
Kareena Kapoor Pregnancy

Key Points

କରୀନା କପୁରଙ୍କ ତୃତୀୟ ଥର ଗର୍ଭବତୀ ଚର୍ଚ୍ଚା
ଗତକାଲି ନଣନ୍ଦ ପରେ ଆଜି ଅଭିନେତ୍ରୀ ପ୍ରତିକ୍ରିୟା ରଖିଲେ
ମୁମ୍ବାଇ: ପଟୌଦି ବେଗମ୍ ତଥା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ​​ଯେଉଁଥିରେ ତାଙ୍କ ବେବି ବମ୍ପ ଦେଖାଯାଉଛି । ଅଭିନେତ୍ରୀ ଗର୍ଭବତୀ ଏବଂ ତୃତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛଇ । କରୀନାଙ୍କ ନଣନ୍ଦ ଗତକାଲି ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଥିବାବେଳେ କରୀନା ମଧ୍ୟ ଆଜି ଏହା ଉପରେ ମୁହଁ ଖୋଲିଛନ୍ତି ।

କରୀନା ପ୍ରଥମେ ସୋସିଆଲ ମିଡିଆ ଏହା ଉପରେ ଏକ ପୋଷ୍ଟ କରିଛନ୍ତି ଏବଂ ତାଙ୍କ ଗର୍ଭଧାରଣ ଖବରକୁ ମଜାଳିଆ ଢଙ୍ଗରେ ଅସ୍ୱୀକାର କରିଛନ୍ତି । ଏହି ପୋଷ୍ଟ କରିବା ପରେ ଯେତେବେଳେ ସେ ନିକଟରେ ପାପାରାଜିମାନଙ୍କୁ ଭେଟିଲେ ଏବଂ ପାପାରାଜି କରୀନାଙ୍କୁ କ୍ଷମା ମାଗିବା ଆରମ୍ଭ କରିଥିଲେ, ସେ ସେମାନଙ୍କୁ କହିଥିଲେ, "ତୁମେ ମୋତେ ପାଗଳ କରିଦେଉଛ ।"


  • କରୀନାଙ୍କ ଦିଶିଥିଲା ବେବି ବମ୍ପ୍
ଅଗଷ୍ଟ ୨୧ ତାରିଖରେ ଯେତେବେଳେ କରୀନାଙ୍କୁ ଜିମ୍ ବାହାରେ ଦେଖାଯାଇଥିଲା, ସେତେବେଳେ ତାଙ୍କର ବେବି ବମ୍ପ ଦେଖାଯାଉଥିଲା, ଯାହାକୁ ତାଙ୍କ ସୁରକ୍ଷା କର୍ମୀ ଛତା ସାହାଯ୍ୟରେ ଲୁଚାଇବାକୁ ଚେଷ୍ଟା କରିଥିଲେ । ଏହା ଦେଖି ଅଭିନେତ୍ରୀଙ୍କ ତୃତୀୟ ଗର୍ଭଧାରଣ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା । କରୀନା ତୃତୀୟ ଛୁଆର ମାଆ ହେବାକୁ ଯାଉଥିବା ପାପାରାଜି ମାନେ ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଥିଲେ । ଯାହାକୁ ସତ ଭାବିନେଇଥିଲେ ପ୍ରଶଂସକ ।



  • କଣ କହିଲେ କରୀନାଙ୍କ ନଣନ୍ଦ ?
ଗତକାଲି କରୀନାଙ୍କ ନଣନ୍ଦ ତଥା ସୈଫ ଅଲ୍ଲୀ ଖାନଙ୍କ ସାନ ଭଉଣୀ ସବା ପଟୌଦି ଏହାକୁ ଖଣ୍ଡନ କରି ଲେଖିଥିଲେ, "ଏହା ଫଟୋ ଉଠାଇବାର ଏକ ଖରାପ ଆଙ୍ଗେଲ୍ ଥିଲା । ଲୋକମାନେ ଏତେ ଶୀଘ୍ର ଗୋଟିଏ ଫଟୋକୁ ଦେଖି କିପରି ନିଷ୍କର୍ସରେ ପହଞ୍ଚିପାରୁଛନ୍ତି ? କରୀନା ପ୍ରଥମେ ବିମାନବନ୍ଦରରେ ସୁନ୍ଦର ଏବଂ ପତଳା ଦେଖାଯାଉଥିଲେ ଏବଂ ପରେ ଜିମ୍‌ରୁ ବାହାରିବା ପରେ ଏପରି ଦିଶିଲେ । ସେପରି କିଛି ନାହିଁ । ଏପଟେ କିନ୍ତୁ ମୁଁ ମୋ ଭଉଣୀ (ସୋହା ଅଲ୍ଲୀ ଖାନ)କୁ ଆଉ ଏକ ସନ୍ତାନ ପାଇଁ ରାଜି କରାଇବାକୁ ଚେଷ୍ଟା କରୁଛି ।" ଏହାସହିତ ୱା କାହା ବ୍ୟକ୍ତିଗତ ଜୀବନରେ ଏତେ ମାତ୍ରାରେ ହସ୍ତକ୍ଷେପ ନ କରିବାକୁ ଲୋକଙ୍କୁ ଅପିଲ୍ କରିଥିଲେ ।

  • ପୋଷ୍ଟରେ କଣ କହିଲେ କରୀନା ?
ସବା ପ୍ରତିକ୍ରିୟା ରଖିବା ପରେ କରୀନା ତାଙ୍କର ଫୁଲିଥିବା ପେଟର ଏକ ଫଟୋ ସେୟାର କରି ଲେଖିଛନ୍ତି, "ଦୂରକୁ ହଟ ।" ପରେ କରୀନା ଗର୍ଭଧାରଣ ଗୁଜବ ଉପରେ ହାସ୍ୟରସପୂର୍ଣ୍ଣ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ଫଟୋ ସେୟାର କରି ସେ ପିଜା ଏବଂ ଅନେକ ହସିବା ଇମୋଜି ଦେଇଛନ୍ତି । ଏଥିରେ ମଧ୍ଯ ପ୍ରଶଂସକ ଅନେକ ପ୍ରତିକ୍ରିୟା ଦେଇଛନ୍ତି ।

ପଢନ୍ତୁ ଏହି ଖବର: ୪୫ବର୍ଷରେ ତୃତୀୟ ଛୁଆର ମାଆ ହେବେ କି କରୀନା କପୁର ? ସତକଥା କହିଲେ ନଣନ୍ଦ

  • କରୀନାଙ୍କୁ କ୍ଷମା ମାଗିଲେ ପାପାରାଜି
ଏହାପରେ ଯେତେବେଳେ କରୀନାଙ୍କୁ ଦେଖାଗଲା, ପାପାରାଜିମାନେ ତାଙ୍କୁ କ୍ଷମା ମାଗିବାକୁ ଲାଗିଲେ । କରୀନା ସେମାନଙ୍କ ଉପରେ ହସି କହିଲେ, "ତୁମେ ମୋତେ ପାଗଳ କରିଦେଉଛ ।" ଏହା ପରେ, ସେ ଗାଡ଼ିରେ ବସି ଚାଲିଗଲେ । ପୂର୍ବରୁ ନ୍ୟୁୟର୍କରେ ଛୁଟି କାଟିବା ସମୟରେ କରୀନାଙ୍କ ତୃତୀୟ ଗର୍ଭଧାରଣର ଗୁଜବ ପ୍ରଚାର ହୋଇଥିଲା । ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଥିଲେ, ଯାହାଦ୍ୱାରା ୟୁଜର ତାଙ୍କ ଗର୍ଭଧାରଣ ବିଷୟରେ ଅନୁମାନ କରିଥିଲେ । ତା’ପରେ କରୀନା ପିଜାକୁ ଏହାର କାରଣ ବୋଲି କହିଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: