ନୋ ସ୍ମୋକିଙ୍ଗ ଡେ ; ଧୂମ୍ରପାନକୁ ନେଇ ଏପରି କୁହନ୍ତି ଏହି ଅଭିନେତାମାନେ

ଅର୍ଗସ ବ୍ୟୁରୋ : "କବୀର ସିଂ" ରେ ସିଗାରେଟ ପିଇ ବେଶ ଚର୍ଚ୍ଚାକୁ ଆସିଥିଲେ ସାହିଦ କପ୍ପୁର । ହେଲେ ଫିଲ୍ମ ଦୂନିଆ ଆଉ ବାସ୍ତବ ଦୂନିଆ ଦୁଇଟି ଅଲଗା ଜିନିଷ । ଫିଲ୍ମକୁ ଅଧିକ ସିନେମାଟିକ କରିବା ଉଦ୍ଦେଶ୍ୟରେ ଧୂମ୍ରପାନ ଭଳି ଜିନିଷ ଏଥିରେ ଦେଖାଯାଇଥାଏ । କିନ୍ତୁ ସେମାନଙ୍କ ବାସ୍ତବ ଜୀବନରେ ସେମାନେ ଏସବୁରୁ ଦୂରେଇ ରହିଛନ୍ତି । କିଛିଜଣ ଅଭିନେତା ଏସବୁରେ ପ୍ରଥମେ ଲିପ୍ତ ଥିଲେ ମଧ୍ୟ ପରେପରେ ନିଜ ପରିବାର ପାଇଁ ଏଥିରୁ ଦୂରେଇ ଯାଇଛନ୍ତି । ସେଥିରୁ ସାହଦ କପ୍ପୁର ହେଉଛନ୍ତି ଜଣେ, ଯିଏ ନିଜ ଝିଅପାଇଁ ସିଗାରେଟ ଛାଡି ଦେଇଥିଲେ ବୋଲି କୁହନ୍ତି ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
ଜାତୀୟ "ନୋ ସ୍ମୋକିଙ୍ଗ ଡେ" ରେ ଏକ ସାକ୍ଷାତକାରରେ ସାହିଦ କହିଛନ୍ତି, ନିଜ ଝିଅ ସାମ୍ନାରେ ନିଜର ଧୂମ୍ରପାନ ଅଭ୍ୟାସକୁ ଲୁଚାଇଥିଲେ ।ଅନେକ ଥର ସେ ନିଜ ଝିଅ ପାଖରୁ ଲୁଚି ସିଗାରେଟ ପିଉଥିଲେ । ହେଲେ ଗୋଟେଥର ସେ ନିଜକୁ ଏମିତି କେତେଦିନ କରିବେ ବୋଲି ପ୍ରଶ୍ନ କରିଥିଲେ, ଆଉ ତା ପରେ ପରେ ସିଗାରେଟ ଛାଡି ଦେଇଥିଲେ ।
କେବଳ ଶାହିଦ ନୁହନ୍ତି, ରଣବୀର ମଧ୍ୟ ବାପା ହେବା ପରେ ହିଁ ଧୂମ୍ରପାନ , ଆଉ ମଦ୍ୟପାନ ଛାଡି ଦେଇଥିଲେ । ସେ କହିଥିଲେ, ଝିଅ ରାହା ଜନ୍ମ ହେବାପରେ ତା ପାଇଁ ସେ ଏସବୁ ଛାଡିଦେଲେ । କେବଳ ଆନିମଲ ଫିଲ୍ମର ପୋଷ୍ଟରରେ ସେ ସିଗାରେଟ ଧରିଥିବା ନଜର ଆସିଥିଲେ । ଏବେ ରାହା ପାଇଁ ଏକ ଭଲ ବାପା ହେବା ଉଦ୍ଦେଶ୍ୟରେ ସେ ଯୋଗ, ଧ୍ୟନ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଅର୍ଜୁନ ରାମପାଲ ମଧ୍ୟ ନିଜ ପୁଅ ପାଇଁ ସ୍ମୋକିଙ୍ଗ କରିବା ଛାଡି ଦେଇଥିଲେ ।
