Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅତ୍ୟଧିକ ଗରମ ଯୋଗୁ ଅସୁସ୍ଥ ହୋଇ ପଡିଛନ୍ତି ଶାହାରୁଖ

Entertainment

ଅତ୍ୟଧିକ ଗରମ ଯୋଗୁ ଅସୁସ୍ଥ ହୋଇ ପଡିଛନ୍ତି ଶାହାରୁଖ

Jitendra Dash
Browse all articles by Jitendra Dash
·2 years ago·1 min read
ଅତ୍ୟଧିକ ଗରମ ଯୋଗୁ ଅସୁସ୍ଥ ହୋଇ ପଡିଛନ୍ତି ଶାହାରୁଖ

ଅର୍ଗସ ବ୍ୟୁରୋ : ମେଡ଼ିକାଲରେ ଭର୍ତ୍ତିହେଲେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁନ୍ । ଅତ୍ୟଧିକ ଗରମ ଯୋଗୁ ଅସୁସ୍ଥ ହୋଇ ପଡିଛନ୍ତି ଶାହାରୁଖ । ଗତ କାଲି ଆଇପିଏଲ ପ୍ଲେ ଅଫ ମ୍ୟାଚ ଅବସରରେ ଅତ୍ୟଧିକ ଗରମ ଯୋଗୁ ସେ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ସ୍ଥାନୀୟ କେଡି ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା ଏବଂ ସେ ସୁସ୍ଥ ଅଛନ୍ତି । 

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

ଚଳିତ ଆଇପିଏଲରେ ଶାହାରୁଖଙ୍କ କେକେଆର ଟିମ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି । କେକେଆର ଓ ହାଇଦ୍ରାବାଦ ମ୍ୟାଚକୁ ଉପଭୋଗ କରିବା ପାଇଁ ଶାହାରୁଖ ଆସିଥିଲେ । ତାଙ୍କ ସହିତ ଝିଅ ସୁହାନା, ପୁତ୍ର ଅବରାମ ଏବଂ ଅନନ୍ୟା ଓ ଶାନାୟା ମଧ୍ୟ ଉପସ୍ଥିତ ଥିଲେ । ପଠାନ, ଜୱାନ ଓ ଡଙ୍କି ଫିଲ୍ମ ହିଟ ହେବା ପରେ ଏବେ ପ୍ରଶଂସକମାନେ ତାଙ୍କର ଆଗାମୀ ଫିଲ୍ମ କିଙ୍ଗକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Shah Rukh Khan Admitted To Ahmedabad Hospital Due To Heat Stroke | Argus News