Videos
|
Gold

Gold Price / ମାତ୍ର ୯ ଦିନରେ ୧୮ ହଜାର ଟଙ୍କା ଶସ୍ତା ହେଲା ସୁନା ! ଦୀପାବଳିଠାରୁ କେତେ କମିଲା ଦର ?

Santosh Kumar Sahoo
Browse all articles by Santosh Kumar Sahoo
·19 mins ago·2 min read
ମାତ୍ର ୯ ଦିନରେ ୧୮ ହଜାର ଟଙ୍କା ଶସ୍ତା ହେଲା ସୁନା ! ଦୀପାବଳିଠାରୁ କେତେ କମିଲା ଦର ?
Gold Price Drop

Key Points

ସୁନା ଦରରେ ବଡ଼ ହ୍ରାସ
୯ ଦିନରେ ଖସିଲା ୧୮ ହଜାର ଟଙ୍କା
ଦୀପାବଳି ପରେ ସୁନା ଦରରେ ବଡ଼ ଝଟ୍‌କା
ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆସିଛି ଏକ ଆଶ୍ବସ୍ତିକର ଖବର । ଗତ କିଛି ଦିନ ହେବ ସୁନା ଦରରେ ଲଗାତାର ହ୍ରାସ ପାଉଛି । ମାତ୍ର ୯ଟି ବାଣିଜ୍ୟିକ କାରବାର ଦିନରେ ୧୦ ଗ୍ରାମ ସୁନା ଦର ପ୍ରାୟ ୧୭,୬୦୦ ଟଙ୍କା ହ୍ରାସ ପାଇଛି । ସେହିପରି ଦୀପାବଳିଠାରୁ ଏଯାଏଁ ୨୪ କ୍ୟାରେଟ୍ ସୁନା ଦର ପ୍ରାୟ ୧୮,୫୦୦ ଟଙ୍କା ଶସ୍ତା ହୋଇଛି । ଫଳରେ ସୁନା କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି ।

ଶୁକ୍ରବାର ସରାଫା ବଜାରରେ ୯୯.୯ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ଦର ୧୦ ଗ୍ରାମ ପିଛା ୫,୨୦୦ ଟଙ୍କା ହ୍ରାସ ପାଇ ୧,୨୯,୩୦୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବ କାରବାର ଦିନରେ ସୁନା ଦର ୧,୩୪,୫୦୦ ଟଙ୍କା ଥିଲା। ଲଗାତାର ନବମ କାରବାର ଦିନରେ ସୁନା ଦର ହ୍ରାସ ପାଇଥିବା ଜଣାପଡ଼ିଛି ।
ଏଥି ସହ ପଢନ୍ତୁ:  ଗ୍ରାହକଙ୍କ ପାଇଁ ଖୁସିଖବର…ରୂପା ୨୦,୦୦୦, ସୁନା ୧୧,୦୦୦ ଶସ୍ତା ହେଲା…ସପ୍ତାହରେ ସବୁଠୁ ବଡ଼ ହ୍ରାସ
ଦୀପାବଳିଠାରୁ କେତେ ଶସ୍ତା ହେଲା ସୁନା ?

ଚଳିତ ବର୍ଷ ନଭେମ୍ବର ୮ ତାରିଖରେ ଦୀପାବଳି ପାଳନ କରାଯାଇଥିଲା । ସେହି ସମୟରେ ୨୪ କ୍ୟାରେଟ୍ ସୁନାର ଦର ୧୦ ଗ୍ରାମ ପିଛା ପ୍ରାୟ ୧,୪୩,୫୭୦ ଟଙ୍କା ରହିଥିଲା । ନଭେମ୍ବର ୨୧ ସୁଦ୍ଧା ଏହା ହ୍ରାସ ପାଇ ପ୍ରାୟ ୧,୨୫,୦୮୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଦୀପାବଳିଠାରୁ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ପ୍ରାୟ ୧୮,୪୯୦ ଟଙ୍କା ଶସ୍ତା ହୋଇଛି ।

ସେହିପରି ୨୨ କ୍ୟାରେଟ୍ ସୁନା ଦର ଦୀପାବଳି ଦିନ ୧୦ ଗ୍ରାମ ପିଛା ପ୍ରାୟ ୧,୩୧,୬୦୦ ଟଙ୍କା ଥିବାବେଳେ ଏବେ ଏହା ୧,୧୪,୬୫୦ ଟଙ୍କାକୁ ଖସି ଆସିଛି । ଅର୍ଥାତ୍ ୨୨ କ୍ୟାରେଟ୍ ସୁନା ଦରରେ ମଧ୍ୟ ପ୍ରାୟ ୧୬,୯୫୦ ଟଙ୍କା ହ୍ରାସ ଘଟିଛି ।

ବର୍ଷକ ମଧ୍ୟରେ କେତେ ଖସିଲା ସୁନା ଦର ?

ଚଳିତ ବର୍ଷ ଜାନୁଆରୀ ଶେଷ ଭାଗରେ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧.୮୩ ଲକ୍ଷ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଥିଲା । କିନ୍ତୁ ଏବେ ଏହା ୧,୨୯,୩୦୦ ଟଙ୍କାକୁ ଖସି ଆସିଛି । ଅର୍ଥାତ୍ ରେକର୍ଡ ଉଚ୍ଚତାଠାରୁ ସୁନା ଦର ପ୍ରାୟ ୫୩,୭୦୦ ଟଙ୍କା ବା ୨୯.୩ ପ୍ରତିଶତ ହ୍ରାସ ପାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହିଁକି ଖସୁଛି ସୁନା ଦର ?

ଅନ୍ତର୍ଜାତୀୟ ବଜାରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ସୁନା ଦର ହ୍ରାସର ମୁଖ୍ୟ କାରଣ ବୋଲି କୁହାଯାଉଛି । ଆମେରିକୀୟ ଡଲାର ମଜବୁତ ରହିବା ସହ ସେଠାକାର ସରକାରୀ ବଣ୍ଡ୍‌ରୁ ଅଧିକ ରିଟର୍ଣ୍ଣ ମିଳିବା ଆଶା ନିବେଶକଙ୍କୁ ସୁନାଠାରୁ ଦୂରେଇ ନେଉଛି । ଏହା ସହ ଆମେରିକାରେ ସୁଧହାର ବୃଦ୍ଧି ହେବାର ଆଶଙ୍କା ମଧ୍ୟ ସୁନାର ଚାହିଦା ଉପରେ ପ୍ରଭାବ ପକାଉଛି ।

କାରଣ ସୁନାରେ ନିବେଶ କଲେ ସିଧାସଳଖ ସୁଧ ମିଳିନଥାଏ । ଅନ୍ୟପଟେ ବଣ୍ଡ୍‌ ଭଳି ନିବେଶ ବିକଳ୍ପରୁ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା ଥିଲେ ନିବେଶକମାନେ ସୁନାରୁ ଟଙ୍କା ଉଠାଇ ଅନ୍ୟ କ୍ଷେତ୍ରରେ ଲଗାଇଥାନ୍ତି । ଏହାଦ୍ୱାରା ସୁନା ଦର ଉପରେ ଚାପ ସୃଷ୍ଟି ହୋଇଥାଏ ।

ଏବେ ସୁନା କିଣିବା ଠିକ୍ ହେବ କି ?

ସୁନା ଦରରେ ଏହି ବଡ଼ ହ୍ରାସ ବିବାହ ଓ ଅନ୍ୟ ଶୁଭ କାର୍ଯ୍ୟ ପାଇଁ ଗହଣା କିଣିବାକୁ ଯୋଜନା କରୁଥିବା ପରିବାରଙ୍କୁ ଆଶ୍ୱସ୍ତି ଦେଇପାରେ । ଦର ହ୍ରାସ ପରେ ଚଳିତ ସପ୍ତାହରେ ସୁନା କିଣାବିକା ବଢ଼ିଥିବା ମଧ୍ୟ କୁହାଯାଉଛି । ତେବେ ଆଗକୁ ସୁନା ଦର ଆହୁରି ଖସିବ ନା ବୃଦ୍ଧି ପାଇବ, ତାହା ଏବେଠାରୁ କହିବା କଷ୍ଟକର ।