Videos
|
Entertainment

Toxic Box Office Failure / ୩୦୦ କୋଟି କ୍ଷତି ସହିଲା Toxic; ଚିନ୍ତାରେ ୟଶ୍; କେଉଁଠି ବିଗିଡ଼ିଲା ଖେଳ ?

Debashree Debasmita Sahoo
Browse all articles by Debashree Debasmita Sahoo
·53 mins ago·2 min read
୩୦୦ କୋଟି କ୍ଷତି ସହିଲା Toxic; ଚିନ୍ତାରେ ୟଶ୍; କେଉଁଠି ବିଗିଡ଼ିଲା ଖେଳ ?
Toxic Box Office Failure

Key Points

ଟକ୍ସିକ୍ ଫିଲ୍ମର ବଜେଟ୍ ଥିଲା ୪୫୦-୫୦୦ କୋଟି
କିନ୍ତୁ ଫିଲ୍ମ ସହିଲା ପ୍ରାୟ ୩୦୦ କୋଟି କ୍ଷତି
କେଉଁଠି ବିଗିଡ଼ିଗଲା ୟଶଙ୍କ ଖେଳ
କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ୟଶଙ୍କ ଫିଲ୍ମ 'ଟକ୍ସିକ୍' ରିଲିଜ୍ ପୂର୍ବରୁ ବେଶ ଚର୍ଚ୍ଚାରେ ଥିଲା । ସ୍କ୍ରିନରେ କିଆରା ଓ ୟଶଙ୍କ କେମେଷ୍ଟ୍ରି ଦେଖିବାକୁ ସମସ୍ତେ ଆଗ୍ରହୀ ଥିଲେ । ଏହି ଫିଲ୍ମ ଜରିଆରେ ୟଶଙ୍କ ୪ ବର୍ଷର କମବ୍ୟାକ୍‌କୁ ନେଇ ବି ଚର୍ଚ୍ଚା ହେଉଥିଲା । ଫିଲ୍ମ ରିଲିଜ ହେବାର ପ୍ରଥମ ଦିନ ଭଲ ବ୍ୟବସାୟ ମଧ୍ୟ ହୋଇଥିଲା । ହେଲେ ଏହାପରେ ଫିଲ୍ମର ବ୍ୟବସାୟ ଦ୍ରୁତ ଗତିରେ ହ୍ରାସ ପାଇଛି । ୩୦୦ରୁ ୩୫୦ କୋଟି ଟଙ୍କାର କ୍ଷତି ସହିଛନ୍ତି ମେକର୍ସ । ଯାହାକି ଆକ୍ଟର ୟଶଙ୍କୁ ଚିନ୍ତାରେ ପକାଇଛି ।

  • ପ୍ରଥମ ଦିନ ୧୪୦କୋଟି ବ୍ୟବସାୟ
ଗତ ଅଗଷ୍ଟ ୨୬ ତାରିଖରେ ଟକ୍ସିକ୍ ଫିଲ୍ମ ରିଲିଜ୍ ହୋଇଥିଲା । ଫିଲ୍ମର ପ୍ରଥମ ଦିନ ବିଶ୍ଵବ୍ୟାପୀ ୧୪୦ କୋଟିର ବ୍ଲକବଷ୍ଟର ଆରମ୍ଭ କରିଥିଲା । ଭାରତରେ ପ୍ରଥମ ଦିନ ୧୦୧ କୋଟିର ବ୍ୟବସାୟ ହୋଇଥିଲା । ଲାଗୁଥିଲା ଫିଲ୍ମ ଏବେ ବକ୍ସ ଅଫିସରେ ଦ୍ରୁତ ଗତିରେ ଆଗକୁ ବଢିବ । କିନ୍ତୁ ଦ୍ଵିତୀୟ ଦିନ ବ୍ୟବସାୟ କେବଳ ୩୭ କୋଟିକୁ ଚାଲି ଆସିଥିଲା ଏବଂ ପ୍ରଥମ ସୋମବାର ପର୍ଯ୍ୟନ୍ତ ପ୍ରତିଦିନର ବ୍ୟବସାୟ ଥିଲା ମାତ୍ର ୧୦ କୋଟି । ଫିଲ୍ମ ମୁକ୍ତିଲାଭ କରିବାର ୧୫ ଦିନ ପର୍ଯ୍ୟନ୍ତ ବିଶ୍ଵବ୍ୟାପୀ ବ୍ୟବସାୟ ୩୩୯.୩୨ କୋଟି ଥିଲା । ସେହିପରି ୧୬ ଦିନ ଏହା ଦ୍ରୁତ ଗତିରେ ହ୍ରାସ ପାଇ ୪୦ ଲକ୍ଷକୁ ଆସିଥିଲା । ଅର୍ଥାତ୍ ଯେଉଁ ଫିଲ୍ମ ପ୍ରଥମ ଦିନ କୋଟି କୋଟି ଟଙ୍କାର ବ୍ୟବସାୟ କରିଥିଲା, ତାହା କିଛି ଦିନ ମଧ୍ୟରେ ବକ୍ସ ଅଫିସରେ ଧରାଶାୟୀ ହୋଇଥିଲା ।

