ଏହା ପୂର୍ବରୁ କିସ କିସକୋ ପ୍ୟାର କରେ ଫିଲ୍ମରେ ନିଜ ଆକ୍ଟିଂର ଜଲୱା ଦେଖାଇଥିଲେ କପିଲ । କମେଡି ସାଙ୍ଗକୁ ନିଜର ଦମଦାର ଆକ୍ଟିଂକୁ ନେଇ ଦର୍ଶକ ତାଙ୍କୁ ବେଶ ପ୍ରଶଂସା କରିଥିଲେ । ତେବେ କମେଡିରେ ଅନେକ ସଫଳତା ହାସଲ କରିଥିବା କପିଲ ଏବେ ଅଭିନୟରେ ନିଜର କ୍ରେଜ ଦେଖାଇବାକୁ ଯାଉଛନ୍ତି । ଗତ ସେପ୍ଟେମ୍ବରରେ ରିଲିଜ ହେଇଥିବା ଜ୍ବିଗାଟୋ ଫିଲ୍ମରେ ନଜର ଆସିଛନ୍ତି କପିଲ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନନ୍ଦିତା ଦାସ।
ଏବେ ରାଜ ସାଣ୍ଡିଲ୍ୟଙ୍କ ସହ ଖୁବଶୀଘ୍ର ନଜର ଆସୁଛନ୍ତି କପିଲ ଶର୍ମା । ଏକ ନିଆରା ଚଳଚ୍ଚିତ୍ର ନେଇ ଆସିବେ ବୋଲି ମତ ଦେଇଛନ୍ତି ରାଜ । ବର୍ତ୍ତମାନ କପିଲଙ୍କ ନୂଆ ଚଳଚ୍ଚିତ୍ର ଆସିବା ନେଇ ଅପେକ୍ଷାରେ ଅଛନ୍ତି ତାଙ୍କ ପ୍ରଶଂସକମାନେ ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।