Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Harman Sidhu Death / ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ସିଙ୍ଗର ହରମନ ସିଦ୍ଧୁଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·7 months ago·2 min read
ସଡ଼କ ଦୁର୍ଘଟଣାରେ ପଞ୍ଜାବୀ ସିଙ୍ଗର ହରମନ ସିଦ୍ଧୁଙ୍କ ମୃତ୍ୟୁ

Key Points

ପଞ୍ଜାବ ସଂଗୀତ ଜଗତକୁ ବଡ଼ ଝଟକା ଲାଗିଛି। ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଗାୟକ ୩୭ ବର୍ଷୀୟ ହରମନ ସିଦ୍ଧୁଙ୍କ ମୃତ୍ୟୁ ହୋଇଯାଇଛି ।
ପଞ୍ଜାବ ସଂଗୀତ ଜଗତକୁ ବଡ଼ ଝଟକା ଲାଗିଛି। ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ଗାୟକ ୩୭ ବର୍ଷୀୟ ହରମନ ସିଦ୍ଧୁଙ୍କ ମୃତ୍ୟୁ ହୋଇଯାଇଛି । ଏହା ପୂର୍ବରୁ ଅକ୍ଟୋବର ମାସରେ ଅନ୍ୟ ଜଣେ ଯୁବ ଗାୟକ ରାଜବୀର ଜଓ୍ବାନ୍ଦାଙ୍କ ସଡ଼କ ଦୁର୍ଘଟଣାରେ ଜୀବନ ଯାଇଥିଲା । ଦେଢ଼ ମାସ ମଧ୍ୟରେ ଦୁଇ ଜଣ ଯୁବ ପଞ୍ଜାବୀ ଗାୟକଙ୍କ ମୃତ୍ୟୁ ହୋଇଛି । ଏହା ପଞ୍ଜାବ ସଂଗୀତ ଜଗତକୁ ଶୋକର ସାଗରରେ ବୁଡ଼ାଇ ଦେଇଛି । ଦୁଇ ଯୁବ ଗାୟକଙ୍କୁ ହରାଇ କେବଳ ସଂଗୀତ ଜଗତ ନୁହେଁ, ସମଗ୍ର ରାଜ୍ୟରେ ଶୋକ। 

ଏହାସହ ପଢ଼ନ୍ତୁ: ଓଲିଉଡ୍‌ରେ ଚାଲିଛି କି ଡ୍ରଗସ୍-ଗଞ୍ଜେଇ-ରେଭ୍ ପାର୍ଟି ?


ମିସ ପୂଜାଙ୍କ ସହ ଗାଇଥିଲେ ଅନେକ ହିଟ ସଙ୍ଗୀତ

ନିଜର ଅନେକ ଲୋକପ୍ରିୟ ଗୀତ ଲାଗି ଖୁବ ଚର୍ଚ୍ଚାରେ ଥିଲେ ହରମନ ସିଦ୍ଧୁ । ତାଙ୍କର ‘ପେପର ୟା ପ୍ୟାର’ ସୁପରହିଟ୍ ହୋଇଥିଲା । ସେ ଲୋକପ୍ରିୟ ଗାୟିକା ମିସ୍ ପୂଜାଙ୍କ ସହ ବହୁ ହିଟ୍ ଆଲବମ୍ ରେକର୍ଡ କରିଥିଲେ । ଏଥିରେ, ‘ଲଭ୍ ମ୍ୟାରେଜ’, ‘ପଇ ଗୟା ପ୍ୟାର’ ଏବଂ ‘ଖୁଲିୟାଁ ଖିଡକିୟାଁ’ଆଦି ସାମିଲ। 

ଏହାସହ ପଢ଼ନ୍ତୁ: ଖୋକା ଭାଇଙ୍କ ସହ ମିଶିଗଲା ହ୍ୟୁମାନଙ୍କ ମରଣ ତାରିଖ

ହରମନ ସିଦ୍ଧୁଙ୍କ ଅବେଳ ମୃତ୍ୟୁ ଖବର ତାଙ୍କର ଲକ୍ଷାଧିକ ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି । ସୋସିଆଲ ମିଡିଆରେ ସିଙ୍ଗର ସିଦ୍ଧୁଙ୍କୁ ତାଙ୍କର ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ନଭେମ୍ବର ୨୧ (ଶୁକ୍ରବାର) ବିଳମ୍ବିତ ରାତିରେ ହରମନ ସିଦ୍ଧୁ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କ ଗାଡ଼ି ଏକ ଟ୍ରକ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ହରମନ ସିଦ୍ଧୁଙ୍କ ମୃତ୍ୟୁ ହୋଇ ଯାଇଥିଲା।



କେମିତି ହେଲା ଦୁର୍ଘଟଣା:

ସୂଚନାଯୋଗ୍ୟ, ରାଜବୀର ଜଓ୍ବାନ୍ଦା ଅକ୍ଟୋବରରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିଲେ ରାଜବୀର । ଶିମଲା​‌ରେ ତାଙ୍କର ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କର ମୁଣ୍ଡ ଏବଂ ମେରୁଦଣ୍ଡରେ ଆଘାତ ଲାଗିଥିଲା ଏବଂ ଦୁର୍ଘଟଣା ସମୟରେ ହୃଦଘାତର ମଧ୍ୟ ଶିକାର ହୋଇଥିଲେ ରାଜବୀର । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ୧୧ ଦିନ ପରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇ ଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୩୫ ବର୍ଷ ବୟସ ହୋଇଥିଲା।

ଦୁଇଟି ସଙ୍ଗ ଅପକମିଙ୍ଗ ରିଲିଜ ହେବାର ଥିଲା

ହରମନ ସିଦ୍ଧୁ ପଞ୍ଜାବୀ ଇଣ୍ଡଷ୍ଟ୍ରିରେ ନିଜର କମବ୍ୟାକ କରିଥାନ୍ତେ। କାରଣ ତାଙ୍କର ଦୁଇଟି ସଙ୍ଗୀର ରିଲିଜ ହେବାର ଥିଲା। ନିକଟରେ ସେ ଗୀତର ସବୁ ଶୁଟିଂ ସାରି ଦେଇଥିଲେ। ତେବେ ଶୁଣିବାକୁ ମିଳୁଛି ଏହି ଗୀତ ହିଟ ପାଇଁ ସେ ମାନସା ଯାଇଥିଲେ। ସେଠାରେ ମଥା ଟେକିବାପରେ ଫେରିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା ଯେଉଁଥିରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Punjabi Singer Harman Sidhu Dies in Road Accident | Argus News