Tiger Shroff Firing / ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼
·1 day ago·2 min read

Key Points
ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼
ଜୁହୁରେ ଟାଇଗରଙ୍କୁ ଗୁଳି ମାଡ଼ ହୋଇଥିବା ସୂଚନା
ଗୁଳିକାଣ୍ଡରେ ଟାଇଗର ଓ ଅନ୍ୟ ଜଣେ ବ୍ୟକ୍ତି ଆହତ
ଜୁହୁରେ ଟାଇଗରଙ୍କୁ ଗୁଳି ମାଡ଼ ହୋଇଥିବା ସୂଚନା
ଗୁଳିକାଣ୍ଡରେ ଟାଇଗର ଓ ଅନ୍ୟ ଜଣେ ବ୍ୟକ୍ତି ଆହତ
ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଆକ୍ରମଣ। ମୁମ୍ବାଇ ଜୁହୁ ଅଞ୍ଚଳରେ ଫୁଟବଲ୍ ଗ୍ରାଉଣ୍ଡରୁ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ହୋଇଛି ଗୁଳିମାଡ଼ । ଆକ୍ରମଣରେ ଟାଇଗର ସୁରକ୍ଷିତ ବର୍ତ୍ତି ଯାଇଥିବାବେଳେ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଅନ୍ୟପଟେ କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏହି ହତ୍ୟା ଉଦ୍ୟମ ପଛରେ ଥିବା ଦାବି କରି ଭିଡିଓ ବାର୍ତ୍ତା ଜାରି କରିଛି । ଗୁଳିକାଣ୍ଡର କିଛି ସମୟ ପରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ବାର୍ତ୍ତା ସାମ୍ନାକୁ ଆସିଛି ।
ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତି ନିଜକୁ ହରମାନ ସନ୍ଧୁଙ୍କ ସହ ସାମିଲ ରଖି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଟାଇଗର ଶ୍ରଫ୍ଙ୍କ ଉପରେ ଆକ୍ରମଣ ଘଟଣା ବଲିଉଡ୍ରେ ଭୟର ବାତାବରଣ ସୃଷ୍ଟି କରିଛି । ମୁମ୍ବାଇ ପୋଲିସ ଏହି ଆକ୍ରମଣକାରୀଙ୍କୁ ଧରିବା ପାଇଁ ଅଭିଯାନ ଜୋରଦାର କରିଛି ।
ପଢନ୍ତୁ ଏହି ଖବର: ଚୋରା ଚାଲାଣ ବେଳେ ଧରାପଡ଼ିଲା ୧୦୦ କୋଟି ମୂଲ୍ୟର ଡ୍ରଗ୍ସ; ସମୁଦ୍ର ଦେଇ ପଠାଯାଇଥାନ୍ତା ଶ୍ରୀଲଙ୍କା

- ସନ୍ଧ୍ୟାବେଳେ କାରକୁ ଗୁଳିମାଡ଼
ପଢନ୍ତୁ ଏହି ଖବର: ଚୋରା ଚାଲାଣ ବେଳେ ଧରାପଡ଼ିଲା ୧୦୦ କୋଟି ମୂଲ୍ୟର ଡ୍ରଗ୍ସ; ସମୁଦ୍ର ଦେଇ ପଠାଯାଇଥାନ୍ତା ଶ୍ରୀଲଙ୍କା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆହତ ତିନି ଜଣଙ୍କ ମଧ୍ୟରେ ଟାଇଗରଙ୍କ ଡ୍ରାଇଭର ଏବଂ ଜଣେ ରିକ୍ସା ଚାଳକ ସାମିଲ ଥିବା କୁହାଯାଉଛି । ଏହି ଗୁଳିକାଣ୍ଡ ପାଇଁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଥିବା କୁହାଯାଉଛି । ଏହି ଘଟଣା ସହ ଜଡ଼ିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଗ୍ୟାଙ୍ଗ୍ ସହ ଜଡ଼ିତ ଅନିଲ ପଣ୍ଡିତ ଓ ହରମନ ସନ୍ଧୁଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀରେ ଗୁରୁ ରାନ୍ଧୱା ଜିମରୁ ଫେରୁଥିବାବେଳେ ହୋଇଥିବା ଗୁଳିମାଡ଼ରେ ମଧ୍ୟ ଅନିଲ ପଣ୍ଡିତର ନାଁ ସାମ୍ନାକୁ ଆସିଥିଲା । ଅନ୍ୟପକ୍ଷରେ, ଜୁହୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତଙ୍କ ପରିଚୟ ଖୋଜିବା ସହ ସେମାନଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଜାରି ରହିଛି । ଏହି ଗୁଳିକାଣ୍ଡ ସହିତ ଜଡ଼ିତ କୌଣସି ବି ତଥ୍ୟ ଲୋକଙ୍କ ନିକଟରେ ଥିଲେ ସେନେଇ ପୋଲିସକୁ ସହଯୋଗ କରିବାକୁ ଅପିଲ୍ କରାଯାଇଛି ।
Related Topics
Explore more stories