Videos
|
Gold

Gold Market Crash / ସୁନା ୭୨ ହଜାର, ରୁପା ୨.୭୫ ଲକ୍ଷ ଟଙ୍କା ଶସ୍ତା ! ୨୦୧୩ ପରେ ସବୁଠୁ ବଡ଼ ହ୍ରାସ

Santosh Kumar Sahoo
Browse all articles by Santosh Kumar Sahoo
·39 mins ago·2 min read
ସୁନା ୭୨ ହଜାର, ରୁପା ୨.୭୫ ଲକ୍ଷ ଟଙ୍କା ଶସ୍ତା ! ୨୦୧୩ ପରେ ସବୁଠୁ ବଡ଼ ହ୍ରାସ
Gold Market Crash

Key Points

ସୁନା-ରୁପା ଦରରେ ବଡ଼ ଧରଣର ପତନ
ସୁନା ୭୨ ହଜାର ଓ ରୁପା ୨.୭୫ ଲକ୍ଷ ଟଙ୍କା ଖସିଲା
କାହିଁକି ହେଲା ଏତେ ବଡ଼ ପତନ ?
ଦିଲ୍ଲୀ: ୨୦୨୬ ମସିହାରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଜୁନ୍ ୨୦୧୩ ପରେ ଏହାକୁ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ର ତଥ୍ୟ ଅନୁସାରେ, ଫ୍ୟୁଚର୍ସ ବଜାରରେ ସୁନା ନିଜର ସର୍ବୋଚ୍ଚ ଦରଠାରୁ ପ୍ରାୟ ୭୨ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଛି । ସେହିପରି ରୁପା ଦର କିଲୋଗ୍ରାମ ପିଛା ପ୍ରାୟ ୨.୭୫ ଲକ୍ଷ ଟଙ୍କା ହ୍ରାସ ପାଇଛି ।

ବଜାର ତଥ୍ୟ ଅନୁଯାୟୀ, ସୁନା ବର୍ତ୍ତମାନ ଏହାର ୨୦୦ ଦିନିଆ ମୁଭିଂ ଆଭରେଜ୍‌ଠାରୁ ପ୍ରାୟ ୨୦ ପ୍ରତିଶତ ତଳେ କାରବାର କରୁଛି । ମାର୍କେଟ୍ ଆନାଲିସିସ୍ ପ୍ଲାଟଫର୍ମ ‘ଦି କୋବେଇସି ଲେଟର’ର ରିପୋର୍ଟ ଅନୁସାରେ, ବୈଷୟିକ ଦୃଷ୍ଟିକୋଣରୁ ଜୁନ୍ ୨୦୧୩ ପରେ ସୁନାରେ ଏହା ସବୁଠାରୁ ବଡ଼ ହ୍ରାସ । ତେବେ ଗତ କିଛି ଦିନ ହେବ ସୁନା ଦରରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ବଜାରରେ ବିକ୍ରି ଚାପ ଏବେ ବି ଜାରି ରହିଛି ।

ଏଥି ସହ ପଢନ୍ତୁ:  ମାସକରେ ୨୨ ହଜାର ଟଙ୍କା ଶସ୍ତା ହେଲା ସୁନା, ଆହୁରି କମିବ ନା ବଢ଼ିବ ?

ଆମେରିକା ଫେଡ୍‌ର ନୀତି ସୁନା ଦର ହ୍ରାସର ପ୍ରମୁଖ କାରଣ

ଆମେରିକାର ଫେଡେରାଲ୍ ରିଜର୍ଭ (US Fed)ର ମୁଦ୍ରାନୀତି ଏବଂ ମୁଦ୍ରାସ୍ଫୀତିକୁ ନେଇ ବଢ଼ୁଥିବା ଚିନ୍ତା ସୁନା ଓ ରୁପା ବଜାର ଉପରେ ପ୍ରଭାବ ପକାଇଛି । ସୁଧ ହାର ଦୀର୍ଘ ସମୟ ପର୍ଯ୍ୟନ୍ତ ଉଚ୍ଚ ସ୍ତରରେ ରହିବାର ସଙ୍କେତ ମିଳିବା ପରେ ନିବେଶକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫେଡ୍ ଅଧିକାରୀମାନେ ଆମେରିକାର ମୁଦ୍ରାସ୍ଫୀତି ହାର ୨ ପ୍ରତିଶତର ଲକ୍ଷ୍ୟଠାରୁ ଯଥେଷ୍ଟ ଅଧିକ ରହିଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ତଥ୍ୟ ଅନୁସାରେ, ଅକ୍ଟୋବର ୨୦୨୬ରେ ଫେଡ୍‌ର ପସନ୍ଦର ମୁଦ୍ରାସ୍ଫୀତି ସୂଚକାଙ୍କ PCE Inflation ବାର୍ଷିକ ଆଧାରରେ ୩.୮ ପ୍ରତିଶତରେ ପହଞ୍ଚିଛି । ନ୍ୟୁୟର୍କ ଫେଡ୍‌ର ଅଧ୍ୟକ୍ଷ ଜନ୍ ୱିଲିୟମ୍ସ ଏବଂ ଫେଡ୍ ଚେୟାରମ୍ୟାନ୍ କେଭିନ୍ ୱାର୍ଶ ମୁଦ୍ରାସ୍ଫୀତିକୁ ପୁଣି ୨ ପ୍ରତିଶତକୁ ଆଣିବା ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ।

ଅଧିକ ସୁଧ ହାର ଯୋଗୁଁ କାହିଁକି ଶସ୍ତା ହେଉଛି ସୁନା ?

ସୁନାରେ ନିବେଶ କଲେ କୌଣସି ସୁଧ କିମ୍ବା ଡିଭିଡେଣ୍ଡ ମିଳେ ନାହିଁ । କିନ୍ତୁ ଯେତେବେଳେ ଆମେରିକାର ଫେଡେରାଲ୍ ରିଜର୍ଭ ସୁଧ ହାରକୁ ଉଚ୍ଚ ସ୍ତରରେ ରଖେ, ସେତେବେଳେ ନିବେଶକମାନଙ୍କୁ ଆମେରିକୀୟ ସରକାରୀ ବଣ୍ଡ୍ ଏବଂ ବ୍ୟାଙ୍କ ଜମାରୁ ଭଲ ରିଟର୍ଣ୍ଣ ମିଳିଥାଏ ।
ଫଳରେ ବଡ଼ ନିବେଶକମାନେ ସୁନା ବଦଳରେ ବଣ୍ଡ୍‌ରେ ଟଙ୍କା ଲଗାଇବାକୁ ଅଧିକ ପସନ୍ଦ କରନ୍ତି। ଏହାଦ୍ୱାରା ସୁନାର ଚାହିଦା କମିଥାଏ ଏବଂ ଦର ଉପରେ ଚାପ ସୃଷ୍ଟି ହୁଏ ।

୨୦୨୬ ଜାନୁଆରୀରେ ସୁନା ଓ ରୁପା ଦର ଐତିହାସିକ ସର୍ବୋଚ୍ଚ ସ୍ତର ଛୁଇଁଥିଲା। ଏହି ଜବରଦସ୍ତ ବୃଦ୍ଧି ପରେ ବିଶ୍ୱର ବଡ଼ ନିବେଶକ ଏବଂ ETF ଫଣ୍ଡ୍‌ଗୁଡ଼ିକ ଲାଭ ଆଦାୟ ପାଇଁ ବ୍ୟାପକ ଭାବେ ବିକ୍ରି କରିଥିଲେ । ଏହି ମୁନାଫା ଆଦାୟ ମଧ୍ୟ ସୁନା ଓ ରୁପା ଦର ହ୍ରାସର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି ।

ରୁପା ଦରରେ ସୁନାଠାରୁ ଅଧିକ ହ୍ରାସ କାହିଁକି ?

ରୁପା କେବଳ ଏକ ମୂଲ୍ୟବାନ ଧାତୁ ନୁହେଁ, ଏହାର ବ୍ୟବହାର ସୋଲାର ପ୍ୟାନେଲ୍, ଇଲେକ୍ଟ୍ରୋନିକ୍ସ ଏବଂ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ବ୍ୟାପକ ଭାବେ ହୋଇଥାଏ । ତେଣୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥାର ଆଶଙ୍କା ଏବଂ ଶିଳ୍ପ କ୍ଷେତ୍ରର ଚାହିଦାକୁ ନେଇ ଅନିଶ୍ଚିତତା ସୃଷ୍ଟି ହେବାରୁ ରୁପା ଦର ସୁନା ତୁଳନାରେ ଅଧିକ ହ୍ରାସ ପାଇଛି ।