Videos
|
Entertainment

Adil Khan Marriage Controversy / ରାକ୍ଷୀ ସାୱନ୍ତଙ୍କ ଏକ୍ସ ହଜବ୍ୟାଣ୍ଡଙ୍କ ବିବାହରେ ପୁଣି ଫାଟ; ରହସ୍ୟମୟ ପୋଷ୍ଟ କରି ଇସାରା ଦେଲେ ପତ୍ନୀ ସୋମି

Debashree Debasmita Sahoo
Browse all articles by Debashree Debasmita Sahoo
·37 mins ago·2 min read
ରାକ୍ଷୀ ସାୱନ୍ତଙ୍କ ଏକ୍ସ ହଜବ୍ୟାଣ୍ଡଙ୍କ ବିବାହରେ ପୁଣି ଫାଟ; ରହସ୍ୟମୟ ପୋଷ୍ଟ କରି ଇସାରା ଦେଲେ ପତ୍ନୀ ସୋମି
Adil Khan Marriage Controversy

Key Points

ରାକ୍ଷୀ ସାୱନ୍ତଙ୍କ ପୂର୍ବ ସ୍ଵାମୀଙ୍କ ପୁଣି ବିବାହ ବିବାଦ
ବିଗବସ୍ ଫେମ୍ ସୋମିଖାନଙ୍କୁ କରିଥିଲେ ବିବାହ
ଏବେ ସୋମିଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ଚର୍ଚ୍ଚା
ଆଲ୍ଲାଙ୍କ ନିକଟରେ ନିଜକୁ କଲେ ସମର୍ପିତ
ମୁମ୍ବାଇ: ରାକ୍ଷୀ ସାୱନ୍ତଙ୍କ ଏକ୍ସ ହଜ୍‌ବ୍ୟାଣ୍ଡ୍ ଆଦିଲ ଖାନ ଓ ପତ୍ନୀ ତଥା ବିଗବସ୍ ଫେମ୍ ସୋମି ଖାନଙ୍କ ବୈବାହିକ ଜୀବନରେ ଝଡ଼ । ନିଜେ ସୋମି ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ନିଜକୁ ଓ ନିଜ ଜୀବନକୁ ଆଲ୍ଲାଙ୍କ ଉପରେ ଛାଡ଼ି ଦେଇଥିବା ଏକ ରହସ୍ୟମୟ ପୋଷ୍ଟରେ ଲେଖିଛନ୍ତି । ଆଦିଲ ଖାନ ୨୦୨୪ ମାର୍ଚ୍ଚ ୩ରେ ସୋମି ଖାନଙ୍କୁ ବିବାହ କରିଥିଲେ । ବିବାହର ପ୍ରାୟ ୨ବର୍ଷ ପରେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ ବୋଲି ଜଣାପଡ଼ିଛି ।

ଉଭୟଙ୍କ ବୈବାହିକ ଜୀବନ ସେତେବେଳେ ଲାଇମଲାଇଟ୍‌କୁ ଆସିଛି, ଯେତେବେଳେ ସୋମି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ରହସ୍ୟମୟ ପୋଷ୍ଟ ସେୟାର କରିଥିଲେ । ସୋମି ପୋଷ୍ଟରେ ଲେଖିଛନ୍ତି, "ମୁଁ ନିଜର ଆତ୍ମସମ୍ମାନ ପାଇଁ ସେଠାରୁ ବାହାରି ଆସିଛି । ମୁଁ ନିଜର ଏହି ସମସ୍ୟାକୁ ଆଲ୍ଲାଙ୍କ ନିକଟରେ ସମର୍ପିତ କରିଦେଇଛି । ସେହି ଲୋକଙ୍କ ମିଛକୁ ଆଲ୍ଲା ଦେଖୁଛନ୍ତି । ଆଲ୍ଲାଙ୍କ ଆଗରେ କିଛି ଲୁଚିନଥାଏ ।" ସୋମିଙ୍କ ଏହି ପୋଷ୍ଟ ଆସିବା ପରେ ଫ୍ୟାନ୍ସ ଚିନ୍ତାରେ ପଡ଼ିଛନ୍ତି । ଲୋକଙ୍କ ପ୍ରଥମ ସନ୍ଦେହ ତାଙ୍କର ବୈବାହିକ ଜୀବନ ଉପରେ ରହିଛି ।

  • ଆଦିଲ ଖାନ ଷ୍ଟୋରୀକୁ କଲେ ରିପୋଷ୍ଟ୍
ଆଶ୍ଚର୍ଯ୍ୟକର କଥା ହେଉଛି, ସୋମିଙ୍କ ଏହି ପୋଷ୍ଟକୁ ସ୍ଵାମୀ ଆଦିଲ ଖାନ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ରିପୋଷ୍ଟ କରିଛନ୍ତି ଓ ଲେଖିଛନ୍ତି, "ଅଲ୍ ଦ ବେଷ୍ଟ" । ଏହାପରେ ସେ ସୋମିଙ୍କ ସହ ବିତାଇଥିବା ଦିନଗୁଡ଼ିକୁ ମନେ ପକାଇ ତାଙ୍କର ଧନ୍ୟବାଦ କରିଛନ୍ତି ଓ ପୋଷ୍ଟରେ #END ଲେଖିଛନ୍ତି । ଆଦିଲଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ଉଭୟଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ଦ୍ଵିଗୁଣିତ ହୋଇଛି ।

  • ପବ୍ଲିସିଟି ଷ୍ଟଣ୍ଟ କହିଲେ ୟୁଜର
କିଛି ୟୁଜର ଏହାକୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ବୋଲି କହୁଥିବାବେଳେ ଅନ୍ୟ କିଛି ୟୁଜର ଏହାକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ସୋମିଙ୍କ ଏହି ପୋଷ୍ଟ ତାଙ୍କର ବୈବାହିକ ଜୀବନ ସମ୍ପର୍କରେ ନୁହେଁ, ବରଂ ଅନ୍ୟ କୌଣସି ସମସ୍ୟାକୁ ନେଇ ରହିଛି । ହେଲେ ଆଦିଲଙ୍କ ପ୍ରତିକ୍ରିୟା ଫ୍ଯାନ୍ସଙ୍କ ମନରେ ଦ୍ଵନ୍ଦ୍ଵ ସୃଷ୍ଟି କରିଛି ।

ପଢନ୍ତୁ ଏହି ଖବର: ହଲିଉଡରେ ବଲିଉଡର ଦବଦବା; DDLJର ଦିୱାନା ବିଦେଶୀ ହିରୋ ରବର୍ଟ ପାଟିନସନ୍

  • ରାକ୍ଷୀଙ୍କ ପୂର୍ବ ସ୍ଵାମୀ ଆଦିଲ୍ ଖାନ୍
ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ୨୦୨୨ ମସିହାରେ ଆଦିଲ ଖାନ୍‌ଙ୍କୁ ବିବାହ କରିଥିଲେ । ହେଲେ କିଛି ଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ରାକ୍ଷୀ ସ୍ଵାମୀ ଆଦିଲଙ୍କ ଉପରେ ଘରୋଇ ହିଂସା, ପ୍ରତାରଣା ଓ ଧୋକା ଅଭିଯୋଗ ଆଣିଥିଲେ । ବିବାଦ ମଧ୍ୟରେ ଉଭୟ ପରସ୍ପରଠୁ ଅଲଗା ହୋଇଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: