Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମନେ ଅଛନ୍ତି Taare Zameen Parର ୟୋହାନ ? ଅଭିନୟରୁ ଦୂରରେ; ଏବେ ଜଣେ ସ୍ୱର୍ଣ୍ଣ ପଦକ ବିଜେତା, ଦନ୍ତ ଚିକିତ୍ସକ, ପାଇଲଟ୍

Entertainment

Yohaan Awasthi / ମନେ ଅଛନ୍ତି Taare Zameen Parର ୟୋହାନ ? ଅଭିନୟରୁ ଦୂରରେ; ଏବେ ଜଣେ ସ୍ୱର୍ଣ୍ଣ ପଦକ ବିଜେତା, ଦନ୍ତ ଚିକିତ୍ସକ, ପାଇଲଟ୍

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
ମନେ ଅଛନ୍ତି Taare Zameen Parର ୟୋହାନ ? ଅଭିନୟରୁ ଦୂରରେ; ଏବେ ଜଣେ ସ୍ୱର୍ଣ୍ଣ ପଦକ ବିଜେତା, ଦନ୍ତ ଚିକିତ୍ସକ, ପାଇଲଟ୍
‘Taare Zameen Par’ Child Actor Yohaan Awasthi Success Story

Key Points

ବଲିଉଡକୁ ବାଏ ବାଏ କରିଥିଲେ ୟୋହାନ ଓରଫ ସଚେତ୍
ଏବେ ନିଜ ବୃତ୍ତିଗତ କ୍ୟାରିଅରରେ ବେଶ ସଫଳ ହୋଇଛନ୍ତି
ଏକାଧାରାରେ ଜଣେ ଗୋଲ୍ଡ ମେଡାଲିଷ୍ଟ, ଦାନ୍ତ ଡାକ୍ତର ଓ ପାଇଲଟ୍
୨୦୦୭ରେ ରିଲିଜ ହୋଇଥିବା ଆମିର ଖାନଙ୍କ ଫିଲ୍ମ "ତାରେ ଜମିନ୍ ପର" ଲୋକଙ୍କ ହୃଦୟକୁ ଛୁଇଁଥିଲା । ଏହା ଆଜି ମଧ୍ୟ ଲୋକଙ୍କ ମନ ଜିତୁଛି । ସେତେବେଳେ ଏହି ଫିଲ୍ମଟି ପିଲାମାନଙ୍କ ଶିକ୍ଷା ଏବଂ ପିତାମାତାଙ୍କ ମନୋଭାବ ଉପରେ ଏକ ବଡ଼ ବିତର୍କ ସୃଷ୍ଟି କରିଥିଲା । ଫିଲ୍ମ ସହିତ ଏହାର ଚରିତ୍ରଗୁଡ଼ିକୁ ମଧ୍ୟ ସବୁଦିନ ପାଇଁ ସ୍ମରଣୀୟ ରହିଛି । ଏହି ଫିଲ୍ମ ଆମକୁ ଦୁଇ ଚମତ୍କାର ଶିଶୁ କଳାକାରଙ୍କୁ ଦେଖିବାକୁ ମିଳିଥିଲା । ଜଣେ ହେଲେ ମୁଖ୍ୟ ଶିଶୁ କଳାକାର ଦର୍ଶିଲ୍ ସଫାରୀ ଏବଂ ଅନ୍ୟ ଜଣେ ସଚେତ୍ ଇଞ୍ଜିନିୟର । ଦର୍ଶିଲ୍ ଅଭିନୟ ଜଗତରେ ସକ୍ରିୟ ଥିବାବେଳେ ଈଶାନଙ୍କ ବଡ଼ ଭାଇ ୟୋହାନ୍ ଭୂମିକାରେ ଅଭିନୟ କରିଥିବା ସଚେତ୍ ଏବେ ସମ୍ପୂର୍ଣ୍ଣ ଭାବରେ ଲାଇମଲାଇଟରୁ ଦୂରେଇ ଯାଇଛନ୍ତି ।

