Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

ଖୁବଶୀଘ୍ର କପିଲଙ୍କ ସହ ନଜର ଆସିବେ ସୁନିଲ ଗ୍ରୋଭର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଖୁବଶୀଘ୍ର କପିଲଙ୍କ ସହ ନଜର ଆସିବେ ସୁନିଲ ଗ୍ରୋଭର

ଅର୍ଗସ ବ୍ୟୁରୋ : କପିଲଙ୍କ ସହ ନଜର ଆସିବେ ସୁନିଲ ଗ୍ରୋଭର । କମେଡି କିଙ୍ଗ କପିଲ ଶର୍ମା ଏବଂ ସୁନିଲ ଗ୍ରୋଭରଙ୍କ ମନମାଳିନ୍ୟକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । ଉଭୟଙ୍କ ଯୋଡିକୁ ଦର୍ଶକ ପସନ୍ଦ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଝଗଡା କାରଣରୁ ଦୁହେଁ ଅନେକ ଦିନରୁ ଶୋ'ରେ ନଜର ଆସୁନଥିଲେ। ହେଲେ ଉଭୟଙ୍କୁ ପୁଣି ଖୁବଶୀଘ୍ର ଏକାଠି ଦେଖିବାକୁ ମିଳୁଛି । 

ଅଧିକ ପଢନ୍ତୁ : କମେଡି ସହ ଆକ୍ଟିଂରେ ନିଜର ଜଲୱା ଦେଖାଇବେ କପିଲ

କପିଲ ଶର୍ମାଙ୍କ କମେଡି ଶୋ' ଖୁବଶୀଘ୍ର ନନେଟଫ୍ଲିକ୍ସରେ ଆସିବାକୁ ଯାଉଛି । ଏହି ଶୋ'ର ନାଁ ରହିଛି 'ଦ ଗ୍ରେଟ ଇଣ୍ଡିଆନ୍ କପିଲ ଶୋ' । ଏହି ଶୋ'ରେ କପିଲ ତାଙ୍କ ଗ୍ୟାଙ୍ଗଙ୍କ ସହ ନଜର ଆସୁଛନ୍ତି। ଯାହାର ଏକ ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଥିରେ ରାଜୀବ ଠାକୁର, କୃଷ୍ଣା, କିକୁ ଶାରଦା, ଅର୍ଚ୍ଚନା ପୁରଣ ସିଂ ପ୍ରୋମୋଙ୍କୁ ଥିବାବେଳେ ସୁନିଲ ଗ୍ରୋଭରଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sunil Grover will soon be seen with Kapil Sharma | Argus News