Entertainment News / ଅନଫଲୋ କରିଥିବା ପୁଅ ବିଷୟରେ ଏମିତି କହିଲେ ବିଜୟ ଥାଲାପତି
·1 hour ago·2 min read

Key Points
ପ୍ରଥମେ ଅନଫଲୋ କଲେ
ପରେ ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେନି
ନାରାଜ ପୁଅ ସମ୍ପର୍କରେ କଣ କହିଲେ ବିଜୟ ?
ପରେ ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେନି
ନାରାଜ ପୁଅ ସମ୍ପର୍କରେ କଣ କହିଲେ ବିଜୟ ?
ସାଉଥ ସୁପରଷ୍ଟାର ବିଜୟ ଏବେ ତାମିଲନାଡୁ ରାଜନୀତିରେ ବଡ଼ ଚେହେରା ପାଲଟି ସାରିଛନ୍ତି । ଦୁଇ ବର୍ଷ ତଳେ ଗଢିଥିବା ତାଙ୍କ ଦଳ ତାମିଲଗା ଭେଟ୍ରି କାଝାଗାମ (TVK) ଏଥର ନିର୍ବାଚନରେ ଏକକ ବହୁମତ ହାସଲ କରି ରାଜ୍ୟରେ ନୂଆ ସରକାର ଗଢିଛି ଓ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିଜୟଙ୍କ ଏହି ବିଶେଷ ମୁହୂର୍ତ୍ତର ଅଂଶ ପାଲଟିନାହାନ୍ତି ପତ୍ନୀ ସଙ୍ଗୀତା କି ପିଲା । ତେବେ ନିକଟରେ ବିଜୟଙ୍କ ପୁଅ ତାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଥିଲେ । ଏହାପରେ ଏକ ସାକ୍ଷାତକାରରେ ପୁଅ ସମ୍ପର୍କରେ ବିଜୟ କହୁଥିବା ଏକ ଭିଡିଓ ଏବେ ଭାଇରାଲ ହେଉଛି ।
ବିଜୟଙ୍କ ପତ୍ନୀ ଓ ପିଲା ଶପଥ ଗ୍ରହଣ ସମାରୋହରୁ ଦୂରେଇ ରହିଥିଲେ, ଏପରିକି ନିର୍ବାଚନୀ ପ୍ରଚାର ସମୟରେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳିଥିଲା । ବିଜୟ ଯେତେବେଳେ ତାଙ୍କ ରାଜନୈତିକ ଦଳ ଲଞ୍ଚ କରିଥିଲେ, ସେତେବେଳେ ସେ ପୁଅର କ୍ୟାରିଅର ସମ୍ପର୍କରେ ଆଲୋଚନା କରିଥିଲେ । ଯାହାକି ଏବେ ଖୁବ ଭାଇରାଲ ହେଉଛି । ବିଜୟ ଓ ତାଙ୍କ ପୁଅର ସମ୍ପର୍କ କିପରି ସେ ସମ୍ପର୍କରେ ଜାଣିବା ଲାଗି ଫ୍ୟାନ୍ସ ବେଶ ଆଗ୍ରହ ପ୍ରକାଶ କରିଛନ୍ତି ।
ପଢନ୍ତୁ ଏହି ଖବର: ବିଜୟ ହେଲେ ମୁଖ୍ୟମନ୍ତ୍ରୀ; ଶପଥ ସମାରୋହକୁ ଆସିଲେନି ସ୍ତ୍ରୀ କି ଛୁଆ
ସଞ୍ଜୟ ଜଣେ ଅଭିନେତା ହେବାକୁ ଚାହାଁନ୍ତି କି ନାହିଁ ବୋଲି ବିଜୟଙ୍କୁ କରାଯାଇଥିବା ପ୍ରଶ୍ନରେ ସେ କହିଥିଲେ, "ଏ ସମ୍ପର୍କରେ ମୋର ତିଳେ ମାତ୍ର ଧାରଣ ନାହିଁ । ପୁଅ ମୁଣ୍ଡରେ କଣ ଚାଲୁଛି ମୁଁ ଜାଣେନି । ପୁଅକୁ ମୁଁ କୌଣସି ଜିନିଷ ପାଇଁ ବାଧ୍ୟ କରିନାହିଁ । ଏହା ସମ୍ପୂର୍ଣ୍ଣ ତାର ନିଷ୍ପତ୍ତି ହେବ ଏବଂ ଏଥିରେ ମୁଁ ତାକୁ ପୂର୍ଣ୍ଣ ସମର୍ଥନ କରିବି । ମୁଁ କେବେ ସେମାନଙ୍କୁ ଅର୍ଡର ଦିଏନି । ତାଙ୍କ ଇଚ୍ଛା ଯାହା ସେମାନେ କରନ୍ତି ।" ଏହାସହିତ ପୁଅକୁ ସେ କେବେହେଲେ ଅଭିନୟ କରିବାକୁ ବାଧ୍ୟ କରିନଥିବା ମଧ୍ୟ କହିଛନ୍ତି ।

- ପୁଅକୁ ନେଇ କଣ କହିଥିଲେ ବିଜୟ ?

- ଶପଥ ସମାରୋହକୁ ଆସିଲେନି ପତ୍ନୀ ସଙ୍ଗୀତା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories