'ବାରଙ୍ଗ-୧୯୯୯' ଫିଲ୍ମକୁ ନେଇ କୋର୍ଟର ଆଶ୍ରୟ ନେଲେ ଅଞ୍ଜନା ମିଶ୍ର

ଅର୍ଗସ ବ୍ୟୁରୋ : ଓଡ଼ିଆ ୱେବ୍ ସିରିଜ୍ ‘ବାରଙ୍ଗ ୧୯୯୯’ କୁ ନେଇ ବିବାଦ । ଅକ୍ଷୟ ପରିଜାଙ୍କୁ ଅଞ୍ଜନା ମିଶ୍ର ପଠାଇଲେ କୋର୍ଟ ନୋଟିସ । ବାରଙ୍ଗ-୧୯୯୯ ଫିଲ୍ମକୁ ନେଇ କୋର୍ଟର ଆଶ୍ରୟ ନେଇଛନ୍ତି ଅଞ୍ଜନା ମିଶ୍ର । କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ଗତ ୨୦ ତାରିଖରେ ରିଲିଜ୍ ହୋଇଥିଲା ବାରଙ୍ଗ ୧୯୯୯ । ଏହି ଚଳଚିତ୍ର ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ଉପରେ ଆଧାରିତ । ପୂର୍ବରୁ ମଧ୍ୟ ଏନେଇ ମୁଁହ ଖୋଲିଥିଲେ ଅଞ୍ଜନା ମିଶ୍ର ।
ଅଞ୍ଜନା ମିଶ୍ର ଓଟିଟି ପ୍ଲାଟଫର୍ମ କମ୍ପାନୀ କଞ୍ଚାଲଙ୍କାର ସହ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବିଭୁ ପ୍ରସାଦ ରଥ, ସହ ପ୍ରତିଷ୍ଠାତା ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ନାୟକ, କ୍ୟାମେରା କୁଇନ୍ ପ୍ରଡକ୍ସନ, ଏହାର ପ୍ରତିଷ୍ଠାତା ହିମାଦ୍ରି ତନୟା ଦାସ, ୟୁଟ୍ୟୁବ୍ ଇଣ୍ଡିଆ, ମେଟା ଦ୍ୱାରା ବିକଶିତ ଫେସବୁକକୁ ପଠାଇଛନ୍ତି ଲିଗାଲ ନୋଟିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଞ୍ଚାଲଙ୍କା ପ୍ଲାଟଫର୍ମ ରେ ରିଲିଜ ହୋଇଥିବା ଏହି ସିରିଜର ଟ୍ରେଲରରେ ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ସଂଘର୍ଷକୁ ଦର୍ଶାଯିବା ସହ ଗଣଦୁଷ୍କର୍ମ ଘଟଣାର ମିଥ୍ୟା ଓ ଅପମାନଜନକ ବର୍ଣ୍ଣନା କରାଯାଇଛି ବୋଲି ଆଇନଜୀବୀ ତ୍ରିପାଠୀ ଅଭିଯୋଗ କରିଛନ୍ତି। ସେପଟେ ଏହି କାହାଣୀ ମନୋରଞ୍ଜନ ସହିତ ପ୍ରେରଣାଦାୟକ ବୋଲି କହିଛନ୍ତି ଓଟିଟି ପ୍ଲାଟଫର୍ମ କମ୍ପାନୀ କଞ୍ଚା ଲଙ୍କାର ଅଧ୍ୟକ୍ଷ ଅକ୍ଷୟ ପରିଜା।