ଦର୍ଶକଙ୍କ ସାମ୍ନାରେ ଭାବବିହ୍ବଳ ହେଲେ ଅମିତାଭ , କାନ୍ଦିଲେ ଦର୍ଶକ

ଅର୍ଗସ ବ୍ୟୁରୋ : ଇମୋସନାଲ ହେଲେ ବିଗ୍ ବି ଅମିତାଭ ବଚ୍ଚନ । ହାତ ଯୋଡି ସବୁ ଦର୍ଶକଙ୍କ ସାମ୍ନାରେ କାନ୍ଦିଲେ ଅମିତାଭ । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅମିତାଭଙ୍କ ସୋ' 'କୌନ ବନେଗା କରୋଡ ପତି'ର ୧୬ ସିଜିନ୍ ଗତକାଲି ଆରମ୍ଭ ହୋଇଛି । ପ୍ରଥମ ଦିନରେ ହିଁ ନିଜ ଅନ୍ଦାଜରେ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ସେ ସମସ୍ତ କେବିସି ଦର୍ଶକଙ୍କୁ ହୃଦୟରୁ ଧନ୍ୟବାଦ ଦେଇଛନ୍ତି । ଯେଉଁମାନେ ଆଜିଯାଏଁ ତାଙ୍କର ସମସ୍ତ ଏପିସୋଡକୁ ପ୍ରତିଦିନ ଦେଖିଛନ୍ତି, ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।
ଅଧିକ ପଢନ୍ତୁ : ଅଗଷ୍ଟ ୯ ଥିଲା ଆମୀର ଖାନଙ୍କ ପରିବାର ପାଇଁ ଏକ ବିଶେଷ ଦିନ
ସେ ସମସ୍ତ ଦର୍ଶକଙ୍କୁ କହିଛନ୍ତି, କେଉଁଭଳି ଆପଣମାନଙ୍କୁ ଧନ୍ୟବାଦ ଜଣାଇବି ମୁଁ ଶବ୍ଦ ପାଉନି । ଆପଣମାନେ କେବିସି କୁ ପୁନର୍ଜନ୍ମ ଦେଇଛନ୍ତି । ଆମେ ପୁଣି ଏକ ପରିବାର ତିଆରି କରିଛନ୍ତି । ପୁଣି ମତେ ଆପଣଙ୍କ ପାଖରେ ଛିଡା ହେବାର ସୁଯୋଗ ଦେଇଛନ୍ତି । କେବିସି ର ପୁନଋନିର୍ବାଣ କରିବା ପାଇଁ ପୁନଃର୍ଜିବିତ କରିଥିବାରୁ ଏ ଦେଶର ଜନତାଙ୍କ ନିକଟରେ ମୁଁ ନତମସ୍ତକ ବୋଲି କହିଛନ୍ତି ଅମିତାଭ ବଚ୍ଚନ । ହାତ ଯୋଡି ନତମସ୍ତକ ହୋଇ ସମସ୍ତ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଗ୍ ବି । ଆପଣଙ୍କ ଭଲପାଇବା ଯୋଗିଁ ପୁଣିଥରେ ଆଫଣଙ୍କ ଆଗରେ ଉପସ୍ଥିତ ହୋଇଛି ବୋଲି ସେ ସମସ୍ତଙ୍କ ଦର୍ଶକଙ୍କୁ କହିବା ବେଳେ ଭାବବିହ୍ବଳ ହୋଇଛନ୍ତି । ଅମିତାଭଙ୍କୁ ଭାବୁକ ହେବା ଦେଖି ସେଠାରେ ଉପସ୍ଥିତ ସବୁ ଦର୍ଶକ ମାନେ ମଧ୍ୟ ଇମୋସନାଲ ହୋଇଛନ୍ତି ।