Videos
|
Entertainment

Keerthan Nadagouda Family Ttragedy / KGF ସହ-ନିର୍ଦ୍ଦେଶକ କୀର୍ତ୍ତନ ନାଦଗୌଡାଙ୍କ ୪ ବର୍ଷ ପୁଅର ମୃତ୍ୟୁ

Ritu Das
Browse all articles by Ritu Das
·9 months ago·2 min read
KGF ସହ-ନିର୍ଦ୍ଦେଶକ କୀର୍ତ୍ତନ ନାଦଗୌଡାଙ୍କ ୪ ବର୍ଷ ପୁଅର ମୃତ୍ୟୁ
KGF

Key Points

"KGF" ଏବଂ "ସଲାର"ର ସହ-ନିର୍ଦ୍ଦେଶକ କୀର୍ତ୍ତନ ନାଦଗୌଡାଙ୍କ ଚାରି ବର୍ଷର ପୁଅର ମୃତ୍ୟୁ ହୋଇଛି। ଲିଫ୍ଟରେ ଫସି ରହିବା ପରେ ତାଙ୍କର ମୃତ୍ୟୁ ହୋଇଛି।
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। "KGF" ଏବଂ "ସଲାର"ର ସହ-ନିର୍ଦ୍ଦେଶକ କୀର୍ତ୍ତନ ନାଦଗୌଡାଙ୍କ ଚାରି ବର୍ଷର ପୁଅର ମୃତ୍ୟୁ ହୋଇଛି। ଲିଫ୍ଟରେ ଫସି ରହିବା ପରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପବନ କଲ୍ୟାଣ ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ଦୁଃଖ ପ୍ରକାଶ କରିଛନ୍ତି। କୀର୍ତ୍ତନଙ୍କ ପରିବାର ଲୋକେ ଏଭଳି ଦୁଃଖରେ ମର୍ମାହତ ହୋଇପଡ଼ିଛନ୍ତି। ଏହି ଦୁଃଖଦ ଘଟଣା ଦ୍ୱାରା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତ ମଧ୍ୟ ସ୍ତବ୍ଧ ହୋଇଯାଇଛି।

ଏହାସହ ପଢ଼ନ୍ତୁ: ମୁଁ ବହୁତ କଷ୍ଟ ପାଇଛି, କେହି ନଥିଲେ ମୋ ସାଥୀରେ: ମହିମା ଚୌଧୁରୀ

କିପରି ଘଟିଲା ଦୁର୍ଘଟଣା ?

କନ୍ନଡ ପ୍ରଭା ରିପୋର୍ଟ ଅନୁଯାୟୀ, କୀର୍ତ୍ତନଙ୍କ ପୁଅ ସୋନାର୍ଶ ତାଙ୍କ ପିତାମାତାଙ୍କ ବିନା ଲିଫ୍ଟରେ ପ୍ରବେଶ କରିଥିଲେ। ଏହାପରେ ଲିଫ୍ଟରେ ଫସି ଯାଇ ତଳେ ପଡ଼ିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ ସୋନାର୍ଶ ଗୁରୁତର ଆହତ ହୋଇଥିଲେ, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଘଟଣା ଜଣାପଡିବା ମାତ୍ରେ ପିଲାଟିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ସୋନାର୍ଶ ଏତେ ଗୁରୁତର ଆହତ ହୋଇଥିଲେ ଯେ ତାଙ୍କୁ ବଞ୍ଚାଯାଇ ପାରିଲା ନାହିଁ ଏବଂ ତାଙ୍କର ମୃତ୍ୟୁ ହୋଇଗଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁଃଖ ପ୍ରକାଶ କରିଛନ୍ତି ପବନ କଲ୍ୟାଣ

କୀର୍ତ୍ତନ ନାଦଗୌଡା ନିଜେ ତାଙ୍କ ପୁଅର ମୃତ୍ୟୁ ଖବର ସୋସିଆଲ ମିଡିଆରେ ଜଣାଇଥିଲେ। ନ୍ୟୁଜଫାଷ୍ଟ ସହିତ କଥାବାର୍ତ୍ତା କରି କୀର୍ତ୍ତନ ସମ୍ପୂର୍ଣ୍ଣ ଘଟଣା ବିଷୟରେ କହିଥିଲେ। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଲୋକ ଏହି ଖବର ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସାଉଥ ସୁପରଷ୍ଟାର ପବନ କଲ୍ୟାଣ ମଧ୍ୟ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି କୀର୍ତ୍ତନଙ୍କ ପୁଅ ଉପରେ ଘଟିଥିବା ଦୁଃଖଦ ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ କୀର୍ତ୍ତନ ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଏହାସହ ପଢ଼ନ୍ତୁ:ଚାର୍ଜସିଟ୍ ଦାଖଲ କଲା SIT, କହିଦେଲା କିଏ ମାରିଛି ଜୁବୀନଙ୍କୁ !

କୀର୍ତ୍ତନ ଏହି ଫିଲ୍ମଗୁଡ଼ିକରେ କାମ କରିଛନ୍ତି

ଓ୍ବାର୍କ ଫ୍ରଣ୍ଟ କଥା କହିଲେ କୀର୍ତ୍ତନ ଅନେକ ଫିଲ୍ମରେ ସହ-ନିର୍ଦ୍ଦେଶକ ଭାବରେ କାମ କରିଛନ୍ତି। "KGF," "KGF Chapter 2," ଏବଂ ପ୍ରଭାସଙ୍କ "Salaar" ତାଙ୍କ ଫିଲ୍ମର ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ କୀର୍ତ୍ତନ ଖୁବ୍ ଶୀଘ୍ର ଏକ ପ୍ରମୁଖ ଦକ୍ଷିଣ ଭାରତୀୟ ଫିଲ୍ମ ନିର୍ଦ୍ଦେଶନା ଦେବେ। ପ୍ରଶାନ୍ତ ନୀଲ ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି। ତେବେ ଫିଲ୍ମର ନାଁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।