Videos
|
Entertainment

Kriti Sanon Controversy / କ୍ରିତି ସାନନଙ୍କ ରାକ୍ଷୀ ପୂର୍ଣ୍ଣିମା ବିଜ୍ଞାପନକୁ ନେଇ ହଙ୍ଗାମା; ପ୍ରବଳ ଟ୍ରୋଲ କଲେ ୟୁଜର...

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
କ୍ରିତି ସାନନଙ୍କ ରାକ୍ଷୀ ପୂର୍ଣ୍ଣିମା ବିଜ୍ଞାପନକୁ ନେଇ ହଙ୍ଗାମା; ପ୍ରବଳ ଟ୍ରୋଲ କଲେ ୟୁଜର...
Kriti Sanon Controversy

Key Points

କ୍ରିତି ସାନନ ପୋଷାକକୁ ନେଇ ହେଲେ ଟ୍ରୋଲ
ରାକ୍ଷୀ ପୂର୍ଣ୍ଣିମା ବିଜ୍ଞାପନରେ ପିନ୍ଧିଥିଲେ ଏହି ଡ୍ରେସ୍
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ରିତି ସାନନ ହେଲେ ଟ୍ରୋଲ୍ । ହିନ୍ଦୁ ପର୍ବ ରାକ୍ଷୀ ପୂର୍ଣ୍ଣିମାର ଏକ ବିଜ୍ଞାପନରେ ପିନ୍ଧିଥିବା କପଡ଼ାକୁ ନେଇ ତାଙ୍କୁ ଟ୍ରୋଲ୍ କରାଯାଉଛି । ଏକ ବ୍ରାଲେଟ୍ ଷ୍ଟାଇଲର ବ୍ଲାଉଜ ପିନ୍ଧି କ୍ରିତି ଏହି ବିଜ୍ଞାପନରେ ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି, ଯାହାକୁ ସୋସିଆଲ ମିଡିଆ ୟୁଜର ସହଜରେ ଗ୍ରହଣ କରିପାରିନାହାନ୍ତି । ତେବେ ରାକ୍ଷୀ ପୂର୍ଣ୍ଣିମା ପରି ଏକ ପବିତ୍ର ପର୍ବରେ କ୍ରିତିଙ୍କ ଏପରି ଲୁକ୍ ଭାରତୀୟ ସଂସ୍କୃତିର ଅପମାନ ବୋଲି ୟୁଜର କହିଛନ୍ତି ।

  • କିପରି ଥିଲା କ୍ରିତିଙ୍କ ଲୁକ୍ ?
କ୍ରିତି ସାନନ୍ ଏକ ଅଳଙ୍କାର ବିଜ୍ଞାପନ ସୁଟିଂ କରିବା ସମୟରେ ଇଣ୍ଡୋ-ୱେଷ୍ଟର୍ଣ୍ଣ ଆଉଟଫିଟ୍ ପିନ୍ଧିଥିଲେ । ଅଭିନେତ୍ରୀ ବ୍ରାଲେଟ୍ ଷ୍ଟାଇଲ୍ ବ୍ଲାଉଜକୁ ଏକ ଶ୍ରଗ୍ ଓ ଡ୍ରେପ୍ ସ୍କର୍ଟ ସହିତ ପେୟାର କରିଥିଲେ । ତେବେ ରାକ୍ଷୀ ପୂର୍ଣ୍ଣିମା ପାଇଁ ସୁଟିଂ ହୋଇଥିବା କ୍ରିତିଙ୍କ ଏହି ଇଣ୍ଡୋ-ୱେଷ୍ଟର୍ଣ୍ଣ ଆଉଟଫିଟ୍ ଲୁକ୍ ଦର୍ଶକଙ୍କୁ ଆଦୌ ପସନ୍ଦ ଆସିନାହିଁ । ଲୋକେ ତାଙ୍କର କପଡ଼ା ପିନ୍ଧିବା ଶୈଳୀକୁ ଭାରତୀୟ ପରମ୍ପରା ଓ ସଂସ୍କୃତିର ଅପମାନ ବୋଲି କହିଛନ୍ତି । ଏପରି ପବିତ୍ର ଉତ୍ସବରେ ଏପରି ପୋଷାକ ପିନ୍ଧିବା ଆଦୌ ଉଚିତ ନୁହେଁ ବୋଲି ୟୁଜର କହିଛନ୍ତି ।

