Videos
|
Gold

Gold Price Falling / ମାତ୍ର ୨୦ଦିନରେ ସୁନା ୧୬ ହଜାର କମିଲାଣି; କେତେବେଳେ କିଣିବେ ସୁନା ଗହଣା ?

Debashree Debasmita Sahoo
Browse all articles by Debashree Debasmita Sahoo
·51 mins ago·2 min read
ମାତ୍ର ୨୦ଦିନରେ ସୁନା ୧୬ ହଜାର କମିଲାଣି; କେତେବେଳେ କିଣିବେ ସୁନା ଗହଣା ?
Gold Buying Advice

Key Points

କମିବାରେ ଲାଗିଛି ସୁନାରୂପା ଦାମ
ଏବେ କିଣିବା ଉଚିତ କି ?
ଜାଣନ୍ତୁ ବିଶେଷଜ୍ଞ କଣ କହିଲେ
ଭୁବନେଶ୍ଵର: ଆକାଶଛୁଆଁ ହୋଇଥିବା ସୁନା ଦରରେ ଏବେ ଲାଗିଛି ବ୍ରେକ୍ । ମାତ୍ର ୨୦ ଦିନ ଭିତରେ ୧୦ ଗ୍ରାମ ସୁନା ଦରରେ ୧୫ରୁ ୧୬ ହଜାର ଟଙ୍କା ପର୍ଯ୍ୟନ୍ତ ବଡ଼ ହ୍ରାସ ଘଟିଛି । ଆଗକୁ ବିବାହ ଋତୁ ଥିବାରୁ ସୁନା ଦର କମିବା ଗ୍ରାହକଙ୍କୁ ବେଶ୍ ଆଶ୍ୱସ୍ତି ଦେଇଛି । ବିଶେଷଜ୍ଞଙ୍କ ମତ, ଆଗାମୀ ବାହାଘର ଓ ବ୍ରତ ଘର ପାଇଁ ସୁନା କିଣିବାକୁ ଚାହୁଁଥିଲେ ଧୀରେ ଧିରେ କରି କିଣନ୍ତୁ, ଏହାଦ୍ବାରା ସେମାନେ ଫାଇଦାରେ ରହିବେ ।

ଆଗକୁ ବିବାହ ସିଜନ୍ । ବରକନ୍ୟାଙ୍କ ପାଇଁ ଆକର୍ଷଣୀୟ ଅଳଙ୍କାର ସହ ଉପହାର ଭେଟି ଦେବାକୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଆଉ ଏପରି ସମୟରେ ସୁନା ଦରରେ ବଡ଼ ହ୍ରାସ ଗ୍ରାହଙ୍କ ପାଇଁ ଆଣିଛି ଆଶ୍ବସ୍ତି । ଦିନ କେଇଟା ପୂର୍ବରୁ ଗ୍ରାହକଙ୍କ ମୁଣ୍ଡ ଘୂରାଇ ଦେଉଥିବା ସୁନା ଦରରେ ଏବେ ଆକର୍ଷଣୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଧନତେରାସ ସମୟରେ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦର ୧ ଲକ୍ଷ ୩୧ ହଜାର ୪୦୦ ଟଙ୍କା ଥିବାବେଳେ ଏବେ ତାହା ୧ ଲକ୍ଷ ୧୬ ହଜାରରେ ପହଞ୍ଚିଛି।

  • ମାତ୍ର ୨୦ ଦିନରେ ୧୫ରୁ ୧୬ ହଜାର ହ୍ରାସ
ସେହିପରି ୧୦ଗ୍ରାମ୍ ୨୪ କ୍ୟାରେଟ ସୁନା ଦର ୧ ଲକ୍ଷ ୪୩ ହଜାର ୩୫୦ ଟଙ୍କାରୁ ୧ ଲକ୍ଷ ୨୬ ହଜାରକୁ ଖସିଛି । ଅର୍ଥାତ୍ ୧୦ ଗ୍ରାମ୍ ସୁନା ଦରରେ ମାତ୍ର ୨୦ ଦିନ ମଧ୍ୟରେ ୧୫ ରୁ ୧୬ ହଜାର ଟଙ୍କା ହ୍ରାସ ପାଇଛି । ଦର କମିଥିବାରୁ ଝିଅ ବାହାଘର ପାଇଁ ଏବେଠୁ କିଛି ସୁନା କିଣିଛନ୍ତି ଗ୍ରାହକ । ପରବର୍ତ୍ତୀ ସମୟରେ ଦର କମିଲେ ଆଉ କିଛି ସୁନା କିଣିବେ ବୋଲି କହିଛନ୍ତି । ଅନ୍ୟପଟେ ବିଶେଷଜ୍ଞଙ୍କ ମତ, ଆଗାମୀ ବିଭାଘର ଓ ବ୍ରତ ଘର ପାଇଁ ସୁନା କିଣିବାକୁ ଚାହୁଁଥିଲେ ଧୀରେ ଧିରେ କରି କିଣନ୍ତୁ, ଏହାଦ୍ବାରା ସେମାନେ ଫାଇଦାରେ ରହିବେ ।

  • 'ଏବେ ତଳ ଉପର ହେବ ସୁନାର ବଜାର ଦର'
ତେବେ ଏତେ କମ୍ ସମୟ ମଧ୍ୟରେ ସୁନା ଦରରେ କାହିଁକି ହେଲା ଏତେ ବଡ଼ ହ୍ରାସ ? ସୁନାରେ ହେଉଥିବା ଅହେତୁକ ନିବେଶ ହ୍ରାସ ପାଇଥିବାରୁ ଦରରେ ଧୀରେ ଧୀରେ ପରିବର୍ତ୍ତନ ଆସୁଛି। ଏଥିସହ ଭାରତୀୟ ବଜାରରେ ସୁନା ଆମଦାନୀ ପୂର୍ବ ତୁଳନାରେ କମିବା ଦର ହ୍ରାସର ଅନ୍ୟ ଏକ ବଡ଼ କାରଣ । ପୂର୍ବରୁ ସୁନା ଦର ରେକର୍ଡ ସ୍ତରକୁ ବଢ଼ିଥିବାରୁ ଏବେ ବଡ଼ ନିବେଶକମାନେ ନିଜର ଲାଭ ଉଠାଇବା ପାଇଁ ସୁନା ବିକ୍ରି କରୁଛନ୍ତି । ଆମେରିକୀୟ ଫେଡେରାଲ ରିଜର୍ଭ ପୁଣିଥରେ ସୁଧ ହାର ବଢ଼ାଇବାର ସମ୍ଭାବନା ଥିବାରୁ ନିବେଶକମାନେ ସୁନା ପ୍ରତି କମ୍ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ଆସନ୍ତା ୨ ବର୍ଷ ମଧ୍ୟରେ ସୁନା ଦରରେ ପୁଣି ଆକାଶଛୁଆଁ ବୃଦ୍ଧି ହୋଇପାରେ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସୁନା ରୂପା ଦର ଆହୁରି ଖସିବ ? କିଣିବା ପୂର୍ବରୁ ଜାଣନ୍ତୁ କଣ କହିଲେ ଏକ୍ସପର୍ଟ

ଡଲାର ତୁଳନାରେ ଭାରତୀୟ ଟଙ୍କା କିଛି ମାତ୍ରାରେ ମଜବୁତ ହେବା ଯୋଗୁଁ ଦେଶରେ ସୁନା ଆମଦାନୀ ଶସ୍ତା ହୋଇଛି। ଏଥିସହ ଅନାବଶ୍ୟକ ସୁନା ନକିଣିବା ପାଇଁ ସରକାରୀ ସଚେତନତା ଯୋଗୁଁ ସାଧାରଣ ଗ୍ରାହକଙ୍କ ସୁନା କିଣା କମିଛି।