Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୯୯୭ରେ ଫିଲ୍ମ ‘ ହିମାଳୟ ପୁତ୍ର ରୁ’ ନିଜର କ୍ୟାରିୟର ଆରମ୍ଭ କରିଥିଲେ

Entertainment

୧୯୯୭ରେ ଫିଲ୍ମ ‘ ହିମାଳୟ ପୁତ୍ର ରୁ’ ନିଜର କ୍ୟାରିୟର ଆରମ୍ଭ କରିଥିଲେ

Jitendra Dash
Browse all articles by Jitendra Dash
·2 years ago·1 min read
୧୯୯୭ରେ ଫିଲ୍ମ ‘ ହିମାଳୟ ପୁତ୍ର ରୁ’ ନିଜର କ୍ୟାରିୟର ଆରମ୍ଭ କରିଥିଲେ

ଅର୍ଗସ ବ୍ୟୁରୋ : ଆଜି ବଲିଉଡ଼ର ରୋମାଣ୍ଟିକ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଜନ୍ମଦିନ । ୧୯୭୫ ମସିହା ଆଜିର ଦିନରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ । ଲେଜେଣ୍ଡାରୀ ଆକ୍ଟର ତଥା ୮୦ ଦଶକର ସୁପରଷ୍ଟାର ବିନୋଦ ଖାନ୍ନାଙ୍କ ପୁଅ ହେଉଛନ୍ତି ଅକ୍ଷୟ ଖାନ୍ନା । ସେ ଆଜି ନିଜର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି ।

୧୯୯୭ରେ ଫିଲ୍ମ ‘ ହିମାଳୟ ପୁତ୍ର ରୁ’ ନିଜର କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଫିଲ୍ମ ‘ତାଲ’ ତାଙ୍କ କ୍ୟାରିୟରରେ ଆଣିଥିଲା ସଫଳତା । ତାଙ୍କର ପରବର୍ତ୍ତି ଫିଲ୍ମ ଥିଲା ‘ବଡ଼ୋର’ ଯାହା ବ୍ୟବସାୟିକ ସଫଳତା ହାସଲ କରିଥିଲା । ଯେଉଁଥି ପାଇଁ ସେ ଫିଲ୍ମ ଫେୟାର ଶ୍ରେଷ୍ଠ ଡ଼େବୁ୍ୟ ଆୱାଡ଼ ଏବଂ ଶ୍ରେଷ୍ଠ ସହାୟକ ଅଭିନେତାର ଭାବେ ମୋନନିତ ହୋଇଥିଲେ । 

ଅଧିକ ପଢନ୍ତୁ : ବିବାହ ବନ୍ଧନରେ ବାନ୍ଧି ହେଲେ ଆଦିତି-ସିଦ୍ଧାର୍ଥ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପରଠୁ ଆଉ ପଛକୁ ଫେରି ଚାହିଁ ନଥିଲେ ଅକ୍ଷୟ ଖାନ୍ନା । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଆଗକୁ ସେ ଦେଇଚାଲିଥିଲେ । ତେବେ ଅକ୍ଷୟ ଖାନ୍ନାଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡ଼ର ଅନେକ କଳାକାର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

Argus Whatsapp Channel Mobile Top
Sponsored
On Akshaye Khanna's birthday, throwback to his groundbreaking performances | Argus News