Gold Price Falling / ସୁନା ରୂପା ଦର ଆହୁରି ଖସିବ ? କିଣିବା ପୂର୍ବରୁ ଜାଣନ୍ତୁ କଣ କହିଲେ ଏକ୍ସପର୍ଟ
·43 mins ago·2 min read

Key Points
ଆହୁରି ଖସିବ କି ସୁନା ଦର ?
ଏକ୍ସପର୍ଟଙ୍କ ବଡ଼ ଭବିଷ୍ୟବାଣୀ
କିଣିବା ପୂର୍ବରୁ ଜାଣିନିଅନ୍ତୁ
ଏକ୍ସପର୍ଟଙ୍କ ବଡ଼ ଭବିଷ୍ୟବାଣୀ
କିଣିବା ପୂର୍ବରୁ ଜାଣିନିଅନ୍ତୁ
ନୂଆଦିଲ୍ଲୀ: ଆହୁରି ଖସିବ ସୁନା ଦର । ଚଳିତ ସପ୍ତାହରେ ସୁନାରୂପା ଦରରେ ହ୍ରାସ ଲାଗିପାରେ ବୋଲି ଏକ୍ସପର୍ଟ ସୂଚନା ଦେଇଛନ୍ତି । ବର୍ତ୍ତମାନ ଏହି ମୂଲ୍ୟବାନ ହଳଦିଆ ଧାତୁଟି ଏହାର ସର୍ବୋଚ୍ଚ ସ୍ତରରୁ ପ୍ରାୟ ୫୮ ହଜାର ଶସ୍ତା ହୋଇସାରିଛି । ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନାର ସର୍ବୋଚ୍ଚ ଦର (All-Time High) ୧୦ ଗ୍ରାମ ପିଛା ପ୍ରାୟ ₹୧,୮୪,୯୦୦ ପର୍ଯ୍ୟନ୍ତ ଯାଇଥିଲା ଏବଂ ବର୍ତ୍ତମାନ ଏହା ପ୍ରାୟ ₹୫୮,୩୪୦ରୁ ₹୫୯,୮୩୦ ଅର୍ଥାତ୍ ପାଖାପାଖି ୩୨% ପର୍ଯ୍ୟନ୍ତ ଶସ୍ତା ହୋଇଛି । ଏବେ ଭୁବନେଶ୍ଵରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ₹୧,୨୫,୦୮୦ରୁ ₹୧,୨୬,୫୬୦ ମଧ୍ୟରେ ରହିଛି ।
ଏକ୍ସପର୍ଟଙ୍କ କହିବାନୁସାରେ, ନିବେଶକଙ୍କ ନଜର ଆମେରିକାର ମୁଦ୍ରାସ୍ଫୀତି ଓ ଫେଡେରାଲ ରିଜର୍ଭ ସୁଧହାର ଉପରେ ରହିଛି । ଫାଇନାନ୍ସିଆଲ୍ ସର୍ଭିସେଜ୍ ଲିମିଟେଡ୍ର ବରିଷ୍ଠ ସହ ସଭାପତି ପ୍ରଣବ ମେର ଆଗକୁ ଆହୁରି କହିଛନ୍ତି ଯେ ସୁନାରୂପା ଦର ଲଗାତାର ଖସିବାରେ ଲାଗିଛି ଓ ଆଗକୁ ମଧ୍ୟ ସୁନାରୂପା ଦର ଆହୁରି କମିବ ବୋଲି ଆଶା କରାଯାଉଛି ।

- MCXରେ ଗତ ସପ୍ତାହରେ ୧୧% ସୁନା ଶସ୍ତା
- କାହିଁକି କମୁଛି ସୁନାଦର ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ୧ ଲକ୍ଷ ତଳକୁ ଖସିବ କି ସୁନା ? ୧୪ ମାସର ସର୍ବନିମ୍ନ ସ୍ତରରେ ସୁନା ଦର
ସେହିପରି ବିଶ୍ୱ ସ୍ତରରେ ଏଆଇ (AI) ଏବଂ ଟେକ୍ନୋଲୋଜି ସେୟାରଗୁଡ଼ିକରେ ବଡ଼ ଧରଣର ହ୍ରାସ ଘଟିଛି । ସେୟାର ବଜାରର କ୍ଷତି ଭରଣା କରିବା ଏବଂ ନଗଦ ଟଙ୍କା ଯୋଗାଡ଼ କରିବା ପାଇଁ ବଡ଼ ନିବେଶକମାନେ ବାଧ୍ୟ ହୋଇ ସୁନା ଓ ରୂପା ବିକ୍ରି କରୁଛନ୍ତି । ରୂପା କେବଳ ଅଳଙ୍କାର ନୁହେଁ ବରଂ ଶିଳ୍ପ କ୍ଷେତ୍ରରେ ମଧ୍ୟ ବ୍ୟବହୃତ ହୁଏ । ବିଶ୍ୱ ସ୍ତରରେ ଶିଳ୍ପ ଏବଂ ଅଳଙ୍କାର କ୍ଷେତ୍ରରେ ରୂପାର ଚାହିଦା କମିଥିବାରୁ ସୁନା ତୁଳନାରେ ରୂପା ଦର ଅଧିକ ବେଗରେ ଖସୁଛି ।

Related Topics
Explore more stories