Videos
|
Gold

Gold Price Today / ୫ ଅଗଷ୍ଟରେ ୧.୪୬ ଲକ୍ଷ ଛୁଇଁଲା ସୁନା ଦର, ରୁପାର ଦାମ୍‌ ବି ବଢ଼ିଲା...ଜାଣନ୍ତୁ ଆଜିର ନୂଆ ରେଟ୍

Santosh Kumar Sahoo
Browse all articles by Santosh Kumar Sahoo
·53 mins ago·2 min read
୫ ଅଗଷ୍ଟରେ ୧.୪୬ ଲକ୍ଷ ଛୁଇଁଲା ସୁନା ଦର, ରୁପାର ଦାମ୍‌ ବି ବଢ଼ିଲା...ଜାଣନ୍ତୁ ଆଜିର ନୂଆ ରେଟ୍
Gold Price

Key Points

ଆକାଶ ଛୁଇଁଲା ସୁନା ଦାମ
୫ ଅଗଷ୍ଟରେ ସୁନା ₹1.46 ଲକ୍ଷ ପାର
ରୁପା ଦର ମଧ୍ୟ ବଢ଼ିଲା
ପୁଣି ସୁନା ଓ ରୁପା ଦର ବୃଦ୍ଧି ପାଇଛି । ଏହି ମୂଲ୍ୟବାନ ଧାତୁର ଦାମ୍‌ ବୃଦ୍ଧି ନିବେଶକଙ୍କ ମୁହଁରେ ହସ ଫୁଟିଥିବା ବେଳେ, ଗହଣା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ଚିନ୍ତା ବଢ଼ିଛି । ଅନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା ବଢ଼ିବା ସହ ଭାରତୀୟ ବଜାରରେ ମଧ୍ୟ ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । କେବଳ ୨୪ ସୁନା ଦର ନୁହେଁ ରୁପା ମଧ୍ୟ ମହଙ୍ଗା ହୋଇଛି । ଏମସିଏକ୍ସ (MCX)ରେ ସୁନା ଓ ରୁପା ଉଭୟରେ ଜୋରଦାର ବୃଦ୍ଧି ଦେଖାଯାଇଛି । ତେବେ ଆଜି କେତେ ବଢ଼ିଲା ଦାମ ଏବଂ ଏହାର ପଛରେ କ'ଣ ରହିଛି କାରଣ ? ଜାଣନ୍ତୁ...

ଆଜି କେତେ ରହିଛି ସୁନା ଦର ?

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସୁନା ଓ ରୁପା ଦରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି । ୫ ଅକ୍ଟୋବର ୨୦୨୬ ଏକ୍ସପାୟରି ଥିବା ସୁନାର ଫ୍ୟୁଚର୍ସ ମୂଲ୍ୟ ୧,୪୬,୨୩୦ରେ ପହଞ୍ଚିଛି । ବୁଧବାର ୧୦ ଗ୍ରାମ ସୁନା ଦରରେ ୧୯୩୧ ଟଙ୍କା ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ: କମିଲା ସୁନା ଦର; ଆଗକୁ ଆହୁରି କମିବ କହିଲେ ଅର୍ଥନୀତି ବିଶେଷଜ୍ଞ


କେତେ ବଢ଼ିଲା ରୁପାର ମୂଲ୍ୟ ?

ସେହିପରି ୪ ସେପ୍ଟେମ୍ବର ୨୦୨୬ ଏକ୍ସପାୟରି ଥିବା ରୁପାର ଫ୍ୟୁଚର୍ସ ମୂଲ୍ୟ ୨,୨୫,୮୯୨କୁ ବୃଦ୍ଧି ପାଇଛି । ଯଦି ଆଜି କଥା କହିବା ତାହାଲେ ରୁପା ମୂଲ୍ୟ ୪ ହଜାର ୨୭୭ ଟଙ୍କା ବୃଦ୍ଧି ପାଇଛି ।

କାହିଁକି ବଢ଼ୁଛି ସୁନା-ରୁପା ଦର ?

ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ଓ ମୂଲ୍ୟବାଦ ଧାତୁ ପ୍ରତି ବଢ଼ୁଥିବା ଚାହିଦା ଯୋଗୁଁ ସୁନା ଓ ରୁପା ଦାମ୍‌ ଲଗାତାର ଉପରମୁହାଁ ରହିଛି । ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ସ୍ପଷ୍ଟ ଭାବେ ଦେଖାଯାଉଛି ।

ଯଦି ଆପଣ ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ କିଣିବା ପୂର୍ବରୁ କିଛି କଥା ନିଶ୍ଚିତ ଯାଞ୍ଚ କରନ୍ତୁ । ସୁନାରେ BIS ହଲମାର୍କ ଏବଂ HUID ନମ୍ବର ରହିଛି କି ନାହିଁ ଦେଖନ୍ତୁ । ଏହା ସହିତ ବିଭିନ୍ନ ଜୁଏଲର୍ସଙ୍କ ମେକିଂ ଚାର୍ଜ ଅଲଗା ହୋଇପାରେ, ତେଣୁ ଦର ତୁଳନା କରିବା ପରେ ହିଁ କିଣନ୍ତୁ ।

ଆଗକୁ ସୁନା ଦର ଆହୁରି କମିବ । ୧ ଲକ୍ଷ ୨୦ ହଜାର କିମ୍ବା ୧ ଲକ୍ଷ ୨୫ ହଜାରକୁ ଖସି ଆସିବ ସୁନା ଦର୍ । ୱାଲ୍ଡ ଗୋଲ୍ଡ କ୍ୟନ୍ସିଲର ରିପୋର୍ଟ ଅନୁସାରେ, ଜାନୁଆରୀର ସର୍ବୋଚ୍ଚ ସ୍ତରରୁ ସୁନା ଦର ୩୭% ପର୍ଯ୍ୟନ୍ତ ହ୍ରାସ ପାଇବାକୁ ଯାଉଛି । କାହିଁକି ନା ୟେନ୍ ଶକ୍ତିଶାଳୀ ହେବାକୁ ଯାଉଛି । କିଛି ଦିନ ଧରି ସୁନା ଦର କମିଥିବା ବେଳେ ବର୍ତ୍ତମାନ ୨୨ କ୍ୟାରେଟ ସୁନା ମୂଲ୍ୟ ରହିଛି ୧ଲକ୍ଷ ୩୨ ହଜାର ଓ ୨୪ କ୍ୟାରେଟ ସୁନା ଦର ରହିଛି ୧ ଲକ୍ଷ ୪୪ ହଜାର । ବର୍ତ୍ତମାନ ଦାମରୁ ୬ରୁ ୭ ପ୍ରତିଶତ ସୁନା ଦାମ କମିବ । ଅର୍ଥାତ୍ ସୁନା ଦର ହୋଇଯିବ ୧ ଲକ୍ଷ ୨୦ ହଜାରରୁ ୨୫ ହଜାର ମଧ୍ୟରେ ବୋଲି ଆକଳନ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ ତ୍ରିନାଥ ଲେଙ୍କା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: