RBI Plastic Notes / RBIର ନୂଆ ଯୋଜନା, କାଗଜ ନୋଟ୍ ବଦଳରେ ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍
·1 hour ago·2 min read

Key Points
ଭାରତରେ ଚାଲିବ ପ୍ଲାଷ୍ଟିକ୍ ଟଙ୍କା
RBI ଗଭର୍ଣ୍ଣରଙ୍କ ବଡ଼ ସୂଚନା
କୋଟି କୋଟି ଟଙ୍କା ବଞ୍ଚାଇବ ପ୍ଲାଷ୍ଟିକ୍ ନୋଟ୍
RBI ଗଭର୍ଣ୍ଣରଙ୍କ ବଡ଼ ସୂଚନା
କୋଟି କୋଟି ଟଙ୍କା ବଞ୍ଚାଇବ ପ୍ଲାଷ୍ଟିକ୍ ନୋଟ୍
ଦେଶରେ ପ୍ରଚଳିତ ହେବ ପ୍ଲାଷ୍ଟିକ୍ ବା ପଲିମର ନୋଟ୍ । ଏନେଇ ବିଚାର କରୁଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଦେଶରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ ବା 'ପଲିମର' କରେନ୍ସି ନୋଟ୍ ପ୍ରଚଳନ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ପ୍ରସ୍ତାବ ଉପରେ ବିଚାର କରୁଛି । ଆଜି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏନେଇ ସୂଚନା ଦେଇଛନ୍ତି । ବଜାରରେ କାଗଜ ନୋଟ୍ର ବ୍ୟବହାର ବହୁତ ମାତ୍ରାରେ ବଢ଼ିବାରେ ଲାଗିଛି । ତେଣୁ କାଗଜ ନୋଟ୍ ଛାପିବା ପାଇଁ ଆରବିଆଇକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି ।
ଏହି ନୋଟ୍ ଶୀଘ୍ର ଚିରିଯାଉଥିବାରୁ କିମ୍ବା ଖରାପ ହେଉଥିବାରୁ ପ୍ରତିବର୍ଷ ବିପୁଳ ପରିମାଣର ନୋଟ୍ ବଜାରରୁ ପ୍ରତ୍ୟାହାର କରି ନଷ୍ଟ କରିବାକୁ ପଡ଼ୁଛି । ଆରବିଆଇର ୨୦୨୫ ଆର୍ଥିକ ବର୍ଷର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି ଯେ, କାଗଜ ନୋଟ୍ ଛାପିବା ପାଇଁ ଖର୍ଚ୍ଚ ପୂର୍ବ ଆର୍ଥିକ ବର୍ଷରେ ୫,୧୦୧.୪ କୋଟିରୁ ବୃଦ୍ଧି ପାଇ ୬,୩୭୨.୮ କୋଟିରେ ପହଞ୍ଚିଛି । ଏହି ବୃଦ୍ଧିର ପ୍ରମୁଖ କାରଣ ହେଉଛି ନୋଟ୍ ଛାପିବାର ବଢ଼ୁଥିବା ଚାହିଦା । ଏହାଛଡ଼ା, ୨୦୨୫ ଆର୍ଥିକ ବର୍ଷରେ ପ୍ରାୟ ୨୩.୮ ଖରାପ ନୋଟ୍ ପ୍ରତ୍ୟାହାର କରାଯାଇଥିଲା । ଯାହା ଗତ ବର୍ଷ ତୁଳନାରେ ୧୨.୩ ପ୍ରତିଶତ ବୃଦ୍ଧି ପାଇଛି ।
ଏହି ସବୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପ୍ରାୟ ୧୦ ବର୍ଷ ପୂର୍ବେ ପ୍ରଥମ କରି ପ୍ଲାଷ୍ଟିକ୍ ନୋଟ୍ ଛାପିବା ପାଇଁ ପ୍ରସ୍ତାବ ଆଣିଥିଲା, ଯାହା ଉପରେ ଏବେ ପୁଣି କାମ ଚାଲିଛି । ୨୦୧୪ ମସିହା ଫେବୃଆରୀ ମାସରେ ସରକାର ସଂସଦରେ ଜଣାଇଥିଲେ ଯେ, ଦେଶର ଭୌଗଳିକ ଏବଂ ଜଳବାୟୁର ବିବିଧତାକୁ ଦୃଷ୍ଟିରେ ରଖି ୫ଟି ସହର ଯଥା କୋଚି, ମୈସୁର, ଜୟପୁର, ଶିମଲା ଓ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ୧୦ ଟଙ୍କିଆ ମୂଲ୍ୟର ୧ ବିଲିୟନ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରାଯିବ । ତେବେ ଖର୍ଚ୍ଚ କମ୍ ହେବା ସହିତ ଏହି ନୋଟ୍ ଏଟିଏମ୍ ମେସିନ୍ ପାଇଁ ମଧ୍ୟ ସହଜ ହେବ । ଆରବିଆଇ ପାଖରେ ଏହା କରିବା ପାଇଁ ଆବଶ୍ୟକ ସମସ୍ତ ସମ୍ବଳ ଉପଲବ୍ଧ ଅଛି ।

ଅଧିକ ପଢ଼ନ୍ତୁ: କାଗଜ ନୁହେଁ, ବଜାରକୁ ଆସିପାରେ ପ୍ଲାଷ୍ଟିକ୍ ନୋଟ୍ ! RBI କରୁଛି ବଡ଼ ପ୍ଲାନ୍
ଏହି ସବୁ ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପ୍ରାୟ ୧୦ ବର୍ଷ ପୂର୍ବେ ପ୍ରଥମ କରି ପ୍ଲାଷ୍ଟିକ୍ ନୋଟ୍ ଛାପିବା ପାଇଁ ପ୍ରସ୍ତାବ ଆଣିଥିଲା, ଯାହା ଉପରେ ଏବେ ପୁଣି କାମ ଚାଲିଛି । ୨୦୧୪ ମସିହା ଫେବୃଆରୀ ମାସରେ ସରକାର ସଂସଦରେ ଜଣାଇଥିଲେ ଯେ, ଦେଶର ଭୌଗଳିକ ଏବଂ ଜଳବାୟୁର ବିବିଧତାକୁ ଦୃଷ୍ଟିରେ ରଖି ୫ଟି ସହର ଯଥା କୋଚି, ମୈସୁର, ଜୟପୁର, ଶିମଲା ଓ ଭୁବନେଶ୍ୱରରେ ପରୀକ୍ଷାମୂଳକ ଭାବେ ୧୦ ଟଙ୍କିଆ ମୂଲ୍ୟର ୧ ବିଲିୟନ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରାଯିବ । ତେବେ ଖର୍ଚ୍ଚ କମ୍ ହେବା ସହିତ ଏହି ନୋଟ୍ ଏଟିଏମ୍ ମେସିନ୍ ପାଇଁ ମଧ୍ୟ ସହଜ ହେବ । ଆରବିଆଇ ପାଖରେ ଏହା କରିବା ପାଇଁ ଆବଶ୍ୟକ ସମସ୍ତ ସମ୍ବଳ ଉପଲବ୍ଧ ଅଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories