Pakistan Beauty Anniqa Jamal / କିଏ ଏହି ଅମିକା ଜମାଲ? ଯିଏ ୭୩ ବର୍ଷରେ ପ୍ରଥମ ଥର ପାଇଁ ମିସ୍ ୱାର୍ଲ୍ଡ ଦୌଡ଼ରେ ପାକିସ୍ତାନ ପାଇଁ କରିବେ ପ୍ରତିନିଧିତ୍ୱ
·1 month ago·2 min read

Key Points
ପାକିସ୍ତାନୀ ସୁନ୍ଦରୀ ଅମିକା ଜମାଲ ଇକବାଲ କହିଛନ୍ତି ଯେ ସେ ସାମାଜିକ କାରଣକୁ ପ୍ରୋତ୍ସାହିତ କରିବା ପାଇଁ ମିସ୍ ୱାର୍ଲ୍ଡ ପ୍ଲାଟଫର୍ମ ବ୍ୟବହାର କରିବାକୁ ଚାହାଁନ୍ତି। ତାଙ୍କର ଲକ୍ଷ୍ୟ ହେଉଛି ପାକିସ୍ତାନରେ ଥାଲାସେମିଆ ପୀଡିତଙ୍କ ପାଇଁ ସଚେତନତା ଏବଂ ସମର୍ଥନ ବୃଦ୍ଧି କରିବା।
Miss World Festival 75th Anniversary Edition: ମିସ୍ ୱାର୍ଲ୍ଡ ପ୍ରତିଯୋଗିତାର ୭୫ତମ ବାର୍ଷିକୀ ସଂସ୍କରଣ ପାଇଁ ଏବେ ଚର୍ଚ୍ଚାକୁ ଆସିଛି ପାକିସ୍ତାନୀ ସୁନ୍ଦରୀ ଅମିକା ଜମାଲ ଇକବାଲ। ଯିଏ ଏଥର ଏହି ପ୍ରତିଯୋଗିତାରେ ପାକିସ୍ତାନ ପାଇଁ କରିବେ ପ୍ରତିନିଧିତ୍ୱ। ବିଶ୍ୱରେ ପାକିସ୍ତାନ ହେଉଛି ଏପରି ଦେଶ ଯିଏ ବିଗତ ୭୩ ବର୍ଷର ଇତିହାସରେ କେବେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନାହିଁ। ଏଥର ୨୪ ବର୍ଷୀୟା ଅନିକା ଜମାଲ ଭିଏତନାମ ଠାରେ ଆୟୋଜିତ ହେଉଥିବା ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ପାକିସ୍ତାନର ପ୍ରତିନିଧିତ୍ୱ କରୁଛନ୍ତି। ଯାହା ଦେଶର ଇତିହାସରେ ପ୍ରଥମ ଥର ଲାଗି ହୋଇଛି। ଲାହୋର ଠାରେ ତାଙ୍କୁ ଆନୁଷ୍ଠାନିକ ଭାବରେ 'ମିସ୍ ୱାର୍ଲ୍ଡ ପାକିସ୍ତାନ ୨୦୨୬' ମୁକୁଟ ପିନ୍ଧାଯାଇଥିଲା। ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ପାକିସ୍ତାନ ଭଳି ଦେଶର ଅଂଶଗ୍ରହଣ ସ୍ଥାନୀୟ ମୌଳବାଦୀ ଇସଲାମିକ ଗୋଷ୍ଠୀକୁ କ୍ରୋଧିତ କରିପାରେ।
ମିସ୍ ୱାର୍ଲ୍ଡ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ପାକିସ୍ତାନର ପ୍ରବେଶ
ଅନିକା ଜମାଲ ଇକବାଲ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ପାକିସ୍ତାନ ପାଇଁ ପ୍ରଥମ ଥର ଲାଗି ଆନୁଷ୍ଠାନିକ ଭାବରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ହେଲେ ଧର୍ମ ଭିତ୍ତିରେ ଗଠିତ ହୋଇଥିବା ପାକିସ୍ତାନୀ ଭଳି ଇସଲାମୀୟ ଦେଶ ପାଇଁ ଏତେ ସହଜ ହେବ ନାହିଁ। ଏଠାରେ ମଡେଲିଂ କରିବା ଅତ୍ୟନ୍ତ କଷ୍ଟକର। ଏପରି ଫ୍ୟାଶନ୍ ଶୋ' ପ୍ରାୟତଃ ଧର୍ମାନ୍ଧ ଗୋଷ୍ଠୀଙ୍କ ବିରୋଧର ସାମ୍ନା କରିଥାଏ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନିକା ଜମାଲ ମୁସଲିମ୍ ମୌଳବାଦୀଙ୍କ ଆକ୍ରୋଶର ଶୀକାର ହୋଇପାରନ୍ତି।
ପାକିସ୍ତାନର ପ୍ରତିନିଧିତ୍ୱ କରିବେ ଅନିକା ଜମାଲ ଇକବାଲ
୨୪ ବର୍ଷୀୟା ଅନିକା ଜମାଲ ଇକବାଲ ପୂର୍ବରୁ ମିସ୍ ଆର୍ଥ, ମିସ୍ ଗ୍ଲୋବାଲ୍, ମିସ୍ କସ୍ମୋ, ମିସ୍ ଇକୋ ଇଣ୍ଟରନ୍ୟାସନାଲ ଏବଂ ମିସ୍ ଆଉରା ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ପାକିସ୍ତାନର ପ୍ରତିନିଧିତ୍ୱ କରିଛନ୍ତି। ସେ ବର୍ତ୍ତମାନ ଆକାଉଣ୍ଟିଂ ଏବଂ ଅଡିଟିଂ ଶିକ୍ଷାରେ ମାଷ୍ଟର୍ସ ଡିଗ୍ରୀ ହାସଲ କରୁଛନ୍ତି। ସେ କୋସୋ ଠାଭୋରେ ମିସ୍ ଫ୍ରିଡମ୍ ଅଫ୍ ଦି ୱାର୍ଲ୍ଡ ପ୍ରତିଯୋଗିତାରେ ଚାରୋଟି ଟାଇଟଲ୍ ଜିତିଛନ୍ତି।
ଏହା ସହ ପଢନ୍ତୁ: ବିବାହ ପାଇଁ ପୁଣି ଟ୍ରୋଲ ହେଲେ ପାକିସ୍ତାନୀ ଡ୍ରାମା କୁଇନ୍; ଚର୍ଚ୍ଚାରେ ରହିଛି
କ'ଣ ରହିଛି ତାଙ୍କର ଲକ୍ଷ୍ୟ କ'ଣ?
ଅନିକା କହିଛନ୍ତି ଯେ ସେ ସାମାଜିକ ପ୍ରସଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ମିସ୍ ୱାର୍ଲ୍ଡ ପ୍ଲାଟଫର୍ମ ବ୍ୟବହାର କରିବାକୁ ଚାହାଁନ୍ତି। ତାଙ୍କର ଲକ୍ଷ୍ୟ ହେଉଛି ପାକିସ୍ତାନରେ ଥାଲାସେମିଆ ପୀଡିତ ଲୋକଙ୍କ ପାଇଁ ସଚେତନତା ଏବଂ ସମର୍ଥନ ବୃଦ୍ଧି କରିବା। ୨୦୦୨ ମସିହାରେ ପ୍ରତିଷ୍ଠିତ ମିସ୍ ପାକିସ୍ତାନ ୱାର୍ଲ୍ଡ ଅର୍ଗାନାଇଜେସନ୍ ବିଗତ ୨ ଦଶନ୍ଧି ଧରି ପାକିସ୍ତାନୀ ମହିଳାଙ୍କୁ ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିଆସୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାକିସ୍ତାନ ଅଂଶଗ୍ରହଣର ଏକ ଐତିହାସିକ ମୁହୂର୍ତ୍ତ
ମିସ୍ ପାକିସ୍ତାନ ୱାର୍ଲ୍ଡ ଅର୍ଗାନାଇଜେସନ୍ ମୁଖ୍ୟ ସୋନିଆ ଅହମ୍ମଦ କହିଛନ୍ତି ଯେ ମିସ୍ ୱାର୍ଲ୍ଡ ପ୍ରତିଯୋଗିତରେ ତାଙ୍କ ଦେଶର ଅଂଶଗ୍ରହଣ ଏକ ଐତିହାସିକ ମୁହୂର୍ତ୍ତ। ସେ ଏହାକୁ ବିଶ୍ୱ ସ୍ତରରେ ଜାତୀୟ ପ୍ରତିନିଧିତ୍ୱ ପାଇଁ ଏକ ପ୍ରମୁଖ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ସୋନିଆ କହିଛନ୍ତି ଯେ ପାକିସ୍ତାନୀ ମହିଳା ଅନ୍ତର୍ଜାତୀୟ ମଞ୍ଚରେ ସେମାନଙ୍କର ଯୋଗ୍ୟତା ପ୍ରମାଣିତ କରୁଛନ୍ତି।

Related Topics
Explore more stories