  • ୩୦୦-୩୫୦ କୋଟି କ୍ଷତି
ଟ୍ରେଡ୍ ବିଶେଷଜ୍ଞ ରମେଶ ବାଲାଙ୍କ କହିବାନୁସାରେ, ଟକ୍ସିକ୍‌ର କ୍ଷତି ପ୍ରାୟ ୩୦୦ରୁ ୩୫୦ କୋଟି ରହିଛି । ଅର୍ଥାତ ଚଳଚ୍ଚିତ୍ର ନିର୍ମାତା ଫିଲ୍ମ ପାଇଁ ଖର୍ଚ୍ଚ କରିଥିବା ବଜେଟ୍‌ର ୬୦ ପ୍ରତିଶତ ବି ପାଇନାହାନ୍ତି । ଫିଲ୍ମର ପ୍ରଡକ୍ସନ ବଜେଟ୍ ପ୍ରାୟ ୪୫୦ କୋଟି ଥିଲା । ଅନ୍ୟାନ୍ଯ ଖର୍ଚ୍ଚ ଯୋଡ଼ିବା ପରେ ଏହା ୫୦୦ କୋଟି ରହିଥିଲା । ଯାହାକୁ ନେଇ ଆକ୍ଟର ୟଶଙ୍କଠାରୁ ଫିଲ୍ମ ମେକରମାନେ ଚିନ୍ତାରେ ଅଛନ୍ତି ।

ପଢନ୍ତୁ ଏହି ଖବର: "ମୋ ଇଚ୍ଛା ଅପୂର୍ଣ୍ଣ ରହିଗଲା"; ୮୪ ବର୍ଷରେ ଏମିତି କାହିଁକି କହିଲେ ବିଗ ବି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • କେଉଁଠି ବିଗିଡିଲା ଖେଳ ?
ଓପନିଂରେ ହିରୋ ସାଜିଥିବା ଟକ୍ସିକ୍ କିଛି ଦିନରେ ଡାଉନଫଲ୍ ଦେଖିଥିଲା । ମେଗାଷ୍ଟାର ୟଶ, ନୟନତାରା ଓ କିଆରା ଆଡଭାନୀଙ୍କ ପରି ଷ୍ଟାରକାଷ୍ଟ ଦର୍ଶକଙ୍କୁ ପ୍ରଥମ ଦିନ ଫିଲ୍ମହଲ୍‌କୁ ଟାଣିଥିଲା । କିନ୍ତୁ ଏହାପରେ ଫିଲ୍ମ ପ୍ରତି ସେତିକି ଆଦୃତ ଆଉ ରହିଲା ନାହିଁ । ଏହି ବଡ଼ ବଜେଟ୍‌ର ଫିଲ୍ମକୁ 'ମିର୍ଜାପୁର: ଦ ମୁଭି' ଏବଂ 'ହନୁମାନ ଅଂଶ' ପରି ଛୋଟ ବଜେଟ୍‌ର ଫିଲ୍ମ ସହିତ ମୁକାବିଲା କରିଥିଲେ । ଏହି ଫିଲ୍ମ ଦୁଇଟି ଟକ୍ସିକ୍‌ ଉପରେ ଭାରି ପଡ଼ିଥିବା କୁହାଯାଉଛି ।