Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Actor Vijay / ପୁଣି ଚର୍ଚ୍ଚାରେ ବିଜୟ; ଛାଡ଼ପତ୍ର ପାଇଁ କୋର୍ଟରେ ସ୍ତ୍ରୀଙ୍କ ଆବେଦନ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ପୁଣି ଚର୍ଚ୍ଚାରେ ବିଜୟ; ଛାଡ଼ପତ୍ର ପାଇଁ କୋର୍ଟରେ ସ୍ତ୍ରୀଙ୍କ ଆବେଦନ
Vijay Divorce Shock

Key Points

ରଶ୍ମିକାଙ୍କ ସହ ବିବାହକୁ ନେଇ ବିଜୟ ଦେବରକୋଣ୍ଡା ଚର୍ଚ୍ଚାରେ ରହିଥିବା ବେଳେ ଧସେଇ ପଶିଛନ୍ତି ଥଲାପଥି ବିଜୟ । ବିଜୟଙ୍କ ବିବାହ ଚର୍ଚ୍ଚା ଭିତରେ ଆସିଛି ବିଚ୍ଛେଦର ଖବର ।
ନୂଆଦିଲ୍ଲୀ: ବିବାହକୁ ନେଇ ଚର୍ଚ୍ଚା ଥମିନି, ବିଚ୍ଛେଦ ଖବର ଶିରୋନାମା ପାଲଟିଲାଣି । ସାଉଥର ଦୁଇ ସୁପରଷ୍ଟାର ବିଜୟ- ଜଣେ ବିଜୟ ଥଲାପଥି, ଅନ୍ୟ ଜଣେ ବିଜୟ ଦେବରକୋଣ୍ଡା ।

ଏବେ ରଶ୍ମିକାଙ୍କ ସହ ବିବାହକୁ ନେଇ ବିଜୟ ଦେବରକୋଣ୍ଡା ଚର୍ଚ୍ଚାରେ ରହିଥିବା ବେଳେ ଧସେଇ ପଶିଛନ୍ତି ଥଲାପଥି ବିଜୟ । ବିଜୟଙ୍କ ବିବାହ ଚର୍ଚ୍ଚା ଭିତରେ ଆସିଛି ବିଚ୍ଛେଦର ଖବର । ଯାହା ଦକ୍ଷିଣ ଚଳଚ୍ଚିତ୍ର ସହ ରାଜନୀତି ଦୁନିଆକୁ ଦୋହଲାଇ ଦେଇଛି ।

ଏଥିସହ ପଢ଼ନ୍ତୁ: ରଶ୍ମିକାଙ୍କ ହାତ ଧରିଲେ ବିଜୟ: ପ୍ରଥମ ଫଟୋ ସେୟାର କରି ରଶ୍ମିକା କହିଲେ, ଦେଖନ୍ତୁ ମୋ ସ୍ୱାମୀ ବିଜୟଙ୍କୁ...

ଅଭିନେତାରୁ ରାଜନେତା ପାଲଟିଥିବା ଥଲାପତିଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଛି ଝଡ଼ । ବିବାହର ୨୭ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ପତିପତ୍ନୀ । ଏନେଇ ତାମିଲନାଡ଼ୁର ଚେଙ୍ଗାଲପଟ୍ଟୁ କୋର୍ଟରେ ବିଜୟଙ୍କ ପତ୍ନୀ ସଙ୍ଗୀତା ଡିଭୋର୍ସ ଆବେଦନ କରିଛନ୍ତି ।

ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ ହେଉଛନ୍ତି ହେଉଛନ୍ତି ଜଣେ ସମାଜସେବୀ । ସେ ବିଜୟଙ୍କ ଠାରୁ ଅଲଗା ହେବା ସହ ବିବାହ ପରେ ରହୁଥିବା ଘରେ ଉପରେ ଅଧିକାର ଦାବି କରି ଛାଡ଼ପତ୍ର ମାଗିଛନ୍ତି ।

ବିଜୟ ଓ ସଙ୍ଗୀତଙ୍କା ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ପୁଅ ଜାସନ ସଞ୍ଜୟକୁ ୨୫ ବର୍ଷ ହୋଇଥିବା ବେଳେ ଝିଅ ଦିବ୍ୟା ସାଶାଙ୍କୁ ବୟସ ୨୦ ବର୍ଷ । ସମସ୍ତେ ଏକାଠି ରହୁଥିବା ବେଳେ ସଙ୍ଗୀତାଙ୍କ ଛାଡ଼ପତ୍ର ଆବେଦନ ନେଇ ବିଜୟଙ୍କ ପ୍ରତିକ୍ରିୟା ଆସିନି ।

ଏଥିସହ ପଢ଼ନ୍ତୁ: ଆଖିରେ ଖୁସିର ଲୁହ, ବିବାହ ଡ୍ରେସ ଅପେକ୍ଷା ଭାଇରାଲ ହେଉଛି ଅଳଙ୍କାର

ଫ୍ୟାନରୁ ପତ୍ନୀ

ସୂଚନା ଅନୁସାରେ, ବିବାହ ପୂର୍ବରୁ ୧୯୯୦ରେ ଚେନ୍ନାଇ ଆସିଥିଲେ ୟୁକେରେ ରହୁଥିବା ସଙ୍ଗୀତା । ଚେନ୍ନାଇରେ ବିଜୟଙ୍କ ସହ ଭେଟ ମୋଡ଼ ବଦଳାଇ ଦେଇଥିଲା । ବିଜୟଙ୍କ ବଡ଼ ଫ୍ୟାନ ଥିବା ସଙ୍ଗୀତା ପତ୍ନୀ ସାଜି ବରଣ ମାଳା ପିନ୍ଧିଥିଲେ । ବାଧକ ସାଜି ନଥିଲା ଅନ୍ୟ ଧର୍ମ । ବିଜୟ ଖ୍ରୀଷ୍ଟିଆନ୍ ହୋଇଥିବା ବେଳେ ସଙ୍ଗୀତା ହିନ୍ଦୁ । ଦୁହିଁଙ୍କ ଭଲ ପାଇବାକୁ ସମସ୍ତେ ସ୍ଵୀକୃତି ଦେଇଥିଲେ ।

ନିର୍ବାଚନ ପୂର୍ବରୁ ଡିଭୋର୍ସ

ଆଗକୁ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ରହିଛି । ନିର୍ବାଚନ ପୂର୍ବରୁ ବିଜୟ ତାଙ୍କର ପିଲ୍ମ ଜନ ନୟାଗନର ରିଲିଜ୍ ଅପେକ୍ଷାରେ ଅଛନ୍ତି । ଫିଲ୍ମର ଗୀତ ସହ ବିଜୟ ତାଙ୍କ ଦଳ ତାମିଲାଗା ଭେଟ୍ଟ୍ରି କଝଗମ (TVK) ସହ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଏଭଳି ସ୍ଥଳେ ପତ୍ନୀ ସଙ୍ଗୀତା ୨୭ ବର୍ଷର ସମ୍ପର୍କ ତୁଟାଇବାକୁ ଆବେଦନ କରିବା ବିଜୟଙ୍କୁ ଅଡ଼ୁଆରେ ପକାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thalapathy Vijay’s Wife Sangeetha Files for Divorce After 27 Years | Argus News | Argus News