Gauri Khan Penthouses / ଲଞ୍ଚ ହେଉ ହେଉ ବୁକ୍; ଦୁବାଇରେ ଗୌରୀ ଖାନଙ୍କ ଡିଜାଇନ ପେଣ୍ଟହାଉସ୍ ପାଇଁ ହାଇଡିମାଣ୍ଡ
·1 hour ago·3 min read

Key Points
ଦୁବାଇରେ ଶାହରୁଖ ଖାନ୍ଙ୍କ ନାଁରେ ଲଗ୍ଜୁରୀ ପ୍ରୋଜେକ୍ଟ
ଇଣ୍ଟେରିୟର ଡିଜାଇନ କରିଛନ୍ତି ପତ୍ନୀ ଗୌରୀ ଖାନ୍
ଲଞ୍ଚ ହେଉ ହେଉ କୋଟି କୋଟି ଟଙ୍କାରେ ବିକ୍ରି
ଇଣ୍ଟେରିୟର ଡିଜାଇନ କରିଛନ୍ତି ପତ୍ନୀ ଗୌରୀ ଖାନ୍
ଲଞ୍ଚ ହେଉ ହେଉ କୋଟି କୋଟି ଟଙ୍କାରେ ବିକ୍ରି
ଦୁବାଇ: ବଲିଉଡ୍ ବାଦଶାହ ଶାହରୁଖ ଖାନ୍ଙ୍କ ନାଁରେ ଥିବା ଲଗ୍ଜୁରୀ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା । ଲଞ୍ଚ୍ ହେଉ ହେଉ ବିକ୍ରି ହୋଇଗଲା ସମସ୍ତ ଏକ୍ସକ୍ଲୁସିଭ୍ ପେଣ୍ଟହାଉସ୍ । ଦୁବାଇରେ ଲଞ୍ଚ୍ ହୋଇଥିବା 'ଶାହରୁଖ୍ଜ୍ ରେସିଡେନ୍ସେସ୍ ବାଏ ଡାନ୍ୟୁବ୍' ପ୍ରୋଜେକ୍ଟର ସମସ୍ତ ପେଣ୍ଟହାଉସ୍ ପ୍ରଥମ ଦିନରେ ହିଁ ବିକ୍ରି ହୋଇଯାଇଛି। ପ୍ରତ୍ୟେକ ପେଣ୍ଟହାଉସ୍ର ମୂଲ୍ୟ ପ୍ରାୟ ୫.୩୫ ମିଲିୟନ୍ ଆମେରିକୀୟ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୫୦ କୋଟି ଟଙ୍କା ।
ଦୁବାଇର ମାରିଟାଇମ୍ ସିଟିରେ ଏହି ଅତ୍ୟାଧୁନିକ ୱାଟରଫ୍ରଣ୍ଟ ରେସିଡେନ୍ସିଆଲ୍ ପ୍ରୋଜେକ୍ଟ ନିର୍ମାଣ ହେଉଛି। ଏହାର ସ୍ୱତନ୍ତ୍ର ପେଣ୍ଟହାଉସ୍ଗୁଡ଼ିକୁ ଡିଜାଇନ୍ କରିଛନ୍ତି ବଲିଉଡ୍ ସୁପରଷ୍ଟାର୍ ଶାହରୁଖ ଖାନ୍ଙ୍କ ପତ୍ନୀ ତଥା ଜଣାଶୁଣା ଇଣ୍ଟେରିୟର ଡିଜାଇନର୍ ଗୌରୀ ଖାନ୍ । ଗୁରୁବାର ଏହି ପ୍ରୋଜେକ୍ଟର ଶୁଭାରମ୍ଭ ହୋଇଥିବା ବେଳେ ଏହି ଅବସରରେ ଶାହରୁଖ ଓ ଗୌରୀ ଖାନ୍ ଉପସ୍ଥିତ ଥିଲେ । ଫିଲ୍ମ ନିର୍ମାତା କରନ ଜୋହର୍ ଏହି ଲଞ୍ଚ୍ କାର୍ଯ୍ୟକ୍ରମର ହୋଷ୍ଟ କରିଥିଲେ ।

ପଢନ୍ତୁ ଏହି ଖବର: nVIDIA ମୁଖ୍ୟ ହୁଆଙ୍ଗଙ୍କ ହନିଟ୍ରାପ୍ ଘଟଣା; ଛାଡ଼ପତ୍ର ହେଲେ, ହେବ ସବୁଠୁ ମହଙ୍ଗା ଛାଡ଼ପତ୍ର

- କିଣିବାକୁ ଲାଇନ୍ ଲଗେଇଲେଣି ୫୦୦ ଜଣ

- ୪.୨ କୋଟି ଟଙ୍କାରୁ ଆରମ୍ଭ ଆପାର୍ଟମେଣ୍ଟ

- କେମିତି ରହିଛି ଇଣ୍ଟିରିଅର ଡିଜାଇନ ?

ପଢନ୍ତୁ ଏହି ଖବର: nVIDIA ମୁଖ୍ୟ ହୁଆଙ୍ଗଙ୍କ ହନିଟ୍ରାପ୍ ଘଟଣା; ଛାଡ଼ପତ୍ର ହେଲେ, ହେବ ସବୁଠୁ ମହଙ୍ଗା ଛାଡ଼ପତ୍ର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ କହିରଖୁଛୁ କି, ଭାରତୀୟ ମୂଳର ଜଣେ ସଫଳ ଉଦ୍ୟୋଗୀ ରିଜୱାନ୍ ସାଜନ ଦୁବାଇରେ ୧୯୯୩ରେ ଏକ ପ୍ରମୁଖ ବହୁରାଷ୍ଟ୍ରୀୟ ବ୍ୟବସାୟିକ ପ୍ରତିଷ୍ଠାନ 'ଡାନ୍ୟୁବ୍ ଗ୍ରୁପ୍' ପ୍ରତିଷ୍ଠା କରିଥିଲେ । ଏହା ଦୁବାଇର ଅନ୍ୟତମ ପ୍ରମୁଖ ଏବଂ ଲୋକପ୍ରିୟ ହାଉସିଂ ଡେଭଲପର । ମଧ୍ୟବିତ୍ତ ପରିବାରଙ୍କ ପାଇଁ ସୁଲଭ ମୂଲ୍ୟରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଯୋଗାଇବା ପାଇଁ ଡାନ୍ୟୁବ ଗ୍ରୁପ୍ ଜଣାଶୁଣା । ସେମାନେ ବଲିଉଡ୍ ତାରକା ଶାହରୁଖ ଖାନ ଓ ଗୌରୀ ଖାନଙ୍କ ସହ ମିଶି ବଡ଼ ପ୍ରୋଜେକ୍ଟ (Shahrukhz Residences) ମଧ୍ୟ ଲଞ୍ଚ କରିଛନ୍ତି । ଯାହାର ଇଣ୍ଟେରିୟର ଡିଜାଇନ କରିଛନ୍ତି ନିଜେ ଗୌରୀ ଖାନ୍ ।