Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - CM ଭାବେ ଶପଥ ନେଲେ ଥାଲାପତି; ସମାରୋହ ଉତ୍ସବରେ ପହଞ୍ଚିଲେ ତ୍ରିଶା

Entertainment

Trisha Vijay / CM ଭାବେ ଶପଥ ନେଲେ ଥାଲାପତି; ସମାରୋହ ଉତ୍ସବରେ ପହଞ୍ଚିଲେ ତ୍ରିଶା

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
CM ଭାବେ ଶପଥ ନେଲେ ଥାଲାପତି; ସମାରୋହ ଉତ୍ସବରେ ପହଞ୍ଚିଲେ ତ୍ରିଶା
Trisha Krishnan

Key Points

ତାମିଲନାଡୁରେ ଆରମ୍ଭ ହେଲା ବିଜୟ ସରକାର
ଶାଢୀ ଗଜରା ବାନ୍ଧି ପହଞ୍ଚିଲେ ଅଭିନେତ୍ରୀ ତ୍ରିଶା
ତାମିଲନାଡୁ ନୂଆ ସରକାର ଗଠନ ନେଇ ଅନିଶ୍ଚିତତାର ଅନ୍ତ ଘଟିଛି । ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥାଲାପତି ଶେଷରେ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଜିଠୁ ସେ ତାମିଲନାଡୁର ନୂଆ ମୁଖିଆ ହୋଇଛନ୍ତି । ଚେନ୍ନାଇର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହର ଆୟୋଜନ ହୋଇଥିବାବେଳେ ଏଠାରେ ପହଞ୍ଚିଛନ୍ତି ଅଭିନେତ୍ରୀ ତ୍ରିଶା କୃଷ୍ଣନ । ଶାଢୀ ପିନ୍ଧି, ଗଜରା ବାନ୍ଧି ପୂରା ପାରମ୍ପରିକ ଲୁକରେ ପହଞ୍ଚିଛନ୍ତି ତ୍ରିଶା ।

ସିନେମା ପରଦାରେ ଦଶନ୍ଧିରୁ ଅଧିକ ସମୟ ଧରି ରାଜ୍ କରିବା ପରେ ଏବେ ରାଜନୀତିରେ ବି ହିଟ୍ ହେବେ ବିଜୟ । ଏହି ବିଶେଷ ମୁହୂର୍ତ୍ତରେ ବିଜୟଙ୍କ ପରିବାର ମଧ୍ୟ ସମାରୋହରେ ସାମିଲ ହୋଇଥିଲେ । ହେଲେ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ତ୍ରିଶା । ବିଜୟଙ୍କ ଅତି ଘନିଷ୍ଠ ବନ୍ଧୁ ହେଉଛନ୍ତି ତ୍ରିଶା । ଉଭୟ ଏକାସାଥୀରେ ଅନେକ ଫିଲ୍ମ କରିସାରିଥିବାବେଳେ ଲୋକେ ତାଙ୍କ ଅନସ୍କ୍ରିନ୍ ଯୋଡ଼ିକୁ ବେଶ ପସନ୍ଦ କରନ୍ତି ।

  • ଖୁସିରେ ଚମକିଲା ତ୍ରିଶାଙ୍କ ଚେହେରା
ବିଜୟଙ୍କ ଶପଥ ଗ୍ରହଣ ସମାରୋହରେ ତ୍ରିଶା ଏକ ଖାସ୍ ଅନ୍ଦାଜରେ ପହଞ୍ଚିଥିଲେ ଓ ବେଶ ଖୁସି ଥିବା ନଜର ଆସିଛନ୍ତି । ସମାରୋହରୁ ଭାଇରାଲ ହେଉଥିବା ଭିଡିଓରେ ତ୍ରିଶା ବିଜୟଙ୍କ ଭଉଣୀ ଓ ମାଆଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବିଜୟ ଓ ତ୍ରିଶାଙ୍କ ସମ୍ପର୍କକୁ ନେଇ ଅନେକ ଗୁଜବ ସତ୍ତ୍ଵେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି ଏବଂ ବିଜୟଙ୍କ ପରିବାର ମଧ୍ୟ ତ୍ରିଶାଙ୍କୁ ଖାସ୍ ମାନନ୍ତି ବୋଲି ଜଣାପଡ଼ିଛି । ତେବେ ତ୍ରିଶା ଶାଢୀ ଓ ଗଜରା ପିନ୍ଧି ଏକ ପାରମ୍ପରିକ ଲୁକରେ ପହଞ୍ଚିଥିଲେ ଏବଂ ତାଙ୍କ ଲୁକକୁ ନେଇ ବେଶ ଚର୍ଚ୍ଚା ହେଉଛି ।



  • କଣ କହିଲେ ବିଜୟଙ୍କ ମାଆ ?
ଥାଲାପତି ବିଜୟଙ୍କ ମାଆ ପୁଅ ମୁଖ୍ୟମନ୍ତ୍ରୀ ହେବା ପରେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବା ସମୟରେ ବିଜୟଙ୍କ ମାଆ ଶୋଭା ଚନ୍ଦ୍ରଶେଖର ବେଶ ଭାବବିହ୍ଵଳ ହୋଇପଡ଼ିଥିଲେ ଓ କହିଥିଲେ, "ମୁଁ ଆଜି ବହୁତ ଆନନ୍ଦିତ । ଆଜି ମାତୃ ଦିବସରେ ପୁଅ ମୁଖ୍ୟମନ୍ତ୍ରୀ ହୋଇ ମୋତେ ବଡ଼ ଉପହାର ଦେଇଛି । ଏହା କେବଳ ମୋ ପାଇଁ ନୁହେଁ, ବରଂ ପୁରା ତାମିଲନାଡୁ ଲାଗି ଗର୍ବର ବିଷୟ ।"

ପଢନ୍ତୁ ଏହି ଖବର: ତାମିଲନାଡୁରେ ଶପଥ ଗ୍ରହଣ ପୂର୍ବରୁ ତ୍ରିଶାଙ୍କ ପୋଷ୍ଟ ଭାଇରାଲ, ଇନଷ୍ଟାରେ ଲେଖିଲେ IYKYK...

  • କିଛି ଦିନ ଧରି ଚର୍ଚ୍ଚାରେ ଅଛନ୍ତି ତ୍ରିଶା
ନିର୍ବାଚନରେ ବିଜୟଙ୍କ ବଡ଼ ବିଜୟ ପରେ ଅଧିକ ଚର୍ଚ୍ଚାକୁ ଆସିଥିଲେ ତ୍ରିଶା । ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଏବଂ ଅଭିନେତ୍ରୀ ତ୍ରିଶାଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ବାରମ୍ବାର ହିଟ୍ ହେବା ପରେ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଥିଲା । ଏବେ ବିଜୟ ରାଜନୀତିକୁ ଆସିବା ପରେ ସେମାନଙ୍କର ପୁରୁଣା ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଜୟ ଏବଂ ତ୍ରିଶାଙ୍କୁ ନେଇ ଅନେକ ଗୁଜବ ସତ୍ତ୍ୱେ ସେମାନେ ଏହି ବିଷୟରେ ନୀରବ ରହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trisha Krishnan Spotted at Vijay’s Tamil Nadu CM Oath Ceremony | Argus News