Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜୟ ହେଲେ ମୁଖ୍ୟମନ୍ତ୍ରୀ; ଶପଥ ସମାରୋହକୁ ଆସିଲେନି ସ୍ତ୍ରୀ କି ଛୁଆ

Entertainment

No Wife No Children / ବିଜୟ ହେଲେ ମୁଖ୍ୟମନ୍ତ୍ରୀ; ଶପଥ ସମାରୋହକୁ ଆସିଲେନି ସ୍ତ୍ରୀ କି ଛୁଆ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ବିଜୟ ହେଲେ ମୁଖ୍ୟମନ୍ତ୍ରୀ; ଶପଥ ସମାରୋହକୁ ଆସିଲେନି ସ୍ତ୍ରୀ କି ଛୁଆ
Thalapathy Vijay

Key Points

ବିଜୟଙ୍କୁ ନେଇ ଗର୍ବ କରୁନାହାନ୍ତି କି ପତ୍ନୀ କି ସନ୍ତାନ ?
ଶପଥ ସମାରୋହକୁ କଲେ ବୟକଟ୍‌, ହେଲେନି ସାମିଲ
ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତି ତାମିଲନାଡୁରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ସମାରୋହରେ ବିଜୟଙ୍କ ପୂରା ପରିବାର ସାମିଲ ଥିଲା । ଏପରିକି ବିଜୟଙ୍କ ରୁମର୍ ପ୍ରେମିକା ତ୍ରିଶା କୃଷ୍ଣନ ମଧ୍ୟ ସାମିଲ ହୋଇଥିଲେ । ଯଦି କିଏ ଅନୁପସ୍ଥିତ ଥିଲା ତାହା ହେଉଛି ବିଜୟଙ୍କ ପରିବାର ଅର୍ଥାତ ତାଙ୍କ ପତ୍ନୀ ସଙ୍ଗୀତା କିମ୍ବା ପୁଅଝିଅ କେହି ବି ବିଜୟଙ୍କ ବିଶେଷ ମୁହୂର୍ତ୍ତର ଅଂଶ ପାଲଟିନଥିଲେ । ଏହି ଘଟଣା ବିଜୟଙ୍କ ପ୍ରଶଂସକଙ୍କୁ ସହଜରେ ହଜମ ହୋଇନାହିଁ । ବିଜୟଙ୍କ ବୈବାହିକ ଜୀବନରେ ସବୁକିଛି ଠିକ୍ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି ।

ରବିବାର ଏକ ଭବ୍ୟ ସମାରୋହରେ ତାମିଲଗା ଭେଟ୍ରି କାଝାଗାମ (TVK) ମୁଖ୍ୟ ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହି ଉତ୍ସବରେ ବିଜୟଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ବି ସାମିଲ ହୋଇଥିଲେ । ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ସୃଷ୍ଟି ହୋଇଥିଲେ ନୂଆ ଇତିହାସ । ଏହି କାର୍ଯ୍ୟକ୍ରମରେ ବିଜୟଙ୍କ ପିତା ଏସ.ଏ ଚନ୍ଦ୍ରଶେଖର ଓ ମାଆ ଶୋଭା ଚନ୍ଦ୍ରଶେଖର, ଘନିଷ୍ଠ ବନ୍ଧୁ, ଦଳୀୟ ନେତା, ସମର୍ଥକ ସମସ୍ତେ ସାମିଲ ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ହେଲେ ପତ୍ନୀ ଓ ପୁଅଝିଅଙ୍କ ଅନୁପସ୍ଥିତି ଏହି ବିଶେଷ ମୁହୂର୍ତ୍ତକୁ ଅଧୁରା କରିଥିଲା ବୋଲି ଫ୍ୟାନ୍ସ କହିଛନ୍ତି । କିଛି ଦିନ ପୂର୍ବରୁ ବିଜୟଙ୍କ ପୁଅ ତାଙ୍କୁ ଅନଫଲୋ କରିଥିଲେ। 
  • ସାମିଲ ହେଲେନି ପତ୍ନୀ ସଙ୍ଗୀତା
ଚଳିତ ବର୍ଷ ଫେବୃଆରୀରେ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ ଛାଡ଼ପତ୍ର ଆବେଦନ କରିଥିବା ଚର୍ଚ୍ଚା ହୋଇଥିଲା । ପ୍ରଶଂସକରୁ ପତ୍ନୀ ପାଲଟିଥିବା ସଙ୍ଗୀତା ବିଜୟଙ୍କ ବିରୋଧରେ ପରକୀୟା ପ୍ରୀତିର ଅଭିଯୋଗ ଆଣି ଛାଡ଼ପତ୍ର ଆବେଦନ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା । ହେଲେ ଉଭୟ ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିନାହାନ୍ତି । ତେବେ ଶପଥ ସମାରୋହରେ ସଙ୍ଗୀତା ଓ ବିଜୟଙ୍କ ପୁଅ ଜେସନ ସଞ୍ଜୟ ଓ ଝିଅ ଦିବ୍ୟା ଶାଶାଙ୍କ ଅନୁପସ୍ଥିତି ଏହି ଦିଗକୁ ଇଙ୍ଗିତ କରୁଛି ।

