Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶସ୍ତା ହେଲା ସୁନା-ରୁପା, ୧୭ ହଜାର ପର୍ଯ୍ୟନ୍ତ ଖସିଲା ଦର

Gold

Gold Silver Rate Today / ଶସ୍ତା ହେଲା ସୁନା-ରୁପା, ୧୭ ହଜାର ପର୍ଯ୍ୟନ୍ତ ଖସିଲା ଦର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଶସ୍ତା ହେଲା ସୁନା-ରୁପା, ୧୭ ହଜାର ପର୍ଯ୍ୟନ୍ତ ଖସିଲା ଦର
Gold Price

Key Points

ସୁନା କିଣିବାକୁ ସୁବର୍ଣ୍ଣ ସୁଯୋଗ
ସୁନା ଓ ରୁପା ହେଲା ଶସ୍ତା
ଜାଣନ୍ତୁ ନୂଆ ରେଟ୍‌ ?
ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ଖବର । କାହିଁକି ନା ସୁନା ଓ ରୁପାର ମୂଲ୍ୟ ବହୁତ ହ୍ରାସ ପାଇଛି । କିନ୍ତୁ ଯଦି ଆପଣ ଲାଭ ବୁକ୍‌ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ବିଶ୍ୱ ବଜାରରେ ଅସ୍ଥିରତା ଏବଂ ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ଉତ୍ତେଜନା ସ୍ପଷ୍ଟ ଭାବରେ ବୁଲିୟନ ବଜାରକୁ ପ୍ରଭାବିତ କରୁଛି । ସପ୍ତାହର ଶେଷ ବ୍ୟବସାୟ ଦିନ ଶୁକ୍ରବାର MCXରେ ସୁନା ଏବଂ ରୁପା ଉଭୟ ହ୍ରାସ ପାଇଛି ।

MCX ସହିତ ସ୍ଥାନୀୟ ବଜାରରେ ସୁନା ଏବଂ ରୂପା ହ୍ରାସ ପାଇଛି

ଶୁକ୍ରବାର MCXରେ ସୁନା ଦର ୩ ହଜାର ୯୪୭ ଟଙ୍କା ହ୍ରାସ ପାଇଁ ୧୦ ଗ୍ରାମ ପିଛା ୧,୫୫,୬୦୦ ଟଙ୍କାରେ ପହଞ୍ଚିଛି । ସେହିପରି ରୁପାର ମୂଲ୍ୟ ସୁନା ଅପେକ୍ଷା ଅଧିକ ଟଙ୍କା କମିଛି । ରୁପା ଶୁକ୍ରବାର ୧୬,୫୯୫ ଟଙ୍କା ହ୍ରାସ ପାଇ ପ୍ରତି କିଲୋଗ୍ରାମ ପିଛା ୨,୪୮,୨୦୧ ଟଙ୍କାରେ ପହଞ୍ଚିଛି ।

Indian Bullion and Jewellers Association ର ତଥ୍ୟ ଅନୁଯାୟୀ, ବଜାର ବନ୍ଦ ହେବା ବେଳେ ସୁନାର ଦର ୧୦ ଗ୍ରାମ ପିଛା ପ୍ରାୟ ୧,୫୪,୨୩୮ ଟଙ୍କା ରହିଥିଲା । ଦିଲ୍ଲୀ ସରାଫା ବଜାରରେ ଚାନ୍ଦିର ଦର ଗୋଟିଏ ଦିନରେ ୫ ହଜାର ଟଙ୍କା କମି ପ୍ରତି କିଲୋଗ୍ରାମ ୨,୬୦,୭୦୦ ଟଙ୍କାରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ: RBIର ନୂଆ ଯୋଜନା, କାଗଜ ନୋଟ୍ ବଦଳରେ ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍


ପ୍ରମୁଖ ସହରଗୁଡ଼ିକରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ୍ ପିଛା)

ଦିଲ୍ଲୀ - ୧୫୫,୧୮୦ ଟଙ୍କା
ମୁମ୍ବାଇ - ୧୫୫,୪୫୦
ପାଟନା - ୧୫୫,୩୭୦
ଜୟପୁର - ୧୫୫,୪୩୦
ଲକ୍ଷ୍ନୌ - ୧୫୫,୪୯୦

ରୁପା ମୂଲ୍ୟ (ପ୍ରତି କିଲୋଗ୍ରାମ ପିଛା)

ଦିଲ୍ଲୀ - ୨୪୮,୧୯୦
ମୁମ୍ବାଇ - ୨୪୮,୬୨୦
ଜୟପୁର - ୨୪୮,୫୯୦
ଲକ୍ଷ୍ନୌ - ୨୪୮,୬୯୦

ଆନ୍ତର୍ଜାତୀୟ ବଜାରରେ ମଧ୍ୟ ହ୍ରାସ

ବିଶ୍ୱ ବଜାରରେ ସ୍ପଟ୍ ସୁନାର ଦର ପ୍ରତି ଆଉନ୍ସ ୪,୪୭୦.୭୯ ଡଲାରକୁ ଖସିଛି । ସେହିପରି ରୁପାର ଦର ପ୍ରତି ଆଉନ୍ସ ୭୨.୮୯ ଡଲାରରେ ରହିଛି । ବିଶ୍ୱସ୍ତରୀୟ ଚାୟ ନିବେଶକଙ୍କ ଭାବନାକୁ ପରିବର୍ତ୍ତନ କରୁଛି, ଯାହାର ସିଧା ପ୍ରଭାବ ମୂଲ୍ୟ ଉପରେ ପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold and Silver Prices Fall Sharply, Silver Drops Nearly Rs 17,000 | Argus News