Videos
|
Entertainment

ନର୍ଗିସ୍ ଦତ୍ତଙ୍କର ସଂଘର୍ଷର କାହାଣୀ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ନର୍ଗିସ୍ ଦତ୍ତଙ୍କର ସଂଘର୍ଷର କାହାଣୀ

ଅର୍ଗସ ବ୍ୟୁରୋ : ଫାତିମା ରସିଦ ଭାବରେ ୧ ଜୁନ୍ ୧୯୨୯ରେ ଜନ୍ମ ହୋଇଥିବା ନର୍ଗିସ୍ ଦତ୍ତ ଜଣେ ହିନ୍ଦୀ ସିନେମାରେ କାମ କରୁଥିବା ଅଭିନେତ୍ରୀ ଥିଲେ। ଭାରତୀୟ ସିନେମା ଇତିହାସରେ ଜଣେ ମହାନ ଅଭିନେତ୍ରୀ ଭାବରେ ସେ ପରିଗଣିତ |ନର୍ଗିସ୍ ପ୍ରାୟତଃ  ଅତ୍ୟାଧୁନିକ ଏବଂ ସ୍ୱାଧୀନ ମହିଳାମାନଙ୍କୁ ଚିତ୍ରିତ କରିଥିଲେ | ତାଙ୍କ କାର୍ଯ୍ୟ ସ୍କ୍ରୁବଲ୍ କମେଡି ଠାରୁ ଆରମ୍ଭ କରି ସାହିତ୍ୟିକ ଡ୍ରାମା ପର୍ଯ୍ୟନ୍ତ ବିଭିନ୍ନ ଧାରାବାହିକରେ ଥିଲା ଏବଂ ସେ ବହୁତ ପ୍ରଶଂସା ମଧ୍ୟ ଅର୍ଜନ କରିଥିଲେ।

ନର୍ଗିସ୍ ଜଣେ ମଜାଳିଆ ପ୍ରେମୀ ଏବଂ କ୍ରୀଡ଼ାବିତ୍ ବ୍ୟକ୍ତି ଥିଲେ, ସେ ନିଜ ଭାଇମାନଙ୍କ ସହିତ କ୍ରିକେଟ୍ ଖେଳିବା ଏବଂ ଗୁପ୍ ଚୁପ୍ ଖାଇବାକୁ ଭଲ ପାଉଥିଲେ | ତଥାପି, ସେ ନିଜ ପରିବାର ଉପରେ ଧ୍ୟାନ ଦେବା ପାଇଁ ସଫଳ କ୍ୟାରିୟର ଛାଡିବା ପୂର୍ବରୁ ଥରେବି ଚିନ୍ତା କରିନଥିଲେ । ଫାତିମା ରସିଦ ୧୯୩୫ ମସିହାରେ 'ତଲାଶ-ଇ-ହକ'ରେ ଶିଶୁ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ, ଫିଲ୍ମର କ୍ରେଡିଟରେ ସେ ସେଠାରୁ ବେବି ନର୍ଗିସ ଭାବରେ ଟ୍ୟାଗ ହୋଇଥିଲେ। ୨୮ ବର୍ଷରେ ନର୍ଗିସ୍ ରାଧା ଚରିତ୍ରରେ ଅଭିନୟ କରିଥିଲେ। ଏକାଡେମୀ ଦ୍ୱାରା ମନୋନୀତ ଚଳଚ୍ଚିତ୍ର 'ମଦର ଇଣ୍ଡିଆ'ରେ ସେ ତାଙ୍କ ଭୂମିକା ପାଇଁ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ପାଇଥିଲେ ।


ନର୍ଗିସ୍ ରାଜକପୁରଙ୍କ ସହ କିଛି ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ସେମାନେ ସେହି ସମୟରେ ପରଦାରେ ସବୁଠାରୁ ପ୍ରିୟ ଯୋଡି ଭାବେ ପରିଚିତ ମଧ୍ୟ ହୋଇଥିଲେ । କିନ୍ତୁ ଦୀର୍ଘ ବର୍ଷ ଧରି ରାଜକପୁରଙ୍କ ସହ ସମ୍ପର୍କରେ ରହିବା ପରେ ମଧ୍ୟ ନର୍ଗିସ୍ ଅନୁଭବ କରିବାକୁ ଲାଗିଲେ ଯେ ସେ ତାଙ୍କୁ ଧ୍ୟାନ ଦେଉ ନାହାଁନ୍ତି। ଏଭଳି ପରିସ୍ଥିତିରେ ନର୍ଗିସ୍ ମଧ୍ୟ ଆଗକୁ ଯାଇ ସୁନୀଲ ଦତ୍ତଙ୍କୁ ବିବାହ କରିଥିଲେ। ସୁନୀଲ ଦତ୍ତଙ୍କ ସହ ବିବାହ ହେବା ପରେ ନର୍ଗିସ୍ ଏବଂ ରାଜକପୁରଙ୍କ ମଧ୍ୟରେ କେୈଣସି ପ୍ରକାରର କଥାବାର୍ତ୍ତା ହୋଇନଥିଲା। କିନ୍ତୁ  ରିଷି କପୁରଙ୍କ ବିବାହର ବିଶେଷ ଉତ୍ସବରେ ପୁଣି ଥରେ ଦୁଇ ପରିବାର ମଧ୍ୟରେ ବନ୍ଧୁତା ହୋଇଥିଲା। କେବଳ ଏତିକି ନୁହେଁ, ନର୍ଗିସ୍ ମଧ୍ୟ ପ୍ରାୟ ୨୪ ବର୍ଷ ପରେ ଆର.କେ ଷ୍ଟୁଡିଓରେ ପାଦ ଦେଇଥିଲେ। ନର୍ଗିସ୍ ସହିତ ଜଡିତ ଏହି ଜିନିଷ ରାଜ କପୁରଙ୍କ ପୁଅ ରିଷି କପୁର ନିଜ ଅଟୋ ବାୟୋଗ୍ରାଫିରେ ପ୍ରକାଶ କରିଥିଲେ।  ରିଷି କପୁର କହିଥିଲେ ଯେ ନର୍ଗିସ୍ ଆର.କେ ଷ୍ଟୁଡିଓକୁ ଆସିଛନ୍ତି, କିନ୍ତୁ ସେ ବହୁତ ନର୍ଭସ ହୋଇପଡିଛନ୍ତି। ରାଜ କପୁରଙ୍କ ପତ୍ନୀ କ୍ରୀଷ୍ଣା କପୁର ନର୍ଗିସଙ୍କ ଏହି ଅସୁବିଧାକୁ ଅନୁଭବ କରିଥିଲେ, ତେଣୁ ସେ ତାଙ୍କୁ ସାଙ୍ଗରେ ନେଇ ଏକ କୋଣକୁ ଚାଲିଗଲେ। ନର୍ଗିସ୍ ଙ୍କର ପ୍ରିୟା, ନମ୍ରତା, ଏବଂ ସଂଜୟ ନାମକ ତିନି ସନ୍ତାନ ଥିଲେ।


ତାଙ୍କର ସବୁବେଳେ ଇଚ୍ଛା ଥିଲାଯେ, ସେ ସଂଜୟଙ୍କୁ ପରଦାରେ ଦେଖିବେ। ଏବଂ ସେଥିପାଇଁ ସେ ତାଙ୍କୁ ପ୍ରୋସ୍ଚାହନ ମଧ୍ୟ ଦେଉଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ମେ ୩ , ୧୯୮୧ ରେ ସଂଜୟଙ୍କ ଡେବ୍ୟୁ ଚଳଚ୍ଚିତ୍ର ରକିର ସ୍କ୍ରିନିଂର  ତିନି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ସଞ୍ଜୟ ତାଙ୍କ ପାଇଁ ସିନେମା ହଲରେ ଗୋଟିଏ ଖାଲି ସିଟ୍ ଛାଡିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢନ୍ତୁ ମନୋରଞ୍ଜନ ଖବର...


 

The story of Nargis Dutt's struggle | Argus News