Videos
|
Entertainment

Kumar Sanu Son Health / 'ଚାଇନା ସେ ଆୟା ମେରା ଦୋସ୍ତ..; ପୁଣି ଆତଙ୍କିତ କଲା ପୁରୁଣା ମହାମାରୀ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
'ଚାଇନା ସେ ଆୟା ମେରା ଦୋସ୍ତ..; ପୁଣି ଆତଙ୍କିତ କଲା ପୁରୁଣା ମହାମାରୀ
COVID Positive

Key Points

କୁମାର ସାନୁଙ୍କ ପୁଅଙ୍କୁ କୋଭିଡ୍
କୋଭିଡରେ ଆକ୍ରାନ୍ତ ହୋଇଛନ୍ତି ଜାନ୍ କୁମାର ସାନୁ
ଭିଡିଓ ସେୟାର କରି ନିଜେ ସୂଚନା ଦେଲେ ଜାନ୍
ମୁମ୍ବାଇ: ବିଶିଷ୍ଟ ବଲିଉଡ ଗାୟକ କୁମାର ସାନୁଙ୍କ ପୁଅ ଜାନ୍ କୁମାର ସାନୁ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । କୋଭିଡ ପଜିଟିଭ୍ ଚିହ୍ନଟ ହେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହସ୍ପିଟାଲ ବେଡରୁ ଏକ ଭିଡିଓ ସେୟାର କରି ସେ ଏହି ସୂଚନା ଦେଇଛନ୍ତି । ଏହା ସହ “ଚୀନ ସେ ଆୟା ମେରା ଦୋସ୍ତ, କୋଭିଡ କୋ ସଲାମ କରୋ” ବୋଲି କ୍ୟାପସନ ଲେଖିଛନ୍ତି । ପୁଣିଥରେ ମହାମାରୀ ଫେରିବା ପରେ ସାରା ଦେଶରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

  • କୋଭିଡର ଶିକାର ହଲେ ଜାନ୍
ନିକଟରେ କୁମାର ସାନୁଙ୍କ ପୁଅ ରୀତା ସାନୁ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଚାଇନା ସେ ଆୟା ମେରେ ଦୋସ୍ତ, କୋଭିଡ୍ କୋ ସଲାମ କରୋ..।" ଏହାସହିତ ସେ ନିଜର ପ୍ରିୟ ଡିଜାଇନରଙ୍କ କପଡ଼ା ପିନ୍ଧିଥିବା କହିଛନ୍ତି । ହସ୍ପିଟାଲ ବେଡରୁ ଜାନଙ୍କ ଏପରି ଅନ୍ଦାଜ ଦେଖି ପ୍ରଶଂସକ ତାଙ୍କୁ ପ୍ରଶଂସା କରିଛନ୍ତି । ରୋଗରେ ପୀଡ଼ିତ ଥିବା ସତ୍ତ୍ଵେ ସେ ନିଜର ମାନସିକ ଦୃଢତାକୁ ବଜାୟ ରଖିଛନ୍ତି ଓ ଫିଟ୍ ଚେକ୍ ଦେଉଛନ୍ତି । ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଫ୍ୟାନ୍ସ ତାଙ୍କର ସୁସ୍ଥତା ପାଇଁ କାମନା କରିଛନ୍ତି ।



  • ବାପାଙ୍କ ପରି ଗୀତ ଗାଆନ୍ତି ଜାନ୍
ଜାନ୍ ରୀତା ସାନୁଙ୍କ କଥା କହିଲେ, ସେ କୁମାର ସାନୁ ଓ ତାଙ୍କର ପ୍ରଥମ ପତ୍ନୀ ରୀତା ଭଟ୍ଟାଚାର୍ଯ୍ୟଙ୍କ ପୁଅ । ଜାନ୍ ନିଜେ ମଧ୍ୟ ଜଣେ ଗାୟକ । କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ 'ବିଗ୍ ବସ୍ ୧୪' ସିଜିନରେ ମିଳିଥିଲା । ସେ ନିଜ ସୋସିଆଲ ମିଡିଆରେ ସକ୍ରିୟ ଥିବାବେଳେ ଲଗାତାର ଭାବେ କଭର ସଙ୍ଗସ୍ ଓ ରିଲ୍ସ ପୋଷ୍ଟ କରିଥାନ୍ତି । ଏହାକୁ ତାଙ୍କ ପ୍ରଶଂସକ ମଧ୍ୟ ବେଶ ପସନ୍ଦ କରନ୍ତି ।

  • ପୁଣି ଫେରିଲା କରୋନା
ଅନ୍ୟପଟେ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ନୂତନ କୋଭିଡ-୧୯ ସଂକ୍ରମଣର ରିପୋର୍ଟ ମଧ୍ୟ ଆସିଛି । ୱାଇଏସ୍‌ଆର୍ କଡ଼ପା ଜିଲ୍ଲାରେ ୮ଟି ସକ୍ରିୟ ମାମଲା ଚିହ୍ନଟ ହୋଇଛି । ପଜିଟିଭ୍ ଚିହ୍ନଟ ହୋଇଥିବା ଦୁଇଜଣ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ନୂତନ ମାମଲା ସାମ୍ନାକୁ ଆସିବା ପରେ ପ୍ରଶାସନ ତତ୍ପର ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପୁଣି ଫେରିଲା କରୋନା, ଆନ୍ଧ୍ରାରେ ୨ ମୃତ ୪ ଆକ୍ରାନ୍ତ, ଓଡ଼ିଶାକୁ ଚିନ୍ତା

  • କେବେ ଆସିଥିଲା କୋଭିଡ୍ ?
୨୦୧୯ ମସିହାରେ ଚୀନର ବୁହାନଠାରେ ଏହି ଭୟଙ୍କର ମହାମାରୀର ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହି ମହାମାରୀ ସାରା ଦେଶରେ ବ୍ୟାପିଥିଲା । ଏହି ଭାଇରସ କେବଳ ଚୀନରେ ସୀମିତ ନଥିଲା, ସାରା ଦେଶକୁ ନିଆଁ ପରି ବ୍ୟାପିଥିଲା । ଭାରତରେ କୋଭିଡ-୧୯ ଯୋଗୁଁ ମାର୍ଚ୍ଚ ୨୦୨୦ରେ ଲକଡାଉନ୍ ଘୋଷଣା ହୋଇତିଲା । ଏହି ମହାମାରୀରେ ଅନେକ ପରିବାର ପ୍ରଭାବିତ ହୋଇଥିଲା । କାହାର ମାଆ ଚାଲିଯାଇଥିଲା ତ କାହାର ବାପା । କିଏ ନିଜର ଗୋଟିଏ ସନ୍ତାନକୁ ହରାଇ ମୁଣ୍ଡ ପିଟି କାନ୍ଦିଥିଲା । ଲୋକେ ନିଜକୁ ଘରେ ଭିତରେ ବନ୍ଦ ରଖି ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥିଲେ । ୨୦୨୩ରେ WHO ଏହି ମହାମାରୀ ଦୁର୍ବଳ ହୋଇଯାଇଥିବା ଘୋଷଣା କରିଥିଲା । ମାତ୍ର କିଛି ବର୍ଷ ପରେ ପୁଣି କଡ଼ ଲେଉଟାଇଛି କୋଭିଡ ।