Gold Price Today / ସେୟାର ମାର୍କେଟ ଖସିଲା...ସୁନା-ରୁପା ବଢ଼ିଲା, ମାତ୍ର ୩ ଦିନରେ ୧୦ ହଜାର ବଢ଼ିଲା ଦାମ୍
·1 hour ago·2 min read

Key Points
ସେନସେକ୍ସ-ନିଫ୍ଟି ଖସିଲା
ସୁନା ଦର ବି ବଢ଼ିଲା
୩ ଦିନରେ ରୁପା ୧୦,୪୮୯ ଟଙ୍କା ମହଙ୍ଗା
ସୁନା ଦର ବି ବଢ଼ିଲା
୩ ଦିନରେ ରୁପା ୧୦,୪୮୯ ଟଙ୍କା ମହଙ୍ଗା
ଗୋଟିଏ ପଟେ ସେୟାର ବଜାରରେ ଲଗାତାର ହ୍ରାସ ଦେଖିବାକୁ ମିଳୁଥିବା ବେଳେ ଅନ୍ୟପଟେ କିନ୍ତୁ ସୁନା-ରୁପା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସେନସେକ୍ସ ଓ ନିଫ୍ଟି ନିବେଶକଙ୍କୁ ନିରାଶ କରୁଥିବା ବେଳେ, MCXରେ ରୁପା ମାତ୍ର ତିନି ଦିନରେ ୧୦ ହଜାର ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ସୁନାର ଦର ମଧ୍ୟ ଦ୍ରୁତ ଗତିରେ ବଢ଼ୁଥିବାରୁ ବଜାରରେ ଚର୍ଚ୍ଚା ଜୋର ଧରିଛି ।
ବୁଧବାର ମଧ୍ୟ ଭାରତୀୟ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି । ଆଜି ସେନସେକ୍ସ ୬୦୦ରୁ ଅଧିକ ପଏଣ୍ଟ ଏବଂ ନିଫ୍ଟି ୧୮୦ରୁ ଅଧିକ ପଏଣ୍ଟ ଖସିଥିଲା । ଲଗାତର ତୃତୀୟ ଦିନ ଧରି ସେୟାର ବଜାରରେ ଅସ୍ଥିରତା ଜାରି ରହିଛି ।
ଅନ୍ୟପଟେ କିନ୍ତୁ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ରୁପା ଦର ଲଗାତାର ବଢ଼ୁଛି । ୪ ସେପ୍ଟେମ୍ବର ଏକ୍ସପାୟରି ଥିବା ରୁପା ଫ୍ୟୁଚର୍ସ ପୂର୍ବ କାରବାର ଦିନ ୨,୨୩,୭୭୯ ଟଙ୍କାରେ ବନ୍ଦ ହୋଇଥିବା ବେଳେ, ବୁଧବାର ବଜାର ଖୋଲିବା ସହ ଏହା ୨,୨୬,୮୯୨ ଟଙ୍କାରେ ପହଞ୍ଚିଥିଲା । ସେହିପରି ଗତ ସପ୍ତାହର ଶେଷ କାରବାର ଦିନ ରୁପାର ଦର କିଲୋଗ୍ରାମ ପିଛା ୨,୧୬,୪୦୩ ଟଙ୍କା ଥିଲା । ସେଠାରୁ ମାତ୍ର ତିନି ଦିନ ମଧ୍ୟରେ ଏହା ୧୦,୪୮୯ ଟଙ୍କା ବଢ଼ିଛି ।
ଅଧିକ ପଢ଼ନ୍ତୁ: ୧୯୮୦ ଭଳି ଦୋହଲିଯିବ କି ସୁନା ବଜାର ? ସତର୍କ କରାଇଲେ ବିଶେଷଜ୍ଞ
କେବଳ ରୁପା ଦାମ୍ ନୁହେଁ, ସୁନା ଦର ମଧ୍ୟ ଲଗାତାର ବଢ଼ୁଛି । ଏମସିଏକ୍ସରେ ୨୪ କ୍ୟାରେଟ୍ ସୁନାର ଦର ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ୪୦ ହଜାର ୯୦୬ ଟଙ୍କାରୁ ବୃଦ୍ଧି ପାଇ ୧,୪୪,୮୮୩ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ତିନି ଦିନରେ ସୁନାର ଦର ୩,୯୭୭ ଟଙ୍କା ବୃଦ୍ଧି ପାଇଛି ।
ତେବେ ଦର ବଢ଼ୁଥିଲେ ମଧ୍ୟ ସୁନା ଓ ରୁପା ଏବେ ବି ସେମାନଙ୍କ ସର୍ବକାଳୀନ ସର୍ବୋଚ୍ଚ ସ୍ତରଠାରୁ କମ୍ ଦାମରେ ଉପଲବ୍ଧ ହେଉଛି । ରୁପାର ସର୍ବକାଳୀନ ସର୍ବୋଚ୍ଚ ଦର ୪,୨୦,୦୪୮ ଟଙ୍କା ପ୍ରତି କିଲୋ ଥିବା ବେଳେ, ବର୍ତ୍ତମାନ ଏହା ସେହି ସ୍ତରଠାରୁ ପ୍ରାୟ ୧,୯୩,୧୫୬ ଟଙ୍କା କମ୍ ରହିଛି । ସେହିପରି ସୁନା ମଧ୍ୟ ୧୦ ଗ୍ରାମ ପିଛା ୨ ଲକ୍ଷ ଟଙ୍କାରୁ ଅଧିକର ସର୍ବକାଳୀନ ଉଚ୍ଚ ସ୍ତରଠାରୁ ଏବେ ୫୦ ହଜାର ଟଙ୍କାରୁ ଅଧିକ କମ୍ ଦାମରେ କାରବାର ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories