Tollywood News / ଚାଲିଗଲେ KGF ଅଭିନେତା ହରିଶ ରାୟ, ଥାଇରଏଡ କ୍ୟାନସରରେ ହେଉ ଥିଲେ ଚିକିତ୍ସିତ
·10 months ago·3 min read

Key Points
କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତା ହରିଶ ରାୟଙ୍କର ୫୫ ବର୍ଷ ବୟସରେ ପରଲୋକ ହୋଇଛି। ସେ ଗତ କିଛି ଦିନରୁ ଥାଇରଏଡ୍ କ୍ୟାନସରରେ ପୀଡ଼ିତ ଥିଲେ।
କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ଅଭିନେତା ହରିଶ ରାୟଙ୍କର ୫୫ ବର୍ଷ ବୟସରେ ପରଲୋକ ହୋଇଛି। ସେ ଗତ କିଛି ଦିନରୁ ଥାଇରଏଡ୍ କ୍ୟାନସରରେ ପୀଡ଼ିତ ଥିଲେ। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଅଭିନେତାଙ୍କ ପାଇଁ ପୋଷ୍ଟ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ହରିଶ ରାୟଙ୍କ ଯିବାରେ କନ୍ନଡ ଫିଲ୍ମ ଜଗତ ନୁହେଁ , ବରଂ ପୂରା ସାଉଥ୍ ଫିଲ୍ମ ଇଣ୍ଡିଷ୍ଟ୍ରୀରେ ଗଭୀର ଶୋକର ଛାୟା ଖେଳି ଯାଇଛି।
ରିପୋର୍ଟ ମୁତାବିକ , ହରିଶ ରାୟ ଥାଇରଏଡ୍ କ୍ୟାନସରର ଚିକିତ୍ସା କରୁଥିଲେ। ହେଲେ , କ୍ୟାନସର ତାଙ୍କର ପେଟ୍ ଯାଏ ବ୍ୟାପି ଯାଇଥିଲା, ଯେଉଁଥି ପାଇଁ ତାଙ୍କର ଶରୀର ଖୁବ୍ ଦୁର୍ବଳ ହୋଇଯାଇ ଥିଲା। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ତାଙ୍କୁ ମନେପକାଇ ତାଙ୍କୁ କନ୍ନଦ ସିନେମାର ପ୍ରତିଷ୍ଠିତ ଖଳନାୟକ ଅଭିନେତା କହିଥିଲେ। ସେ ଲେଖିଛନ୍ତି , ହରିଶ ରାୟଙ୍କ ପରଲୋକରେ ଫିଲ୍ମ ଇଣ୍ଡଷ୍ଟ୍ରୀ ଆହୁରି ଗରିବ ହୋଇଗଲା।
ହରିଶ ରାୟ ନିଜର ଦୀର୍ଘ କ୍ୟାରିୟରରେ ଅନେକ ସ୍ମୃତିମୟ ଚରିତ୍ର କରିଛନ୍ତି। କେଜିଏଫ୍ ଫିଲ୍ମରେ ତାଙ୍କର ‘ ଚାଚା’ ରୋଲ୍ ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ରହିଛି। ଅନ୍ୟପଟେ, ଓମ୍ ଫିଲ୍ମରେ ଡନ୍ ରାୟ ରୂପେ ସେ ଯେଉଁ ଦମଦାର ଛାପ ଛାଡି଼ ଥିଲେ, ତାଙ୍କୁ ଲୋକେ ଦୀର୍ଘ ସମୟ ଯା ଭୁଲି ପାରିବେ ନାହିଁ।
ଏହାସହ ପଢ଼ନ୍ତୁ: ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ
ତାଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସିବା କ୍ଷଣି ଇଣ୍ଡଷ୍ଟ୍ରୀର ଅନେକ ବଡ଼ ବଡ଼ କଳାକାର , ନିର୍ଦ୍ଦେଶକ ଓ ପ୍ରଶଂସକ ସୋସିଆଲ ମିଡ଼ିଆରେ ଭାବ ପ୍ରବଣର ବାର୍ତ୍ତା ଲେଖି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କେବଳ କନ୍ନଡ ଫିଲ୍ମରେ ହିଁ ନୁହେଁ , ହରିଶ ରାୟ ତାମିଲ ଓ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିଥିଲେ ଏବଂ ତାଙ୍କର ଉପସ୍ଥିତିରେ ପ୍ରତି ଚରିତ୍ର ସ୍ୱତନ୍ତ୍ର ହୋଇ ପାରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ଆଉ ନାହାନ୍ତି ପଙ୍କଜ ତ୍ରିପାଠୀଙ୍କ ମାଆ, କାନ୍ଦି କାନ୍ଦି ପୁଅ କହିଲେ...
ପରଲୋକରେ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ମାଆ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଅକ୍ଟୋବର ୩୧ ତାରିଖରେ ପଙ୍କଜ ତ୍ରିପାଠୀଙ୍କ ମାଆ ହେମଓ୍ବନ୍ତି ଦେବୀ ବିହାର ଗୋପାଳଗଞ୍ଜ ଜିଲ୍ଲାର ବେଲସଣ୍ଡ ଗାଁରେ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହେମୱନ୍ତି ଦେବୀ କିଛି ଦିନ ଧରି ଅସୁସ୍ଥ ଥିଲେ । ହେମଓ୍ବନ୍ତି ଦେବୀଙ୍କ ଅମର ଆତ୍ମାର ସଦଗତି କମନା ଲାଗି ତାଙ୍କ ପରିବାର ନିବେଦନ କରାଯାଇଛି। ପଙ୍କଜ ପ୍ରାୟତଃ କହୁଥିଲେ ଯେ, ତାଙ୍କ ମାଆ ତାଙ୍କୁ ଶୃଙ୍ଖଳା, ନମ୍ରତା ଏବଂ ଦୟା ଶିଖାଇଥିଲେ। ସେହିଭଳି ଦୁଃଖର ସମୟରେ ପରିବାରକୁ ହଇରାଣ ନକରିବାକୁ ପଙ୍କଜ ତ୍ରୀପାଠୀଙ୍କ ପକ୍ଷରୁ ଅପିଲ କରାଯାଇଛି ।
ପ୍ରଶଂସକ ଏବଂ କଳାକାର ଜଗତ ସୋସିଆଲ ମିଡିଆରେ ପଙ୍କଜ ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ତାଙ୍କ ମାଆଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ଗୋପାଳଗଞ୍ଜର ଏକ ଚାଷୀ ପରିବାରରୁ ଆସିଥିବା ପଙ୍କଜ ସର୍ବଦା ତାଙ୍କର ସରଳତା ଏବଂ ମୂଳକୁ ମୂଲ୍ୟ ଦେଇଥିଲେ। ବଲିଉଡରେ ସଫଳତା ସତ୍ତ୍ୱେ, ସେ ତାଙ୍କ ଗାଁ ଏବଂ ପିତାମାତାଙ୍କ ସହିତ ଗଭୀର ଭାବରେ ଜଡ଼ିତ ଥିଲେ ।ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ 'ଗ୍ୟାଙ୍ଗସ୍ ଅଫ୍ ବାସେପୁର' ଜରିଆରେ ଚର୍ଚ୍ଚାକୁ ଆସିଥିଲେ। ଏହି ସିନେମା ଜରିଆରେ ଦର୍ଶକ ତାଙ୍କୁ ହୃଦୟରୁ ଗ୍ରହଣ କରିଥିଲେ ଏବଂ ବହୁତ ପ୍ରଶଂସା କରିଥିଲେ। ପଙ୍କଜ ତ୍ରିପାଠୀଙ୍କ ଅଭିନୟ ସହିତ ତାଙ୍କ ପ୍ରେମ କାହାଣୀ ପାଇଁ ବି ଚର୍ଚ୍ଚାରେ ରହିଛି। ପଙ୍କଜଙ୍କ ଧର୍ମପତ୍ନୀ ମୃଦୁଲା ବି ସ୍ବାମୀଙ୍କୁ ସବୁକ୍ଷେତ୍ରରେ ସମର୍ଥନ କରି ଆସିଛନ୍ତି। କିନ୍ତୁ ଏକଥା ଖୁବ କମ ଲୋକ ଜାଣିଥିବେ କି ଏମିତି ଏକ ସମୟ ଥିଲା ମୃଦୁଲାଙ୍କ ପାଇଁ ପ୍ରସ୍ତାବ ଖୋଜିବା ପାଇଁ ପଙ୍କଜ ପରିବାରଲୋକଙ୍କୁ ସାହାଯ୍ୟ କରୁଥିଲେ।

Related Topics
Explore more stories