Videos
|
Entertainment

Mary Kom Controversy / ବିଗ୍ ବସ୍ ହାଉସ୍‌ରେ ମେରି କମ୍‌ଙ୍କ ଅହଂକାର; ଖାଲି ମୁଁ ମୁଁ, ଚିଡ଼ିଗଲେ ଫ୍ୟାନ୍ସ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବିଗ୍ ବସ୍ ହାଉସ୍‌ରେ ମେରି କମ୍‌ଙ୍କ ଅହଂକାର; ଖାଲି ମୁଁ ମୁଁ, ଚିଡ଼ିଗଲେ ଫ୍ୟାନ୍ସ
Mary Kom controversy

Key Points

ବିଗ୍‌ ବସ୍‌ ସିଜିନ ୨୦ରେ ମେରି କମ୍
ଅଜବ ବ୍ୟବହାର ଦେଖି ଚିଡ଼ିଗଲେ ଫ୍ୟାନ୍ସ
ଦେଶର ଲୋକପ୍ରିୟ ରିଆଲିଟି ଶୋ' ବିଗ୍ ବସ୍‌ ସିଜିନ ୨୦ ଆରମ୍ଭ ହୋଇସାରିଛି । ଫ୍ୟାନ୍ସ ବି ବେଶ ଉତ୍ସାହିତ । ହେଲେ ଏହି ଶୋ'ରେ ପ୍ରତିଯୋଗୀ ଭାବେ ସାମ୍ନାକୁ ଆସିଥିବା ଭାରତୀୟ ବକ୍ସର ମେରି କମ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଫ୍ୟାନ୍ସ ମେରି କମ୍‌ଙ୍କ ଅଂହକାରକୁ ନେଇ ବିରକ୍ତି ଭାବ ପ୍ରକାଶ କରିଛନ୍ତି । ରିଙ୍ଗରେ ପ୍ରତିପକ୍ଷକୁ କଚାଡୁଥିବା ମେରି କମ୍ ଆଜିକାଲି ନିଜେ ନିଜର ପ୍ରଶଂସା କରି ଦର୍ଶକଙ୍କୁ ପଞ୍ଚ ମାରୁଥିବା ନଜର ଆସିଛନ୍ତି । ଏବେ ଦର୍ଶକ କହିଲେଣି ବିଗ୍ ବସ୍ ହାଉସ୍‌ରେ ପ୍ରତିଯୋଗୀଙ୍କ ଅସଲ ଚେହେରା ଜଣାପଡ଼ିବାକୁ ସମୟ ଲାଗେ ନାହିଁ ।

ବିଗ୍ ବସ୍‌ର ମାତ୍ର ୪ଟି ଏପିସୋଡ୍‌ ପ୍ରସାରିତ ହୋଇଛି । ଏଥିରେ ସେ ବାରମ୍ବାର ନିଜେ ନିଜର ପ୍ରଶଂସା କରୁଛନ୍ତି । ମେରି କମ୍- "ମୁଁ, ମୋର ପରିଶ୍ରମ, ମୋର ସଫଳତା, ମୋ ପରି କେହି ନାହିଁ" କହୁଛନ୍ତି । ଏହାପରେ ସୋସିଆଲ ମିଡିଆରେ ଅନେକ ୟୁଜର ତାଙ୍କର ବ୍ଯବହାରକୁ ସମାଲୋଚନା କରିଛନ୍ତି । ଏ କି ପ୍ରକାର ଅଂହକାର ବୋଲି କହିଛନ୍ତି ଦର୍ଶକ ।

  • "ପୂରା ବିଶ୍ଵ ମୋତେ ଜାଣେ, ତୁମେ କିଏ ?"
ମେରି କମ୍‌ଙ୍କ ଏକ ବୟାନକୁ ନେଇ ଏବେ ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ସେ ରିତି ତିୱାରିଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି, "ପୂରା ଦୁନିଆ ମୋତେ ଜାଣେ, ତୁମେ କିଏ ? ମୁଁ ତୁମକୁ ଚିହ୍ନିନାହିଁ ।" ଏହି ଏପିସୋଡ୍‌ଟି ପ୍ରସାରିତ ହେବାପରେ ଫ୍ୟାନ୍ସ ମେରି କମ୍‌ଙ୍କୁ ସମାଲୋଚନା କରିଛନ୍ତି । କାହାର ପରିଚୟ ଉପରେ ପ୍ରଶ୍ନ କରିବା ଅଲଗା କଥା, କିନ୍ତୁ ଏଠି ମେରି କମ୍ ଯେଉଁ ଢଙ୍ଗରେ କହିଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ଅନେକ ଅଂହକାର ସହିତ ଯୋଡ଼ିଛନ୍ତି ।

  • କେତେବେଳେ ଫିଟନେସ୍ ତ କେତେବେଳେ ବଳର ପ୍ରଶଂସା
ଶୋ'ରେ ମେରି ଅନେକ ଥର ନିଜର ଫିଟନେସ୍ ଓ ବଳର ମଧ୍ୟ ପ୍ରଶଂସା କରୁଥିବା ନଜର ଆସିଛନ୍ତି । ସେ କହିଛନ୍ତି ଯେ ରିଙ୍ଗ୍‌ରେ ତାଙ୍କର ମୁକାବିଲା କରିବା ସହଜ ନୁହେଁ । ଏପରିକି ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପରି ଆଉ କେହି ନୁହଁ । ମେରି ନିଜ ସଫଳତାର କ୍ରେଡିଟ୍‌ ସମ୍ପୂର୍ଣ୍ଣ ଭାବେ ନିଜର ପରିଶ୍ରମକୁ ଦେଇଛନ୍ତି । ସେ ଆଜି ଯେଉଁଠି ପହଞ୍ଚିଛନ୍ତି, ସେଥିରେ କେବଳ ତାଙ୍କର ପରିଶ୍ରମ ହିଁ ମୁଖ୍ୟ କାରଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଧୋକା ଦେଇଥିଲେ କି ବାଦଶାହ ? ବିଗ୍ ବସ୍‌ରେ ସବୁ କହିଦେଲେ ପୂର୍ବ ପତ୍ନୀ

  • "ମୋ ଛୁଆ ବି ମୋ ପରି ହୋଇପାରିବେ ନାହିଁ"
ମେରିଙ୍କ ଆଉ ଏକ ବୟାନକୁ ନେଇ ମଧ୍ୟ ଫ୍ୟାନ୍ସ ସମାଲୋଚନା କରିଛନ୍ତି, ଯେତେବେଳେ ସେ ନିଜକୁ ତାଙ୍କର ଛୁଆଙ୍କ ସହିତ ତୁଳନା କରିଛନ୍ତି । ସେ କହିଥିଲେ ଯେ ତାଙ୍କ ପିଲାମାନେ ଯେତେ ବି ତାଲିମ ନେଲେ ବି ତାଙ୍କ ପରି ହେବା ସହଜ ନୁହେଁ । ପରୋକ୍ଷରେ ସେ ଏଠାରେ ମଧ୍ୟ ନିଜେ ନିଜର ପ୍ରଶଂସା କରିଥିବା ଦର୍ଶକମାନେ କହିଛନ୍ତି । ମେରିଙ୍କ ଏହି ବ୍ୟବହାର ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପସନ୍ଦ ଆସିନାହିଁ । ଆଗାମୀ ଏପିସୋଡରେ ମେରିଙ୍କ ଏପରି ବ୍ୟବହାର ରହୁଛି ନା ସେ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣୁଛନ୍ତି ତାହା ଦେଖିବା ନିହାତି ରୋଚକ ହେବ ।