'ତାରେ ଜମିନ୍ ପର; ଫିଲ୍ମରେ, ସଚେତ୍ ଇଞ୍ଜିନିୟର ୟୋହାନ୍ ନନ୍ଦକିଶୋର ଅବସ୍ଥି ଭୂମିକାରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରରେ ୟୋହାନ୍ ପାଠପଢ଼ା ଏବଂ ଖେଳ ଉଭୟରେ ଉତ୍କର୍ଷତା ହାସଲ କରିଥିଲେ । ତେବେ ରିଅଲ୍ ଲାଇଫରେ ମଧ୍ୟ ବେଶ ମେଧାବୀ ସଚେତ୍ । ତାଙ୍କ ବାସ୍ତବ ଜୀବନ ତାଙ୍କ ଚଳଚ୍ଚିତ୍ର ଚରିତ୍ର ସହିତ ପ୍ରାୟତଃ ସମାନ । ବଡ଼ ହେବା ସହିତ ସେ ଗ୍ଲାମର ଜଗତ ଛାଡି କେବଳ ତାଙ୍କ ପାଠପଢ଼ାରେ ଧ୍ୟାନ ଦେଇଥିଲେ । ଆଜି ସେ ଚଳଚ୍ଚିତ୍ର ଶିଳ୍ପ ଏବଂ ଅଭିନୟରୁ ସମ୍ପୂର୍ଣ୍ଣ ଦୂରରେ ଅଛନ୍ତି ଏବଂ ଏକ ଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି ।



  • ସଚେତ ଇଞ୍ଜିନିୟର ଏବେ ଜଣେ ଦନ୍ତ ଚିକିତ୍ସକ
ବାସ୍ତବ ଜୀବନରେ, ସଚେତ୍ ଜଣେ ମେଧାବୀ ଛାତ୍ର । ତାଙ୍କ ଲିଙ୍କ୍ ଇନ୍ ପ୍ରୋଫାଇଲ୍ ଅନୁସାରେ, ସେ ଲଣ୍ଡନର ପ୍ରସିଦ୍ଧ UCL Eastman Dental Instituteରୁ ପିରିଓଡୋଣ୍ଟୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି । ସେ ୟୁରୋପୀୟ ପିରିଓଡୋଣ୍ଟୋଲୋଜି ଫେଡେରେସନର ମଧ୍ୟ ଜଣେ ସଦସ୍ୟ । ସଚେତ୍ ୟୁକେରେ ଦନ୍ତ ଚିକିତ୍ସା ଅଭ୍ୟାସ କରିବା ପାଇଁ ସବୁଠୁ ବଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହା ପୂର୍ବରୁ ସେ ଭାରତର DY ପାଟିଲ ବିଶ୍ୱବିଦ୍ୟାଳୟରେ ତାଙ୍କର ପାଠପଢ଼ା ସମାପ୍ତ କରିଛନ୍ତି, ଯେଉଁଠାରେ ସେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଡିଗ୍ରୀ ଏବଂ ସଫଳତା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ସଚେତ୍ ଫିଲ୍ମରେ ନିଜ ଚରିତ୍ର ପରି ବାସ୍ତବ ଜୀବନରେ ମଧ୍ୟ ପାଠପଢାରେ ବେଶ ଧୁରନ୍ଧର ।


  • ସଚେତଙ୍କ ଅନ୍ୟ କଣ ସଉକ ଅଛି ?
ଜଣେ ଦନ୍ତ ଚିକିତ୍ସକ ହେବା ସହିତ ସଚେତ‌ଙ୍କର ଅନେକ ସଉକ ଅଛି । ସେ ଗୋଟିଏ କ୍ଷେତ୍ରରେ ସନ୍ତୁଷ୍ଟ ଥିବା ପରି ମନେ ହେଉନାହିଁ । କାରଣ ଏବେ ସେ ପାଇଲଟ୍ ହେବାକୁ ପ୍ରସ୍ତୁତ ହେଉଛନ୍ତି । ୨୦୨୪ରେ, ସେ ଏକ ବିମାନର କକପିଟ୍‌ରୁ ନିଜର ଏକ ଫଟୋ ସେୟାର କରିଥିଲେ। ସେ ଫଟୋର କ୍ୟାପସନରେ ଲେଖିଥିଲେ, "ଯେତେବେଳେ ଆପଣ ଆକାଶରେ ଥାଆନ୍ତି, ତଳେ ଥିବା ସମସ୍ତ ସମସ୍ୟା ଏତେ ଛୋଟ ମନେହୁଏ ।"

ପଢନ୍ତୁ ଏହି ଖବର: ସୁପର୍ ଗର୍ଲ ଚାରୁ ପାଣ୍ଡେ; SSCରୁ ନେଇ ବ୍ୟାଙ୍କ, ରେଲୱେ ନିଯୁକ୍ତି ପରୀକ୍ଷା… ସବୁଠି ସଫଳ

ଯଦି ଆମେ ସଚେତଙ୍କ ପରିବାର ବିଷୟରେ କହିବା, ତେବେ ସେ ଏକ ଫିଲ୍ମ ପରିବାରରୁ ଆସିଛନ୍ତି । ତାଙ୍କ ଜେଜେମା କୃଷ୍ଣା କୁମାରୀ ସେଠ୍ ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ ଏବଂ ତାଙ୍କ ଜେଜେବାପା ସୂରଜ ପ୍ରକାଶ ମଧ୍ୟ ଜଣେ ପ୍ରସିଦ୍ଧ ପ୍ରଯୋଜକ ଥିଲେ । ଏହି କାରଣରୁ ତାଙ୍କ ଘରେ ପିଲାଦିନରୁ ସମ୍ପୂର୍ଣ୍ଣ ଫିଲ୍ମୀ ପରିବେଶ ଥିଲା । ସେ ପିଲାବେଳେ କିଛି ଫିଲ୍ମରେ ନଜର ଆସିଥିଲେ ଓ ଚମତ୍କାର ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ।



  • କେମିତି 'ତାରେ ଜମିନ୍ ପର୍' ଫିଲ୍ମ ସୁଯୋଗ ପାଇଲେ ?
ଏକ ପୁରୁଣା ସାକ୍ଷାତକାରରେ, ସଚେତ୍ ପ୍ରକାଶ କରିଥିଲେ ଯେ ପ୍ରଯୋଜକମାନେ ପ୍ରକୃତରେ ତାଙ୍କ ସାନ ଭାଇଙ୍କ ଅଡିସନ୍ ପାଇଁ ଆସିଥିଲେ । ସଚେତ୍ କେବଳ ଭାଇ ସହ ଯାଇଥିଲେ । ସେଠାକାର ପ୍ରଯୋଜକମାନେ ସଚେତଙ୍କୁ ଦେଖି ତାଙ୍କର ମଧ୍ୟ ଅଡିସନ୍ ନେଇଥିଲେ । ଏହାପରେ ଗୋଟିଏ ମାସ ପରେ ସଚେତଙ୍କୁ ଏହି ଭୂମିକା ପାଇଁ ଅଫର ଆସିଥିଲା । ସେତେବେଳେ ତାଙ୍କର ବୟସ ମାତ୍ର ୧୧ ବର୍ଷ ଥିଲା । ଚଳଚ୍ଚିତ୍ରଟି ସୁପରହିଟ୍ ହୋଇଥିଲା ଏବଂ ଲୋକମାନେ ତାଙ୍କୁ ଚିହ୍ନିବା ଆରମ୍ଭ କରିଥିଲେ । ମାତ୍ର ପରେ ସେ ନିଜକୁ ଚଳଚ୍ଚିତ୍ର ଜଗତରୁ ଦୂରେଇ ରଖିଥିଲେ ।

  • ସବୁଠି ସଫଳ ସଚେତ
'ତାରେ ଜମିନ୍ ପର୍'ର ସଫଳତା ପରେ ସଚେତଙ୍କୁ ଅନେକ ଫିଲ୍ମ ଅଫର ଆସିଥିଲା, କିନ୍ତୁ ଅଭିନୟ ଉପରେ ସେ ତାଙ୍କର ପାଠପଢ଼ାକୁ ବାଛିଥିଲେ । କିଛି ବର୍ଷ ପୂର୍ବରୁ, ସଚେତ୍ କହିଥିଲେ, "ମୁଁ ମୋର ପାଠପଢ଼ା ସମାପ୍ତ କରିବା ପରେ ଅଭିନୟକୁ ଫେରିପାରେ।" କିନ୍ତୁ ଏବେ ପ୍ରାୟ ୪ ବର୍ଷ ପରେ ମଧ୍ୟ ତାଙ୍କର ଫେରିବାର କୌଣସି ସଙ୍କେତ ଦିଶୁନାହିଁ । ମାତ୍ର ଗୋଟିଁଏ କଥା ସ୍ପଷ୍ଟ ଯେ ସେ ଅଭିନୟ ଜଗତରୁ ଦୂରରେ ତାଙ୍କ ନୂତନ ଜୀବନକୁ ନେଇ ବହୁତ ଖୁସି । ଆଜି ସେ ନିଜ ଜୀବନରେ ସମ୍ପୂର୍ଣ୍ଣ ସଫଳ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored