Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସଲମାନ ଓ କ୍ୟାଟ୍ରିନା ଫ୍ୟାନ୍ସଙ୍କୁ ଦେଇଛନ୍ତି ଦୀପାବଳୀ ଭେଟି

Entertainment

ସଲମାନ ଓ କ୍ୟାଟ୍ରିନା ଫ୍ୟାନ୍ସଙ୍କୁ ଦେଇଛନ୍ତି ଦୀପାବଳୀ ଭେଟି

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ସଲମାନ ଓ କ୍ୟାଟ୍ରିନା ଫ୍ୟାନ୍ସଙ୍କୁ ଦେଇଛନ୍ତି ଦୀପାବଳୀ ଭେଟି

ଅର୍ଗସ ବ୍ୟୁରୋ : ଅପେକ୍ଷାର ଅନ୍ତ ହୋଇଛି । ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଥିବା ଯୋଡି ମାନେ ସଲମାନ ଖାନ ଓ କ୍ୟାଟ୍ରିନା କେୈଫ୍ ତାଙ୍କ  ଫ୍ୟାନ୍ସଙ୍କୁ ଦେଇଛନ୍ତି ଦୀପାବଳୀ ଭେଟି। ବଡ ପରଦାରେ ରିଲିଜ ହୋଇଯାଇଛି ସଲମାନ ଓ କ୍ୟାଟ୍ରିନାଙ୍କ ଅଭିନୀତ ଚଳଚ୍ଚିତ୍ର 'ଟାଇଗର-୩' । ପ୍ରଥମ ଦିନରେ ଏହି ଚଳଚିତ୍ରଟି ବକ୍ସ ଅଫିସରେ ବେଶ୍ କମାଲ କରିଛି। ଭାରତରେ ପ୍ରଥମ ଦିନରେ ଏହି ଚଳଚିତ୍ରଟି ୪୪.୫କୋଟିରୁ ଅଧିକ ସଂଗ୍ରହ କରିଛି । ହିନ୍ଦୀ ବ୍ୟତୀତ ଟାଇଗର 3 ତାମିଲ ଏବଂ ତେଲୁଗୁ ଭାଷାରେ ମଧ୍ୟ ମୁକ୍ତିଲାଭ କରିବ। ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ ଟାଇଗର ୩ରେ ସଲମାନ  ଏବଂ କ୍ୟାଟ୍ରିନା  ଟାଇଗର ଏବଂ ଜୋୟା ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ସଲମାନ  ଏବଂ କ୍ୟାଟଙ୍କ ଯୋଡ଼ିକୁ ପୁଣି ଥରେ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିଛି। ଏଥର 'ସିରିଏଲ କିଲର' ଅର୍ଥାତ୍ ଭିଲେନ ଭାବେ ଇମ୍ରାନ ହାସମୀଙ୍କୁ ପ୍ରଥମଥର ଦେଖିବାକୁ ମିଳିଛି । 


ସକାଳୁ ସକାଳୁ ଏହି ଫିଲ୍ମ ରିଲିଜ ହେବା ପରେ ବିଭିନ୍ନ ହଲ ସାମ୍ନାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେପଟେ ସଲମାନଙ୍କ ଫିଲ୍ମ ଥିଏଟରରେ ରିଲିଜ ହେବାପରେ ଫ୍ୟାନ୍ସ ଧୁମଧାମରେ ସେଲିବ୍ରେସନ କରିଥିଲେ । ଫ୍ୟାନ୍ସଙ୍କ ସେଲିବ୍ରେସନର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସଲମାନଙ୍କ ଫ୍ୟାନ୍ସମାନେ ବାଜା ବଜାଇ ନାଚୁଥିବା ମଧ୍ୟ ନଜର ଆସିଛି । ସଲମାନଙ୍କ ଫିଲ୍ମ ଟାଇଗର-୩କୁ ନେଇ ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳିଛି । ଫିଲ୍ମ 'ଟାଇଗର 3' ଓ୍ବାର୍ଳ୍ଡ ଓ୍ବାଇଡ ପ୍ରାୟ 10 ହଜାର ଥିଏଟରରେ ମୁକ୍ତିଲାଭ କରିଛି । ଫିଲ୍ମର ପ୍ରଥମ ସୋ' ସକାଳ 7ଟାରୁ ଆରମ୍ଭ ହୋଇଯାଇଥିଲା । ଏଥିସହିତ ନଭେମ୍ବର 5ରୁ ଫିଲ୍ମର ଆଡଭାନ୍ସ ବୁକିଂ ଖୋଲା ହୋଇଥିବାବେଳେ ଆଡଭାନ୍ସ ବୁକିଂରେ ଧମାଲ କରିଛି 'ଟାଇଗର 3' । ଏହା YRF ସ୍ପାଏ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଟାଇଗର ଫ୍ରାଞ୍ଚାଇଜିର ଏହା ହେଉଛି ତୃତୀୟ ଭାଗ। 


ଅଧିକ ପଢନ୍ତୁ ମନୋରଞ୍ଜନ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Tiger 3 | Argus News