Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଦାୟୀ ବେଳେ ୨ଲକ୍ଷ ମାଗିଥିଲେ ତ୍ଵିଶାଙ୍କ ଅବସରପ୍ରାପ୍ତ ବିଚାରପତି ଶାଶୂ !

Entertainment

Twisha Sharma case / ବିଦାୟୀ ବେଳେ ୨ଲକ୍ଷ ମାଗିଥିଲେ ତ୍ଵିଶାଙ୍କ ଅବସରପ୍ରାପ୍ତ ବିଚାରପତି ଶାଶୂ !

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ବିଦାୟୀ ବେଳେ ୨ଲକ୍ଷ ମାଗିଥିଲେ ତ୍ଵିଶାଙ୍କ ଅବସରପ୍ରାପ୍ତ ବିଚାରପତି ଶାଶୂ !
Twisha Sharma case

Key Points

https://argusnews.in/crime/twisha-sharma-funeral-held-in-bhopal-amid-griefତ୍ଵିଶା ଶର୍ମା ହାଇପ୍ରୋଫାଇଲ ମୃତ୍ୟୁ ଘଟଣା
ରିଟାର୍ଜ ଜଜ୍ ଶାଶୁଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ
ବିଦାୟୀ ବେଳେ ମାଗିଥିଲେ ୨ଲକ୍ଷ, ମାମଲା ରୁଜୁ କଲା CBI
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରାଜ୍ୟ ପୋଲିସଠାରୁ ମାମଲା ହାତକୁ ନେବା ପରେ ହାଇପ୍ରୋଫାଇଲ ମୃତ୍ୟୁ ଘଟଣା ଅଭିନେତ୍ରୀ ତ୍ୱିଶା ଶର୍ମାଙ୍କ ଶାଶୁ ଗିରିବାଲା ସିଂହଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଯୌତୁକ ନିରୋଧ ଆଇନ ଅଧୀନରେ ପୁନଃ ମାମଲା ରୁଜୁ କରିଛି । ଏଫଆଇଆରରେ ଅଭିଯୋଗ କରାଯାଇଛି ଯେ ପୂର୍ବତନ ବିଚାରପତି ଗିରିବାଲା ଡିସେମ୍ବରରେ ପୁଅ ବିବାହ ସରିବା ପରେ ତ୍ଵିଶାଙ୍କ ପରିବାରକୁ ବିଦାୟୀ ବେଳେ ୨ଲକ୍ ଟଙ୍କା ଦାବି କରିଥିଲେ । ସ୍ଵାମୀ ସମର୍ଥ ଏବଂ ଶାଶୁ ଗିରିବାଲା ଉଭୟ ଯୌତୁକ ଦାବି ପାଇଁ ଶର୍ମାଙ୍କୁ ନିରନ୍ତର ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

ବ୍ୟକ୍ତିଗତ ଆବଶ୍ୟକତା ପାଇଁ ତ୍ଵିଶାଙ୍କୁ ଟଙ୍କା ମିଳୁନଥିଲା
ଅଭିଯୋଗରେ କୁହାଯାଇଛି ଯେ ବିବାହ ପରେ ତ୍ଵିଶାଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୁ ଯୌତୁକ ପାଇଁ ନିରନ୍ତର ଗାଳି ଦେଉଥିଲେ । ବିବାହ ପାଇଁ ତ୍ଵିଶାଙ୍କ ପରିବାର ଦ୍ୱାରା ହୋଇଥିବା ଖର୍ଚ୍ଚ ସେମାନଙ୍କ ଆଶା ଅନୁଯାୟୀ ନଥିଲା ବୋଲି ଶାଶୁ କହିଥିଲେ । ଏଫଆଇଆରରେ ଏହା ମଧ୍ୟ କୁହାଯାଇଛି ଯେ ବିବାହ ପରେ ତ୍ଵିଶାଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୁ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଟଙ୍କା ଦେଉନଥିଲେ । ଫଳରେ ତ୍ଵିଶାଙ୍କ ବାପା ଅନଲାଇନରେ ଝିଅକୁ ଟଙ୍କା ପଠାଇବାକୁ ବାଧ୍ୟ ହେଉଥିଲେ ।

  • ନିର୍ଯାତନା ଦିଆଯାଉଥିବା ଅଭିଯୋଗ
ଡିସେମ୍ବରରେ ବିବାହ ହୋଇଥିବାବେଳେ ଜାନୁଆରୀରୁ ଫେବୃଆରୀ ପର୍ଯ୍ୟନ୍ତ ଝିଅକୁ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ପରିବାର ଅଭିଯୋଗ କରିଛି । ସମର୍ଥଙ୍କୁ ବିବାହ କରିବାର ୫ ମାସ ପରେ ତ୍ଵିଶାଙ୍କ ଝୁଲନ୍ତା ମୃତଦେହ ମେ ୧୨ ତାରିଖରେ ଭୋପାଳର କଟାରା ହିଲ୍ସ ଅଞ୍ଚଳରେ ମିଳିଥିଲା । ତ୍ଵିଶାଙ୍କ ପରିବାର ଜ୍ଵାଇଁ ସମର୍ଥ ଏବଂ ତ୍ଵିଶାଙ୍କ ଶାଶୁଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବାବେଳେ ତ୍ଵିଶାଙ୍କ ଶାଶୁଘର ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ୧୦ ଦିନ ଧରି ଗିରଫଦାରୀରୁ ଲୁଚିବା ପରେ ସମର୍ଥ ଗତ ସପ୍ତାହରେ ଆତ୍ମସମର୍ପମ କରିଥିଲେ ଓ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ପଢନ୍ତୁ ଏହି ଖବର: ଯେଉଁ ଝିଅକୁ କୋଳେଇଥିଲି, କାଖେଇଥିଲି...ଦ୍ଵିତୀୟ ପୋଷ୍ଟମର୍ଟମ ପରେ ତ୍ଵିଶାଙ୍କୁ ବିଦାୟ ଦେଲେ ବାପା

  • ଦ୍ୱିତୀୟ ଶବ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
ପ୍ରଥମ ପୋଷ୍ଟମର୍ଟମ ରିପୋର୍ଟରେ ଫାଶୀ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଇଥିଲା । କିନ୍ତୁ ତ୍ଵିଶାଙ୍କ ଶରୀରରେ ଆଘାତ ଚିହ୍ନ ମିଳିଥିବାରୁ, ପରିବାର ଦ୍ଵିତୀୟ ବ୍ୟବଚ୍ଛେଦ ପାଇଁ ଦାବି କରିଥିଲେ । ପ୍ରଥମ ଶବ ବ୍ୟବଚ୍ଛେଦକୁ ନେଇ ପରିବାର ସନ୍ତୁଷ୍ଟ ନଥିବାରୁ ମଧ୍ୟପ୍ରଦେଶ ହାଇକୋର୍ଟ ଦ୍ଵିତୀୟ ପୋଷ୍ଟମର୍ଟମ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତ୍ଵିଶାଙ୍କ ଦ୍ଵିତୀୟ ଶବ ବ୍ୟବଚ୍ଛେଦ AIIMS ଦିଲ୍ଲୀ ଡାକ୍ତରଙ୍କ ଦ୍ୱାରା କରାଯାଇଥିଲା । ଦ୍ୱିତୀୟ ଶବ ବ୍ୟବଚ୍ଛେଦ ପରେ ରବିବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Twisha Sharma Case: Ex-Judge Mother-In-Law Demanded ₹2 Lakh At Vidai, Says CBI FIR | Argus News