Bollywood News / ସ୍ବାମୀ ଯିବା ପରେ ଝିଅର କଲେଜ ଫି' ଦେଇପାରୁ ନାହାନ୍ତି କରିସ୍ମା! ମାମଲା କୋର୍ଟରେ
·8 months ago·2 min read

Key Points
କଲେଜ ଫି ଦେଇ ପାରୁନାହାନ୍ତି ଅଭିନେତ୍ରୀ କରିସ୍ମା କପୁରଙ୍କ ଝିଅ । ସ୍ବାମୀଙ୍କ ଦେହାନ୍ତ ପରେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କରିସ୍ମା ।
ବଲିଉଡରେ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି କରିସ୍ମା କପୁର। ଆଉ ଏବେ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। କଥାଟା ଆପଣଙ୍କୁ ଅଡ଼ୁଆ ଲାଗୁଥିବ କିନ୍ତୁ ଏଭଳି ଖବର ଆଜି ମିଡିଆରେ ଟ୍ରେଣ୍ଡ ହେଉଛି। କଲେଜ ଫି ଦେଇ ପାରୁନାହାନ୍ତି ଅଭିନେତ୍ରୀ କରିସ୍ମା କପୁରଙ୍କ ଝିଅ । ସ୍ବାମୀଙ୍କ ଦେହାନ୍ତ ପରେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କରିସ୍ମା । ଏହାସହ ସ୍ବାମୀଙ୍କ ସମ୍ପତ୍ତିରେ ଅଂଶୀଦାର ପାଇଁ କୋର୍ଟରେ ଦାଖଲ କରିଛନ୍ତି ମାମଲା । ଯାହାର ଶୁଣାଣି କରିଛନ୍ତି କୋର୍ଟ।
ଏହାସହ ପଢ଼ନ୍ତୁ: ଫ୍ୟାନ୍ସ ମାନଙ୍କୁ ଖୁସି ଖବର ଦେଲେ ଅଭିନେତା ରାଜକୁମାର ରାଓ
ରିପୋର୍ଟ ଅନୁସାରେ, ସ୍ବର୍ଗତ ସଂଜୟ କପୁରଙ୍କ ସମ୍ପତ୍ତିରେ ଅଂଶୀଦାର ହେବା ସହ ସାବତ ମାଆ ପ୍ରିୟା ସଚଦେବଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ହୋଇଥିଲେ । ଯାହାର ଶୁଣାଣିରେ କୋର୍ଟ ଫିଲ୍ମ ଷ୍ଟାଇଲରେ ଫଇସଲା ଶୁଣାଇ ପାରିବେ ନାହିଁ ବୋଲି କହିଥିଲେ । କରିସ୍ମାଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ମହେଶ ଜେଠାମାଳିନୀ କହିଥିଲେ ଯେ, କରିସ୍ମାଙ୍କ ଝିଅ ଆମେରିକାର ଏକ ବିଶ୍ବବିଦ୍ୟାଳୟରେ ପାଠ ପଢୁଛନ୍ତି । ସେ ଦୁଇ ମାସ ହେଲା କଲେଜ ଫି ଦେଇପାରି ନାହାନ୍ତି । ଏସବୁ ଖର୍ଚ୍ଚ ସଂଜୟ କପୁର ଉଠାଇବା କଥା । କିନ୍ତୁ ସେ ଏବେ ଦୁନିଆରେ ନାହାନ୍ତି ।
ପ୍ରିୟା ସଚଦେବଙ୍କ ତରଫରୁ ଲଢୁଥିବା ଆଇନଜୀବୀ କହିଥିଲେ ଯେ, ପ୍ରିୟା ସମସ୍ତ ଖର୍ଚ୍ଚ କରିଛନ୍ତି । ମିଡିଆରେ ଚର୍ଚ୍ଚାରେ ରହିବାକୁ କରିସ୍ମା ଏପରି ପ୍ରସଙ୍ଗକୁ କୋର୍ଟରେ ଉଠାଉଛନ୍ତି । ବିଚାରପତି କହିଥିଲେ ଯେ, ଏସବୁ ପ୍ରସଙ୍ଗ କୋର୍ଟକୁ ଆସିବା ଅନୁଚିତ । ପ୍ରିୟା ଏସବୁ ସମସ୍ୟାର ସମାଧାନ କରିବା ଦରକାର । ମାମଲାକୁ ସେ ୩୦ ସେକେଣ୍ଡରୁ ଅଧିକ ସମୟ ଦେଇପାରିବେ ନାହିଁ । ସମାନ ପ୍ରଶ୍ନ ପୁଣି ଥରେ କୋର୍ଟକୁ ଆଣିବା ଅନୁଚିତ ବୋଲି ବିଚାରପତି କହିଥିଲେ।
ଏହାସହ ପଢ଼ନ୍ତୁ: ଧର୍ମେନ୍ଦ୍ରଙ୍କ ଘର ବାହାରେ ଫଟୋଗ୍ରାଫରଙ୍କୁ ଦେଖି ବର୍ଷିଲେ ସନ୍ନି, କହିଲେ: `ତୁମକୁ ଟିକେ ଲାଜ ଲାଗୁନି'
ସୂଚନାଯୋଗ୍ୟ, କରିସ୍ମାଙ୍କ ସ୍ବାମୀ ସଞ୍ଜୟ ଚଳିତ ବର୍ଷ ଜୁନ ୧୨ ତାରିଖରେ ପ୍ରାଣ ହରାଇଥିଲେ । ଲଣ୍ଡନରେ ପୋଲୋ ଖେଳିବା ବେଳେ ତାଙ୍କୁ ହୃଦଘାତ ହୋଇଥିଲା । ଯାହାପରେ ସନ୍ତାନ ସମାୟିରା ଏବଂ କିଆନ୍ ବାପାଙ୍କ ସମ୍ପତ୍ତିରେ ହକ୍ ପାଇବାକୁ କୋର୍ଟରେ ମାମଲା କରିଥିଲେ ।
ସେମାନେ ଅଭିଯୋଗ କରିଥିଲେ ଯେ, ସାବତ ମାଆ ପ୍ରିୟା ସଞ୍ଜୟଙ୍କ ଇଚ୍ଛା ବିରୋଧରେ କାମ କରୁଛନ୍ତି । ସନ୍ତାନଙ୍କୁ ସମସ୍ତ ପ୍ରକାର ସୁବିଧା ଦିଆଯିବ ବୋଲି ସଞ୍ଜୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏସବୁରୁ ସେମାନଙ୍କୁ ବଞ୍ଚିତ କରାଯାଉଛି । ସେପଟେ ପ୍ରିୟା କୋର୍ଟରେ ଉଭୟ ସନ୍ତାନଙ୍କୁ ୧୯୦୦ କୋଟି ପ୍ରଦାନ କରାଯାଇଥିବା ଦାବି କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories