Trisha Krishnan / ବକ୍ସ ଅଫିସରେ ଛାଇଗଲେ ତ୍ରିଶା କୃଷ୍ଣନ; ୨୫୦କୋଟି କ୍ଲବରେ 'କରୁପ୍ପୁ'
·3 months ago·2 min read

Key Points
ପୁଣି ଚର୍ଚ୍ଚାରେ ତ୍ରିଶା କୃଷ୍ଣନ
ବକ୍ସ ଅଫିସରେ କରୁଛନ୍ତି କମାଲ୍
୨୫୦କୋଟି କ୍ଲବରେ ଫିଲ୍ମ କରୁପ୍ପୁ
ବକ୍ସ ଅଫିସରେ କରୁଛନ୍ତି କମାଲ୍
୨୫୦କୋଟି କ୍ଲବରେ ଫିଲ୍ମ କରୁପ୍ପୁ
ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର ସୁରିୟା ଓ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ଅଭିନୀତ ଫିଲ୍ମ 'କରୁପ୍ପୁ' । ଫିଲ୍ମଟି ରିଲିଜ ହେବାର ମାତ୍ର ୧୧ ଦିନରେ (ସୋମବାର ସୁଦ୍ଧା) ବକ୍ସ ଅଫିସରେ ଜଲୱା ଦେଖାଇଛି । ତାମିଲ ଚଳଚ୍ଚିତ୍ରଟି ଘରୋଇ ବଜାରରେ ୧୫୦ କୋଟି ବ୍ୟବସାୟ ସଂଖ୍ୟାକୁ ଅତିକ୍ରମ କରିଥିବାବେଳେ ବିଶ୍ଵ ବଜାରରେ ଏଯାବତ୍ ମୋଟ ୨୫୦ କୋଟି ରୋଜଗାର କରିଛି । ନିଜର ଦମଦାର ଅଭିନୟ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କୃଷ୍ଣନ । ନିକଟରେ ବିଜୟ ଥାଲାପତି ମୁଖ୍ୟମନ୍ତ୍ରୀ ହେବାପରେ ତାଙ୍କ ସହିତ ସମ୍ପର୍କକୁ ନେଇ ତ୍ରିଶା ଚର୍ଚ୍ଚାକୁ ଆସିଥିଲେ ।
ପଢନ୍ତୁ ଏହି ଖବର: ମୁଖ୍ୟମନ୍ତ୍ରୀ ହେଲେ ବିଜୟ; ଶପଥ ସମାରୋହରେ ଭାବବିହ୍ଵଳ ତ୍ରିଶା
- କେଉଁ ଦିନରେ କେତେ ବ୍ୟବସାୟ ?
- ରିଲିଜଠାରୁ କମାଲ୍ କରୁଛି କରୁପ୍ପୁ
ପଢନ୍ତୁ ଏହି ଖବର: ମୁଖ୍ୟମନ୍ତ୍ରୀ ହେଲେ ବିଜୟ; ଶପଥ ସମାରୋହରେ ଭାବବିହ୍ଵଳ ତ୍ରିଶା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କରୁପ୍ପୁ (୨୦୨୬) ହେଉଛି ଆରଜେ ବାଲାଜୀଙ୍କ ନିର୍ଦ୍ଦେଶିତ ଏକ ଫାଣ୍ଟାସି ଆକ୍ସନ୍-ଡ୍ରାମା, ଯେଉଁଥିରେ ଆକ୍ଟର ସୁରିୟା ଏବଂ ତ୍ରିଶା କୃଷ୍ଣନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଆକ୍ଟର ସୁରିୟା ଏହି ଫିଲ୍ମରେ ଜଣେ ଉତ୍ସର୍ଗୀକୃତ ଓକିଲ ଭୂମିକାରେ ନଜର ଆସିଛନ୍ତି । ସେ ଦୁର୍ନୀତିଗ୍ରସ୍ତ ଆଇନ ଏବଂ କୋର୍ଟ ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ନିଜର କ୍ଷମତା ବ୍ୟବହାର କରି ଉପେକ୍ଷିତ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ଚୂଡ଼ାନ୍ତ ନ୍ୟାୟ ପ୍ରଦାନ କରୁଛନ୍ତି । ଅଭିନେତ୍ରୀ ତ୍ରିଶା ଏହି ଫିଲ୍ମରେ ପ୍ରୀତି ଚରିତ୍ରରେ ନଜର ଆସିଛନ୍ତି ।
Related Topics
Explore more stories