ଏହା ବ୍ୟତୀତ, କ୍ରିତି ବିଜ୍ଞାପନରେ ନିଜର ଅନସ୍କିନ୍ ଭାଇକୁ ରାକ୍ଷୀ ବାନ୍ଧୁଛନ୍ତି ସତ, କିନ୍ତୁ ତାଙ୍କ ହାତରେ ପୂଜା ଥାଳି ଦେଖିବାକୁ ମିଳିନାହିଁ । ଏପରିକି ଅଭିନେତ୍ରୀ ଅନସ୍କ୍ରିନ୍ ଭାଇଙ୍କୁ ରାକ୍ଷୀ ଭିଡିବା ପୂର୍ବରୁ ଚନ୍ଦନ ମଧ୍ୟ ଲଗାଇନଥିଲେ । ରାକ୍ଷୀ ପୂର୍ଣ୍ଣିମାରେ ପୂଜା ଥାଳି ଓ ଚନ୍ଦନ ଲଗାଇବା ପରମ୍ପରା ବିଜ୍ଞାପନରେ ଦେଖାଯାଇନଥିବାରୁ ୟୁଜର ଏହା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ପଢନ୍ତୁ ଏହି ଖବର: ତୃତୀୟ ଥର ଗର୍ଭବତୀ କରୀନା କପୁର ? ଶେଷରେ ନିଜେ ମୁହଁ ଖୋଲିଲେ ଅଭିନେତ୍ରୀ

  • କଣ କହିଲେ ସୋସିଆଲ ମିଡିଆ ୟୁଜର୍ସ ?
ଜଣେ ୟୁଜର କ୍ରିତିଙ୍କ ଲୁକ୍‌ ଉପରେ ପ୍ରଶ୍ନ ଉଠାଇ ଲେଖିଛନ୍ତି, "ଅନ୍ତଃବସ୍ତ୍ର ପିନ୍ଧି ବସିଯାଇଛନ୍ତି । ଟିକେ ବି ଲାଜ କରୁନାହାନ୍ତି । ଏହି ବିଜ୍ଞାପନରେ ଭାରତୀୟ ଆଉଟଫିଟ୍ ପିନ୍ଧିବାର ଥିଲା ।" ଆଉ ଜଣେ ୟୁଜର ଲେଖିଛନ୍ତି, "କ୍ରିତିଙ୍କୁ ନର୍ମାଲ ପୋଷାକ ପିନ୍ଧିବା ବୋଧେ ପସନ୍ଦ ନୁହଁ । ସେ କେବଳ ବିକିନିରେ ଆରାମ ଅନୁଭବ କରନ୍ତି ।" ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, "ପୂଜା ଥାଳି ଓ ଚନ୍ଦନ କେଉଁଠି ? ରକ୍ଷାବନ୍ଧନ ପାଳୁଥିବାବେଳେ ଏହି ଦୁଇଟି ଗୁରୁତ୍ଵପୂର୍ଣ୍ଣ ଜିନିଷ ଗଲା କୁଆଡ଼େ ?" ଅନ୍ୟପଟେ କ୍ରିତିଙ୍କ ସମର୍ଥକ ଅଭିନେତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି । ଜଣେ ଅଭିନେତ୍ରୀଙ୍କୁ ଏପରି ଜଜ୍ କରିବା ପୂର୍ବରୁ ନିଜର ବିଚାରଧାରାକୁ ବଦଳାଇବାକୁ କହିଛନ୍ତି । ଏହି ଟ୍ରୋଲିଂ ଉପରେ ଅଭିନେତ୍ରୀ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: