Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିବାହର ୪ ବର୍ଷ ପରେ ମୌନିଙ୍କ ବିବାହ ବିଚ୍ଛେଦ; ସ୍ଵାମୀ ଡିଲିଟ୍ କଲେ ସବୁ ଫଟୋ

Entertainment

Mouni Roy Divorce / ବିବାହର ୪ ବର୍ଷ ପରେ ମୌନିଙ୍କ ବିବାହ ବିଚ୍ଛେଦ; ସ୍ଵାମୀ ଡିଲିଟ୍ କଲେ ସବୁ ଫଟୋ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବିବାହର ୪ ବର୍ଷ ପରେ ମୌନିଙ୍କ ବିବାହ ବିଚ୍ଛେଦ; ସ୍ଵାମୀ ଡିଲିଟ୍ କଲେ ସବୁ ଫଟୋ
Mouni Roy Divorce

Key Points

ସ୍ଵାମୀଙ୍କଠୁ ଅଲଗା ହେଲେ ନାଗିନ୍
ବିବାହର ୪ ବର୍ଷ ଦେଲେ ଛାଡ଼ପତ୍ର
ଏପଟେ ସ୍ଵାମୀ ଡିଲିଟ୍ କଲେ ମୌନିଙ୍କ ସବୁ ଫଟୋ
ଟେଲିଭିଜିନର ସବୁଠୁ ଲୋକପ୍ରିୟ ନାଗିନ୍ ତଥା ଅଭିନେତ୍ରୀ ମୌନି ରୟ ତାଙ୍କ ସ୍ୱାମୀ ସୂରଜ ନାମ୍ବିଆରଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି । ଚାରି ବର୍ଷ ବିବାହ ପରେ ଏହି ନିଷ୍ପତ୍ତି ତାଙ୍କ ପ୍ରଶଂସକମାନଙ୍କୁ ଏକ ଆଶ୍ଚର୍ଯ୍ୟ କରିଛି । ଏହା ତାଙ୍କ ପାଇଁ ଏକ ବ୍ୟକ୍ତିଗତ ମାମଲା ଏବଂ ସେ ସମସ୍ତଙ୍କୁ ତାଙ୍କ ଗୋପନୀୟତାକୁ ସମ୍ମାନ ଦେବାକୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିବେଦନ କରିଛନ୍ତି ।

ସୂରଜଙ୍କ ସହିତ ଏକ ମିଳିତ ପୋଷ୍ଟରେ ମୌନି ଲେଖିଛନ୍ତି, "ଆମେ କହିବାକୁ ଚାହୁଁଛୁ ଯେ ଆମେ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମେ ଏହି କଠିନ ସମୟକୁ ଶାନ୍ତିପୂର୍ଣ୍ଣ ଏବଂ ବ୍ୟକ୍ତିଗତ ରଖିବାକୁ ଚାହୁଁଚୁ । ଆମେ ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରୁଛୁ ଯେ ଆମକୁ ଗୋପନୀୟତା ଏବଂ ସମ୍ମାନ ଦିଅନ୍ତୁ । ମୋର କିମ୍ବା ସୂରଜଙ୍କ ବିଷୟରେ କୌଣସି ମିଥ୍ୟା ଖବର ପ୍ରସାରଣ କରନ୍ତୁ ନାହିଁ । ଦୟାକରି ଏହି କଠିନ ସମୟରେ ଆମକୁ କିଛି ଶାନ୍ତି ଦିଅନ୍ତୁ ।"

  • ବିବାହର ସ୍ମୃତିକୁ ହଟାଇଲେ ସୂରଜ
ଛାଡପତ୍ର ଖବର ଆସିବା ପରେ ସୂରଜ ତାଙ୍କର ଇନଷ୍ଟାଗ୍ରାମ ପୃଷ୍ଠାକୁ ଡିଆକ୍ଟିଭେଟ୍ କରିଦେଇଥିଲେ । ଏହାକୁ ଏବେ ସେ ପୁନଃ ସକ୍ରିୟ ବା ଆକ୍ଟିଭେଟ୍ କରିଛନ୍ତି ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ପୂର୍ବରୁ ପୋଷ୍ଟ କରିଥିବା ମୌନି କିମ୍ବା ତାଙ୍କ ସହ ଜଡିତ ସବୁ ପୋଷ୍ଟକୁ ଡିଲିଟ୍ କରିଛନ୍ତି । ମୌନି ଏବଂ ସେମାନଙ୍କ ବିବାହର କୌଣସି ଫଟୋ ଏବେ ସୂରଜଙ୍କ ଆକାଉଣ୍ଟରେ ନାହିଁ । ଅନ୍ୟପଟେ କିଛି ପୁରୁଣା ଫଟୋ ଏବେ ବି ମୌନିଙ୍କ ପୃଷ୍ଠାରେ ଦେଖିବାକୁ ମିଳୁଛି । ଯଦି ଆପଣ ବର୍ତ୍ତମାନ ସୂରଜଙ୍କ ପୃଷ୍ଠାକୁ ଦେଖନ୍ତି, ତେବେ ଆପଣ କେବଳ ତାଙ୍କର ଏବଂ ତାଙ୍କ ପରିବାରର ଫଟୋ ଦେଖିପାରିବେ ।



  • ସୂରଜ ନାମ୍ବିଆର କଣ କରନ୍ତି ?
ମୌନିଙ୍କ ପୂର୍ବ ସ୍ଵାମୀ ସୂରଜ ନାମ୍ବିଆର ଦୁବାଇର ଜଣେ ବ୍ୟବସାୟୀ । ତାଙ୍କର ଚଳଚ୍ଚିତ୍ର ଶିଳ୍ପ ସହିତ କୌଣସି ସମ୍ପର୍କ ନାହିଁ ଏବଂ ସେ ଲୋକଲୋଚନରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । ମୂଳତଃ ବାଙ୍ଗାଲୋରର ବାସିନ୍ଦା ସୂରଜ, ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ୍ ସାଇନ୍ସରେ ଫାଇନାନ୍ସିଆଲ୍ ଏବଂ ମ୍ୟାନେଜରିଆଲ୍ ଆକାଉଣ୍ଟିଂ ପଢ଼ିଥିଲେ । ପାଠପଢ଼ା ସମାପ୍ତ କରିବା ପରେ ସୂରଜ ତାଙ୍କ ପିତାଙ୍କ ସହ ତାଙ୍କ ବ୍ୟବସାୟରେ ଯୋଗ ଦେଇଥିଲେ ।

ପଢନ୍ତୁ ଏହି ଖବର:  ବିଜୟ ହେଲେ ମୁଖ୍ୟମନ୍ତ୍ରୀ; ଶପଥ ସମାରୋହକୁ ଆସିଲେନି ସ୍ତ୍ରୀ କି ଛୁଆ

  • ଦୁବାଇରେ ସୂରଜଙ୍କୁ ଭେଟିଥିଲେ ମୌନି
୨୦୧୮ ମସିହାରେ ମୌନି ଓ ସୂରଜ ପରସ୍ପରକୁ ଦୁବାଇରେ ପ୍ରଥମ ଥର ପାଇଁ ଭେଟିଥିଲେ । ଏହାପରେ ଉଭୟ କିଛି ବର୍ଷ ଡେଟ୍ କରିବା ପରେ ସେମାନେ ଜାନୁଆରୀ ୨୭, ୨୦୨୨ରେ ଗୋଆରେ ପାରମ୍ପରିକ ମାଲାୟାଲୀ ଏବଂ ବଙ୍ଗାଳୀ ପରମ୍ପରାରେ ବିବାହ କରିଥିଲେ । କିଛି ଦିନ ପୂର୍ବରୁ ପ୍ରଶଂସକମାନେ ଦେଖିଥିଲେ ଯେ ମୌନି ଏବଂ ସୂରଜ ପରସ୍ପରକୁ ଅନଫଲୋ କରିଛନ୍ତି ଏବଂ ସେ ତାଙ୍କ ସହିତ ଫଟୋ ପୋଷ୍ଟ କରୁନାହାଁନ୍ତି। ଏବେ ଉଭୟ ଅଲଗା ହୋଇଥିବା ଖୋଦ ମୌନି ସ୍ପଷ୍ଟ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Mouni Roy Confirms Divorce From Suraj Nambiar After Ongoing Speculation | Argus News