Videos
|
International

Nvidia CEO Divorce Rumours / nVIDIA ମୁଖ୍ୟ ହୁଆଙ୍ଗଙ୍କ ହନିଟ୍ରାପ୍ ଘଟଣା; ଛାଡ଼ପତ୍ର ହେଲେ, ହେବ ସବୁଠୁ ମହଙ୍ଗା ଛାଡ଼ପତ୍ର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
nVIDIA ମୁଖ୍ୟ ହୁଆଙ୍ଗଙ୍କ ହନିଟ୍ରାପ୍ ଘଟଣା; ଛାଡ଼ପତ୍ର ହେଲେ, ହେବ ସବୁଠୁ ମହଙ୍ଗା ଛାଡ଼ପତ୍ର
Nvidia CEO Jensen Huang

Key Points

ଚୀନ ଗୁପ୍ତଚରଙ୍କ ସହ nVIDIA ମୁଖ୍ୟଙ୍କ ସମ୍ପର୍କ
ପତ୍ନୀ ଲୋରି ମିଲ୍ସ ଦେଇପାରନ୍ତି ଛାଡ଼ପତ୍ର
ଯଦି ଛାଡ଼ପତ୍ର ହୁଏ, ତେବେ ହେବ ସବୁଠୁ ମହଙ୍ଗା ଛାଡ଼ପତ୍ର
ଆମେରିକାର ଏକ ପ୍ରମୁଖ ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନି ଏନଭିଡିଆ ମୁଖ୍ୟ ଜେନ୍‌ସନ୍ ହୁଆଙ୍ଗଙ୍କ ଚୀନ୍ ଗୁପ୍ତଚର ସହିତ ସମ୍ପର୍କ ମାମଲା । ଘଟଣା ସାମ୍ନାକୁ ଆସିବା ପରେ ଏବେ ହୁଆଙ୍ଗଙ୍କ ଛାଡ଼ପତ୍ରକୁ ନେଇ ବି ଚର୍ଚ୍ଚା ହେଉଛି । ଯଦି ପତ୍ନୀ ଲୋରି ମିଲ୍ସ ହୁଆଙ୍ଗଙ୍କୁ ଛାଡ଼ପତ୍ର ଦିଅନ୍ତି, ତେବେ ଏହା ଦୁନିଆର ସବୁଠୁ ମହଙ୍ଗା ଛାଡ଼ପତ୍ର ହେବ । ପତ୍ନୀ ଲୋରି ମିଲ୍ସଙ୍କୁ ମିଳିପାରେ ପ୍ରାୟ ୬୦ ବିଲିୟନ୍ ଡଲାର, ଅର୍ଥାତ୍ ୫.୬ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି । ଏଭଳି ଏକ ସମ୍ଭାବ୍ୟ ଆକଳନକୁ ନେଇ ଏବେ ବିଶ୍ୱର କର୍ପୋରେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି । ତେବେ ଉଭୟଙ୍କ ପକ୍ଷରୁ ଛାଡ଼ପତ୍ର ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

  • କଲେଜରୁ ଆରମ୍ଭ ହୋଇଥିଲା ପ୍ରେମ
ଜେନସନ୍ ଓ ଲୋରିଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଆମେରିକାର ଓରେଗନ୍ ଷ୍ଟେଟ୍ ୟୁନିଭର୍ସିଟିରେ । ଉଭୟେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ପଢ଼ୁଥିବା ସମୟରେ ପରସ୍ପରଙ୍କୁ ଭେଟିଥିଲେ । ପରେ ବିବାହ କରିଥିଲେ । ୧୯୯୩ରେ ଜେନସନ୍ ଏନଭିଡିଆ ପ୍ରତିଷ୍ଠା କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

  • କେମିତି ମିଳିପାରେ ୬୦ ବିଲିୟନ୍ ଡଲାର ?
ଏହା ପଛରେ ରହିଛି ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟର କମ୍ୟୁନିଟି ପ୍ରପର୍ଟି ଆଇନ । ଏହି ଆଇନ ଅନୁସାରେ ବିବାହ ପରେ ଅର୍ଜିତ ସମ୍ପତ୍ତି ସାଧାରଣତଃ ଉଭୟଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ ହୋଇଥାଏ । ଏନଭିଡିଆର SEC ଫାଇଲିଂ ଅନୁସାରେ, ଜେନସନ୍ ଓ ଲୋରିଙ୍କ ଲିଭିଂ ଟ୍ରଷ୍ଟରେ ୪୬.୭ କୋଟିରୁ ଅଧିକ ସେୟାର ରହିଛି । ଏହାର ମୂଲ୍ୟ ପ୍ରାୟ ୮୪ ବିଲିୟନ୍ ଡଲାର (ପ୍ରାୟ ୭ ଲକ୍ଷ କୋଟି ଟଙ୍କା) । ଅନ୍ୟ ଟ୍ରଷ୍ଟ ଓ ବ୍ୟକ୍ତିଗତ ସେୟାରକୁ ମିଶାଇ ମୋଟ ସମ୍ପତ୍ତିର ଏକ ଆକଳନ ୧୦୭.୪ ବିଲିୟନ୍ ଡଲାର ପାଖାପାଖି । ଯଦି କୋର୍ଟ ଏହା ପୂରା ସମ୍ପତ୍ତିକୁ 'କମ୍ୟୁନିଟି ପ୍ରପର୍ଟି' ମାନନ୍ତି, ତେବେ ଲୋରିଙ୍କୁ ଏହାର ଅଧା ଅର୍ଥାତ୍ ୫୩.୭ ଆରବ ଡଲାର ବା ପାଖାପାଖି ୬୦ ଆରବ ଡଲାର (୫.୬ ଲକ୍ଷ କୋଟି ଟଙ୍କା) ମିଳିବ ।

  • ବେଜୋସ ଓ ବିଲ୍ ଗେଟ୍ସଙ୍କ ରେକର୍ଡ ଭାଙ୍ଗିବ କି ?
ଯଦି ଏନଭିଡିଆ ମୁଖ୍ୟ ହୁଆଙ୍ଗଙ୍କ ଏହି ଛାଡ଼ପତ୍ର ହେଉଛି, ତେବେ ତାହା ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଦେବ । ୨୦୧୯ରେ ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ଛାଡ଼ପତ୍ର ପରେ ମ୍ୟାକେଞ୍ଜି ସ୍କଟ୍ ୩୮.୩ ବିଲିୟନ୍ ଡଲାର ମୂଲ୍ୟର ସେୟାର ପାଇଥିଲେ । ୨୦୨୧ରେ ବିଲ୍ ଗେଟ୍ସ ଛାଡ଼ପତ୍ର ଦେବାପରେ ମେଲିଣ୍ଡା ଫ୍ରେଞ୍ଚ ଗେଟ୍ସ ୧.୭ ଆରବ ଡଲାର ମିଳିଥିଲା । ଜେନସନ୍ ଓ ଲୋରିଙ୍କ କ୍ଷେତ୍ରରେ ଏଭଳି ବଣ୍ଟନ ହେଲେ ଏହି ରେକର୍ଡ ଭାଙ୍ଗିପାରେ । ତେବେ ପ୍ରକୃତ ସମ୍ପତ୍ତି ବଣ୍ଟନ ପ୍ରିନପ୍ସିଆଲ୍ ଚୁକ୍ତି, ଟ୍ରଷ୍ଟ ଦଲିଲ ଓ ଅଦାଲତଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ । ଆକଳନ ଅନୁସାରେ,  ଲୋରିଙ୍କୁ ୬୦ ବିଲିୟନ୍ ଡଲାର ଛାଡ଼ପତ୍ର ବାବଦକୁ ମିଳିପାରେ । 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କିଏ ସେହି ଚୀନ୍ ମହିଳା ଗୁପ୍ତଚର, ଯାହାଙ୍କ ଜାଲରେ ଫସିଥିଲେ Nvidia CEO ଜେନସେନ୍ ହୁଆଙ୍ଗ?

  • ଚୀନ ସୁନ୍ଦରୀଙ୍କ ହନିଟ୍ରାପରେ ହୁଆଙ୍ଗ
ବିଶ୍ୱର ସବୁଠୁ ବଡ଼ AI ଚିପ୍ ନିର୍ମାତା କମ୍ପାନୀ NVIDIAର CEO ଜେନସେନ୍ ହୁଆଙ୍ଗ ଚୀନର ସୁନ୍ଦରୀ ଗୁପ୍ତଚରଙ୍କ ହନିଟ୍ରାପରେ ପଡ଼ିଥିଲେ । ଆଲିସ ହୁଆଙ୍ଗଙ୍କ ସହ ତାଙ୍କର ଅବୈଧ ସମ୍ପର୍କ ଥିବା କଥା ସ୍ୱୀକାର କରିଛନ୍ତି ନିଜେ ଜେନସେନ୍ ହୁଆଙ୍ଗ । ଏଥିପାଇଁ ସେ ନିଜର ଦୋଷ ସ୍ବୀକାର କରିବା ସହ ସ୍ତ୍ରୀ ଓ ପରିବାର ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଭାବପୂର୍ଣ୍ଣ ଚିଠି ମାଧ୍ୟମରେ ସେ ନିଜର ଦୋଷ ସ୍ବୀକାର କରିବା ସହ ସମସ୍ତ କର୍ମଚାରୀଙ୍କୁ ମଧ୍ୟ କ୍ଷମା ମାଗିଛନ୍ତି । ଆମେରିକୀୟ ଗୁଇନ୍ଦା ଏଜେନ୍ସି ଏବଂ ଅଧିକାରୀମାନେ ଆଲିସ୍ ହୁଆଙ୍ଗଙ୍କୁ ଚୀନ୍ ସରକାରଙ୍କ ପାଇଁ ଗୁଇନ୍ଦାଗିରି କରୁଥିବା ସନ୍ଦେହ କରିଛନ୍ତି । ଆମେରିକା କଂଗ୍ରେସ ଜେନସେନ୍‌ଙ୍କୁ ସମନ କରିଥିବେବେଳେ ଚୀନ ଏଭଳି ଅଭିଯୋଗକୁ କିନ୍ତୁ ଖଣ୍ଡନ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଜେନସନଙ୍କୁ କ୍ଲିନଚିଟ୍ ଦେଇଛନ୍ତି । ତେବେ ହୁଆଙ୍ଗ ଆଲିସଙ୍କ ସମ୍ପର୍କରେ କିଛି ଜାଣିନଥିଲେ ବୋଲି ଟ୍ରମ୍ପ କହିଛନ୍ତି ।