  • ତ୍ରିଶା-ବିଜୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା
ବିଜୟଙ୍କ ପତ୍ନୀ ଓ ସନ୍ତାନ ଶପଥ ସମାରୋହରେ ସାମିଲ ନ ହେବା ପରେ ଅନେକ ୟୁଜର ତ୍ରିଶାଙ୍କ ସହିତ ବିଜୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା କରୁଛନ୍ତି । ଅନେକ ସମୟରେ ଏହି ଦୁଇ ଜଣକୁ ଏକା ସାଥୀରେ ଅନେକ ସମୟରେ ଏକାଠି ଦେଖାଯାଇଛି । ଉଭୟ ଡେଟିଂ କରୁଥିବା ମଧ୍ୟ ଚର୍ଚ୍ଚା ହୁଏ । ଗୋଟିଏ ପଟେ ବିଜୟଙ୍କ ପତ୍ନୀଙ୍କ ଅନୁପସ୍ଥିତି ଓ ଅନ୍ୟପଟେ ରୁମର୍ ଗର୍ଲଫ୍ରେଣ୍ଡ ତ୍ରିଶାଙ୍କ ଉପସ୍ଥିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।



ପଢନ୍ତୁ ଏହି ଖବର: ଫିଲ୍ମ ପରି ରାଜନୀତିରେ ହିଟ୍ ବିଜୟ; କେମିତି ସୁପରଷ୍ଟାରଙ୍କ ବୈବାହିକ ଜୀବନ


ଜଣେ ୟୁଜର ସୋସିଆଲ ମିଡିଆରେ କମେଣ୍ଟ କରିଛନ୍ତି, "ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ଵିନ୍ ? ଥାଲାପାତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି, କିନ୍ତୁ ପ୍ରକୃତ କାହାଣୀ କାରର ଆଗ ସିଟରେ ! ପତ୍ନୀ ନାହାନ୍ତି, ପିଲା ନାହାନ୍ତି, କିନ୍ତୁ ତ୍ରିଶା ଏଠାରେ ଉପସ୍ଥିତ ଅଛନ୍ତି ? ତେବେ ପ୍ରକୃତରେ ଛାଡ଼ପତ୍ର ଗୁଜବ ନା ଏହା ଅନଅଫିସିଆଲ ସ୍ପଷ୍ଟୀକରଣ ? ସଙ୍ଗୀତାଙ୍କ ଅନୁପସ୍ଥିତି ଅନେକ କଥା କହୁଛି ।"

ଅଧିକ ଖବର ପଢନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vijay’s Wife and Children Skip Oath-Taking Ceremony, Sparks Speculation | Argus News