Videos
|
Entertainment

ଫେବୃଆରୀ ୨ରେ ବଡ଼ ପରଦାକୁ ଆସୁଛି ଓଡିଆ ଚଳଚ୍ଚିତ୍ର ‘ଶାନ୍ତି ଆପାର୍ଟମେଣ୍ଟ’

Jitendra Dash
Browse all articles by Jitendra Dash
·2 years ago·1 min read
ଫେବୃଆରୀ ୨ରେ ବଡ଼ ପରଦାକୁ ଆସୁଛି ଓଡିଆ ଚଳଚ୍ଚିତ୍ର  ‘ଶାନ୍ତି ଆପାର୍ଟମେଣ୍ଟ’

ଅର୍ଗସ ବ୍ୟୁରୋ : ଫେବୃଆରୀ ୨ରେ ପରଦାକୁ ଆସିବ ଓଡିଆ ଚଳଚ୍ଚିତ୍ର  ‘ଶାନ୍ତି ଆପାର୍ଟମେଣ୍ଟ’ । ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଏହି ସିନେମା ଦେଖିବେ ବୋଲି କଥା ଦେଇଛନ୍ତି । ଏଥି ପାଇଁ ଚଳଚ୍ଚିତ୍ରର ନାୟିକା ରାଗିଣୀ ଓ ନିର୍ଦ୍ଦେଶକ ଅଶ୍ଵିନୀ ତ୍ରିପାଠୀ ଅଜି ରାଜ୍ୟପାଳ ଭବନରେ ମହାମହିମ ରାଜ୍ୟପାଳଙ୍କୁ ଭେଟିଥିଲେ ଓ ପ୍ରିମିୟରରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଚଳଚ୍ଚିତ୍ରର ଟ୍ରେଲର ଦେଖି ମହାମହିମ ରାଜ୍ୟପାଳ ଖୁବ୍ ପ୍ରଶଂସା କରିଛନ୍ତି ଓ ଚଳଚ୍ଚିତ୍ର ଦେଖିବେ ବୋଲି  ପ୍ରତିଶ୍ରୁତି ଦେଇଛନ୍ତି । ଏଥିରୁ ମହାମହିମ ରାଜ୍ୟପାଳଙ୍କର ଓଡ଼ିଶା, ଓଡ଼ିଶାର ସଂସ୍କୃତି, ପରମ୍ପରା, ଭାଷା ଓ ସିନେମା ପ୍ରତି ଥିବା ଅଗାଧ ଭଲପାଇବା ପ୍ରତୀତ ହୁଏ । 

ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଏହା ଏକ ନୂଆ ଫର୍ଦ୍ଦ ଯୋଡିବ ବୋଲି କହିଛନ୍ତି ଚଳଚ୍ଚିତ୍ରର  ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ । ଶାନ୍ତି ଆପାର୍ଟମେଣ୍ଟ ଏକ ଭିନ୍ନ ଧରଣର ସିନେମା । ଏଥିରେ ରହସ୍ୟ, ରୋମାଞ୍ଚ ଭରି ରହିଛି ଏବଂ ତାହା ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ । ବିକ୍ରମ ଶଙ୍କର ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ । ଫିଲ୍ମଟିର କାହାଣୀ ଏବଂ ଚିତ୍ରନାଟ୍ୟ  ସହିତ ନିର୍ଦ୍ଦେଶନାର ଦାୟିତ୍ଵ ତୁଲାଇଛନ୍ତି ଅଶ୍ବିନୀ ତ୍ରିପାଠୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସଂଳାପ ଦାୟିତ୍ବରେ ଅଛନ୍ତି ଆଗଧାଡ଼ିର ସଂଳାପକାର ତଥା ନାଟ୍ୟକାର ଡ. ଦୀପକ ଜେନା । ସନ୍ଦୀପ ପଣ୍ଡାଙ୍କ ସଂଗୀତ ନିର୍ଦ୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ ଓ ସ୍ବୟମ ପାଢ଼ୀ । 'ଶାନ୍ତି ଆପାର୍ଟମେଣ୍ଟ'ର ବିଭିନ୍ନ ଭୂମିକାରେ ଅଛନ୍ତି ଦ୍ବୀପନ୍ବିତ ଦାସମହାପାତ୍ର, ଶୁଭାଶିଷ, ରାଗିଣୀ, ଆଲିଆ, ବରଦା, ସନ୍ତୁ ପ୍ରସନ୍ନଜିତ, ଶକ୍ତି, ରାକ୍ଷୀ, ଅନୁଷ୍କା ପ୍ରମୁଖ । ଫିଲ୍ମଟି ଫେବୃଆରୀ ୨ରେ ସମୁଦାୟ ୩୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ସୂଚନା ରହିଛି ।

Odia Movie shanti appartment coming soon | Argus News