Sambalpuri Saree / ସମ୍ବଲପୁରୀ ଶାଢୀରେ ମାଧୁରୀ; ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରାକୁ କଲେ ପ୍ରଶଂସା
·3 months ago·2 min read

Key Points
ସମ୍ବଲପୁରୀ ଶାଢୀ ପିନ୍ଧିଲେ ମାଧୁରୀ ଦୀକ୍ଷିତ
ବୁଣାକାରଙ୍କ ଧୈର୍ଯ୍ୟକୁ ପ୍ରଶଂସା କଲେ
ବୁଣାକାରଙ୍କ ଧୈର୍ଯ୍ୟକୁ ପ୍ରଶଂସା କଲେ
ସମ୍ୱଲପୁରୀ ଶାଢୀରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ସମ୍ବଲପୁରୀ ପ୍ରିଣ୍ଟର ଏକ ବାଇଗଣୀ ଓ ଲାଲ ରଙ୍ଗର ଶାଢୀ ପିନ୍ଧି ଏହାର କିଛି ଫଟୋ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ଧକ୍ ଧକ୍ ଗାର୍ଲ । ଫଟୋଗୁଡ଼ିକୁ ଫ୍ୟାନ୍ସ ବେଶ ପ୍ରଶଂସା କରିଛନ୍ତି । ଏହା କେବଳ ଏକ ଶାଢୀ ନୁହେଁ, ବରଂ ଓଡ଼ିଆ ବୁଣାକାରଙ୍କ ଧୈର୍ଯ୍ୟର କାହାଣୀ ବୋଲି ମାଧୁରୀ କ୍ୟାପସନରେ ଲେଖିଛନ୍ତି ।
ପଢନ୍ତୁ ଏହି ଖବର: ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀ ଦୀକ୍ଷିତ ନେଇଛନ୍ତି କେତେ ଟଙ୍କା ? ଉତ୍ତର ରଖିଲେ ମନ୍ତ୍ରୀ
ଯଦି ଆମେ ସମ୍ବଲପୁରୀ ଶାଢୀ କଥା କହିବା, ତେବେ ଓଡ଼ିଆ ଘରେ ଘରେ ଏହା ବେଶ ଲୋକପ୍ରିୟତା ଅର୍ଜନ କରିଛି । ସେହିପରି ଓଡ଼ିଶା ମଧ୍ୟ ଉତ୍କୃଷ୍ଟ ହସ୍ତତନ୍ତ ପାଇଁ ଜଣାଶୁଣା, ଯେଉଁଥିରେ ଇକତ ଏବଂ ସମ୍ବଲପୁରୀ ବୁଣାକାର୍ଯ୍ୟ ସାମିଲ । ଏହି ବୁଣାକାର୍ଯ୍ୟ ସେମାନଙ୍କର ବିସ୍ତୃତ ଢାଞ୍ଚା ଏବଂ ଉଜ୍ଜ୍ଵଳ ରଙ୍ଗ ପାଇଁ ପ୍ରସିଦ୍ଧ, ଯାହା ଏଗୁଡ଼ିକୁ ଭାରତର ସାଂସ୍କୃତିକ ବସ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିଥାଏ ।
ମାଧୁରୀଙ୍କ ବିଷୟରେ କହିବାକୁ ଗଲେ, ତାଙ୍କୁ ଶେଷ ଥର ପାଇଁ ବଡ଼ ପରଦାରେ ଭୁଲ ଭୁଲୈୟା ୩ରେ ଦେଖିବାକୁ ମିଳିଥିଲା, ଏହା ଏକ କମେଡି ହରର୍ ଫିଲ୍ମ ଥିଲା ଯାହାର ନିର୍ଦ୍ଦେଶନା ଅନୀସ ବଜମୀ କରିଥିଲେ । ଏହି ଚଳଚ୍ଚିତ୍ରକୁ ଆକାଶ କୌଶିକ କରିଥିବାବେଳେ ପ୍ରଯୋଜନା ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ1 ଷ୍ଟୁଡିଓ ଦ୍ୱାରା କରାଯାଇଥିଲା ।
- ମାଧୁରୀଙ୍କ ସମ୍ବଲପୁରୀ ଲୁକରେ ଫ୍ୟାନ୍ସ ଫିଦା
ପଢନ୍ତୁ ଏହି ଖବର: ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ଭାବେ ମାଧୁରୀ ଦୀକ୍ଷିତ ନେଇଛନ୍ତି କେତେ ଟଙ୍କା ? ଉତ୍ତର ରଖିଲେ ମନ୍ତ୍ରୀ
- ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ ଆମ୍ବାସଡର ମାଧୁରୀ
ଦେଖନ୍ତୁ ଏହି ଖବର: ସମ୍ୱଲପୁରୀ ଶାଢୀରେ ମାଧୁରୀ | Madhuri Dixit Stuns in Sambalpuri Saree | Odisha HandloomThe rich weaving traditions of Odisha—timeless, intricate, full of soul ✨
— Madhuri Dixit Nene (@MadhuriDixit) April 3, 2026
Not just fabrics, but stories woven with love and patience
Honoured to represent this beautiful legacy 🤍 pic.twitter.com/chcwUehD39
ଯଦି ଆମେ ସମ୍ବଲପୁରୀ ଶାଢୀ କଥା କହିବା, ତେବେ ଓଡ଼ିଆ ଘରେ ଘରେ ଏହା ବେଶ ଲୋକପ୍ରିୟତା ଅର୍ଜନ କରିଛି । ସେହିପରି ଓଡ଼ିଶା ମଧ୍ୟ ଉତ୍କୃଷ୍ଟ ହସ୍ତତନ୍ତ ପାଇଁ ଜଣାଶୁଣା, ଯେଉଁଥିରେ ଇକତ ଏବଂ ସମ୍ବଲପୁରୀ ବୁଣାକାର୍ଯ୍ୟ ସାମିଲ । ଏହି ବୁଣାକାର୍ଯ୍ୟ ସେମାନଙ୍କର ବିସ୍ତୃତ ଢାଞ୍ଚା ଏବଂ ଉଜ୍ଜ୍ଵଳ ରଙ୍ଗ ପାଇଁ ପ୍ରସିଦ୍ଧ, ଯାହା ଏଗୁଡ଼ିକୁ ଭାରତର ସାଂସ୍କୃତିକ ବସ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିଥାଏ ।
ମାଧୁରୀଙ୍କ ବିଷୟରେ କହିବାକୁ ଗଲେ, ତାଙ୍କୁ ଶେଷ ଥର ପାଇଁ ବଡ଼ ପରଦାରେ ଭୁଲ ଭୁଲୈୟା ୩ରେ ଦେଖିବାକୁ ମିଳିଥିଲା, ଏହା ଏକ କମେଡି ହରର୍ ଫିଲ୍ମ ଥିଲା ଯାହାର ନିର୍ଦ୍ଦେଶନା ଅନୀସ ବଜମୀ କରିଥିଲେ । ଏହି ଚଳଚ୍ଚିତ୍ରକୁ ଆକାଶ କୌଶିକ କରିଥିବାବେଳେ ପ୍ରଯୋଜନା ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ1 ଷ୍ଟୁଡିଓ ଦ୍ୱାରା କରାଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories